ଗଣିଆ ବନାଞ୍ଚଳ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଉଦଘାଟନ କଲେ ବନଖଣ୍ଡ ଅଧିକାରୀ

ଗଣିଆ,(ନୟାଗଡ଼ ଦର୍ପଣ):- ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଗଣିଆ ବନାଞ୍ଚଳ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ କୋରନା କଟକଣାରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ଶ୍ଵେତାଲୀନା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ବନଖଣ୍ଡ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହିତ ସମସ୍ତ ଅତିଥି ମାନଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନିଜ ଆବାସିକ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ବନଖଣ୍ଡ ଅଧିକାରୀଙ୍କ କରକମଳରେ ରିବନକଟା କାର୍ଯ୍ୟ ସମ୍ପର୍ଣ୍ଣ ହେବାପରେ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଓ ଅତିରିକ୍ତ ବନଖଣ୍ଡ ଅଧିକାରିଣୀ ଶ୍ଵେତାଲୀନା ସାହୁ ନୂତନ କାର୍ଯ୍ୟାଳୟ ମଧ୍ୟରେ ଥିବା ଜଗନ୍ନାଥଙ୍କ ପାଖରେ ଦୀପ ପ୍ରଜ୍ବଳନ କରିଥିଲେ। କରୋନା କଟକଣା ଅନୁଯାୟୀ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ ।

Related posts