ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ନୟାଗଡ଼ ଫାଉଣ୍ଡେସନ ତରଫରୁ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତତସହିତ ଆଗାମୀ ତା୨୦.୧୨.୨୦୨୫ରିଖ ସନ୍ଧ୍ୟା ୬ଘଟିକା ସମୟେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ PWD ବଙ୍ଗଳା ପର୍ଯ୍ୟନ୍ତ ‘ମଶାଲ ଶୋଭାଯାତ୍ରା’ର ଆୟୋଜନ କରାଯିବା ନିମନ୍ତେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ, ସମାଜସେବୀ ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓଁପ୍ରସାଦ ପ୍ରଧାନ, ଆଶୀର୍ବାଦ ପ୍ରଧାନ, ରାକେଶ କୁମାର ସିଠ, କାହ୍ନୁଚରଣ ଘଡେଇ, ଶୁଭମ କୁମାର ସଲ ଅବଦୁଲ ଅଜିମ ଖାଁ ପ୍ରମୁଖ ଯୋଗ ଦେଇଥିଲେ।

