ନୂଆଗାଁ,(ନୟାଗଡ଼ ଦର୍ପଣ):- ବାହାଡାଝୋଲା ବେରୁଆବାରି ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ଅଷ୍ଟମ ଶ୍ରେଣୀରୁ ପାଠଛାଡି ଦେଇଥିବାବେଳେ ପରିବାର ପକ୍ଷରୁ ଝିଅଟିର ବିବାହ କାର୍ଯ୍ୟ ଚଳିତ ମାଅ ଆସନ୍ତା ୧୪ ତାରିଖରେ ହେବା ପାଇଁ ସ୍ଥିର କରାଯାଇଥିଲା। ତତ୍ ସହିତ ଅନ୍ୟଜଣେ ଦଶପଲ୍ଲା ଅଞ୍ଚଳର ୧୫ବର୍ଷୀୟା ନାବାଳିକାକୁ ପୁଅ ଘର ଲୋକ ତାଙ୍କ ନିଜ ଘରକୁ ଆଣି ଘରଲୋକ ମିଶି ଗତ ୮ତାରିଖରେ ବିବାହ କରିଦେଇଛନ୍ତି ।

ଏହାପରେ ଚାଇଲଡ ଲାଇନର ଟୋଲଫ୍ରି ନମ୍ବର ୧୦୯୮କୁ ଖବର ଆସିବାପରେ ସେହି ଝିଅକୁ ପୁଅ ଘରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତି ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ପାଖରେ ହାଜର କରାଯାଇଥିଲା। ଉଭୟ ଝିଅଙ୍କୁ ବର୍ତ୍ତମାନ ୱାନଷ୍ଟପ ସେଣ୍ଟରରେ ରଖାଯାଇଛି । ଏହି ଚଢ଼ାଉରେ ଚାଇଲଡ଼ ଲାଇନର ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସ୍ବର୍ଣ୍ଣାଲତା ଜେନା, ଅଳକା ପାହାଡସିଂହଙ୍କ ସମେତ ବହାଡ଼ାଝୋଲା ଫାଣ୍ଡି ଏବଂ ମହିପୁର ଫାଣ୍ଡିର ପୁଲିସ କର୍ମଚାରୀ ସାମିଲ ଥିଲେ। ସମସ୍ତଙ୍କ ସହଯୋଗରେ ଘଟଣା ସ୍ଥଳରୁ ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।
