ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଦର ମହକୁମାରେ ନୟାଗଡ ମେଡିକାଲ କଲେଜ ସ୍ଥାପନ ଦାବିକୁ ଅଧିକ କ୍ରିୟାଶୀଳ କରିବାପାଇଁ ନୟାଗଡ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ସ୍ଥାନୀୟ ନିଳମାଧବ କଲ୍ଯାଣ ମଣ୍ଡପ ଠାରେ ଆହୁତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବସ୍ ଆସୋସିଏସନ ସଦସ୍ଯ, ବଣକସଂଘ ସଦସ୍ଯ , ରୋଟାରିଆନ, ଟ୍ରେଡ୍ ୟୁନିଅନ୍ ସଦସ୍ଯ, ସାମ୍ବାଦିକ ଏବଂ ବିଭିନ୍ନ ରାଜନୈତିକ ଦଳର ବ୍ଯକ୍ତିମାନେ ଯୋଗଦେଇଥିଲେ। ରାଜ୍ଯର ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ସରକାର ଘୋଷଣା କରିଥିଲେ ମଧ୍ଯ ନୟାଗଡ ଜିଲ୍ଲାର ନାମ ଘୋଷଣା କରାଯାଇନଥିବାରୃ ଏହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା।

ଏହାସହିତ ମେଡିକାଲ କଲେଜ ଚାନ୍ଦପୁରରେ କରିବାକୁ ବିଧାନସଭାରେ ଆଲୋଚନା ପରେ ନୟାଗଡ ଜିଲ୍ଲାର ୭ଟି ବ୍ଲକରେ ସାଧାରଣ ଲୋକଙ୍କ ମଧ୍ଯରେ ତୀବ୍ର ବିରୋଧାଭାସ ଦେଖାଦେଇଛି। ଜିଲ୍ଲାର ମଧ୍ୟସ୍ଥଳରେ ନୟାଗଡ ସହର ରହିଥିବାରୁ ଏହିଠାରେ ହିଁ ମେଡିକାଲ କଲେଜ କରିବାକୁ ସମସ୍ତେ ସମ୍ମତି ଦେଇଥିଲେ। ନୟାଗଡ ସହରର ସଦରଥାନା ନିକଟରେ ଥିବା ୧୧୭ଏକର ସରକାରୀ ଯାଗାରେ ମେଡିକାଲ କଲେଜ କରିବାକୁ କ୍ରିୟାନୁଷ୍ଠାନ କମିଟି ଦାବି କରିଛି । ଆନ୍ଦୋଳନକୁ କିପରି ଆଗକୁ ନିଆଯିବ ସେନେଇ ସମସ୍ତ ସଦସ୍ଯ ନିଜର ମତ ଉପସ୍ଥାପନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ଏଥିପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯପାଳ ଏପରିକି ଦରକାର ହେଲେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ଯର ସବୁ ଜିଲ୍ଲାରେ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରାଯାଇଥିବାବେଳେ ନୟାଗଡରେ ରାଜନୈତିକରଣ ନକରିବାକୁ ବୈଠକରେ ମତପ୍ରକାଶ ପାଇଥିଲା। କ୍ରିୟାନୁଷ୍ଠାନ କମିଟିର ଦାବିକୁ ଗ୍ରହଣ କରିବାକୁ ତୀବ୍ର ଆନ୍ଦୋଳନ କରି ସରକାରଙ୍କୁ ବାଧ୍ଯ କରାଯିବବୋଲି ନିଷ୍ପତ୍ତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ରିୟାନୁଷ୍ଠାନ କମିଟିର ୩୦ଜଣିଆ ସଦସ୍ଯଙ୍କୁ ନେଇ ଏକ ଆକ୍ସନ୍ ପ୍ଲାନ୍ କମିଟି ଗଠନ କରାଯାଇଥିଲା।

Related posts