ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡଗାଁ ବ୍ଲକ ବନ୍ୟାଞ୍ଚଳାଧିକାରୀ ଅଭିମନ୍ୟୁ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ, ରୋହିବାଙ୍କ ଗ୍ରାମ ସମ୍ପାଦକ କାହ୍ନୁଚରଣ ଗୌଡ଼ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସଭାପତି ଆସନ ଅଳଙ୍କୃତ କରିଥିଲେ। ପ୍ରତିଯୋଗୀମାନେ ରୋହିବାଙ୍କ ଚଣ୍ଡେଶ୍ୱର ମହାଦେବଙ୍କ ପାଖରୁ ମଶାଲ ଆଣି ମୁଖ୍ୟାତିଥୀ ରେଞ୍ଜର ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ କରିଥିବା ବେଳେ ତାଙ୍କ ଦ୍ୱାରାକ୍ରୀଡା ପତାକା ଉତ୍ତୋଳନ କରା ଯାଇଥିଲା।

ନିଜକୁ ଶୃଙ୍ଖଳିତ କରାଇବା ସହିତ ସୁସ୍ଥ ଜୀବନ ନେଇ ବଞ୍ଚିବା ପାଇଁ ଖେଳିବା ଅତ୍ୟନ୍ତ ଦରକାର ବୋଲିମୁଖ୍ୟ ଅତିଥି ପିଲାଙ୍କୁ କହିଥିଲେ। ମୁଖ୍ୟ ବକ୍ତା ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ ମଲ୍ଲିକ ନିଜର ବାଲ୍ୟଜୀବନର କ୍ରୀଡ଼ାକୁ ବର୍ତ୍ତମାନ ସହିତ ତୁଳନା କରି ବର୍ତ୍ତମାନ ପାଇଁ ଶିକ୍ଷା ସହ କ୍ରୀଡା ଅତିଜରୁରୀ ବୋଲି ପିଲାଙ୍କ ଉଦ୍ୟେଶରେ ଉଦବୋଧନ ଦେଇଥିବାବେଳେ ସମ୍ମାନୀତ ଅତିଥିମାନେ  ବିଦ୍ୟାଳୟସ୍ତରରେ ପିଲାଙ୍କ ବ୍ୟସ୍ତବହୁଳ ଶିକ୍ଷା ଟ୍ୟୁସନ ଠାରୁ  ଅଧିକ କ୍ରୀଡା ବୋଲି ବ୍ୟକ୍ତ କରିଥିବାବେଳେ ପୂର୍ବଦିନ ଅପେକ୍ଷା କ୍ରୀଡ଼ାଦିନ ତକ ଅଧିକ ପିଲା ବିଦ୍ୟାଳୟକୁ ଆସୁଥିବା ପ୍ରକାଶ କରିଥିଲେ। ତେଣୁ ପ୍ରତ୍ୟେକ ବିଦ୍ୟାଳୟରେ ଶେଷ ନିର୍ଘଣ୍ଟରେ ପିଲାଙ୍କୁ ଖେଳପଡିଆରେ ଖେଳାଇବା ଅତି ଜରୁରିଥିବା ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ସନ୍ତୋଷ କୁମାର ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ରାଧାଗୋବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା ଓ ସୁନିତା ବେହେରା ପରିଚାଳନା କରିଥିବାବେଳେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଲୋକ ନାୟକ ଓ କୋମଣ୍ଡ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସିଦ୍ଧାର୍ଥ ଶଙ୍କର ବେହେରା, ଶିକ୍ଷୟିତ୍ରୀ ପଦ୍ମିନୀ ନାୟକ, ଶିକ୍ଷକ ଖୋଗେଶ୍ୱର ବେହେରା,ବିଜୟ ଲଷ୍ମୀ ଦଳେଇ ଓ ସୂର୍ଯ୍ୟମଣି ନାୟକ ସହଯୋଗ କରିଥିଲେ।

Related posts