ଦାସିଆ ଅଜାଙ୍କ ଜନ୍ମ ସ୍ଥାନରେ ପାଳିତ ହେଲା ୧୧୪ତମ ଜୟନ୍ତୀ

ନୂଆଗାଁ,(ନୟାଗଡ଼ ଦର୍ପଣ):- ଓଡ଼ିଶା ପାଠାଗାର, ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ପ୍ରଖ୍ୟାତ ସଂଗ୍ରାହକ, ପ୍ରସିଦ୍ଧ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ(ଦାସିଆ ଅଜାଙ୍କ) ୧୧୪ ତମ ଜୟନ୍ତୀ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ଦାସିଆ ଅଜାଙ୍କ ନାତି ଦୀପକ୍ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ପାଠାଗାର ସଂଗ୍ରହାଳୟ ପକ୍ଷରୁ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ଓ ମାଲ୍ୟାର୍ପଣ କରାଯାଇଥିଲା। ଅପରାହ୍ନରେ ଦାସିଆ ଅଜାଙ୍କ ସାଧନା ପୀଠ ଉଦୟପୁର ପାଠାଗାର, ସଂଗ୍ରହାଳୟ ପରିସରରେ ଦାସିଆ ପ୍ରେମୀମାନଙ୍କ ଦ୍ଵାରା ନିରାଡମ୍ବର ଭାବେ ପ୍ରାର୍ଥନା ସଭା, ଭଜନ, ନାମ ସଂକୀର୍ତ୍ତନ ଏବଂ ଭାଗବତ ପାଠ କାର୍ଯ୍ୟକ୍ରମମାନ କରାଯାଇ ଦାସିଆ ଅଜାଙ୍କୁ ଏବଂ ଦାସିଆ ଅଜାଙ୍କ ସହଧର୍ମିଣୀ ପୁର୍ଣ୍ଣମାସି ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ସୂଚନାଥାଉକି, ଦାସିଆ ଅଜା ଏକ ଗ୍ରାମୀଣ ପରିବେଶରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ସେ ଶିକ୍ଷା ଗ୍ରହଣ କରିଥିଲେ। ଜୀବନ ପ୍ରଣାଳୀ ଥିଲା ସରଳ ଓ ଅତି ସାଧାରଣ । ଓଡ଼ିଶାର ଗାଁକୁ ଗାଁ ସହରରୁ ସହର ବୁଲି ପୁରାତନ ପୁସ୍ତକ, ପତ୍ର ପତ୍ରିକା, ପୋଥି, ସାଂସ୍କୃତିକ ସନ୍ତକ ମାଗି ଯାଚି ଏକ ଗ୍ରାମୀଣ ପରିବେଶରେ ଜଙ୍ଗଲ ପାହାଡ ଘେରା ଉଦୟପୁର ଠାରେ ସ୍ଥାପନ କରିଥିଲେ ଏକ ଜାତୀୟ ସ୍ତରୀୟ ପୃଥିବୀ ପ୍ରସିଦ୍ଧ ପାଠାଗାର, ସଂଗ୍ରହାଳୟ ଓ ଗବେଷଣା ଗାର ଯାହାକି ଆଜି ସମଗ୍ର ବିଶ୍ଵରେ ବିରଳ ଓ ବିସ୍ମୟ ଅଟେ।

Related posts