ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଆଦି କର୍ମଯୋଗୀ ଅଭିଯାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନରେ ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି। ଯାହା ଦଶପଲ୍ଲା  ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଘୋଳାହାଣ୍ଡି  ଘୁଗୁଡିପଡା ଓ ନଛିପୁର ଆଦି ଗ୍ରାମ ପଞ୍ଚାୟତର ସମୁଦାୟ ୧୧୦ ଟି  ଅନୂସୁଚିତ ଜନଜାତି ବହୁଳ ଗ୍ରାମକୁ ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ ନିମନ୍ତେ  ସମସ୍ତ ବିଭାଗର ସହମତିରେ ପ୍ରତେକ ଗ୍ରାମ ପାଇଁ ଏକ ଭିଲେଜ ଭିଜନ ପ୍ଲାନ ପ୍ରସ୍ତୁତ ସହ ଆଗାମୀ ଅକ୍ଟୋବର ୨ତାରିଖରେ ଡିଏ ଯୁଗା ଗ୍ରାମର ସମସ୍ତ ଭିଲେଜ ପ୍ଲାନ ଉକ୍ତ ପଞ୍ଚାୟତର ଗ୍ରାମ ସଭାରେ ଅନୁମୋଦନ ପରେ ଆଦି ପ୍ରସାରଣ ପୋର୍ଟାଲରେ ଅପଲୋଡ କରାଯିବ। ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମ ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ତତ୍ବବଧାନରେ ସମସ୍ତ ସଂଯୁକ୍ତ  ବିଭାଗ, ଜନ ପ୍ରତିନିଧି, ୧୮ଗୋଟି ପଞ୍ଚାୟତର ନିର୍ବାହୀ ଅଧିକାରୀ, ସରପଞ୍ଚ . ଡିଏ-ଯୁଗା ଗ୍ରାମର ଗ୍ରାମବାସୀ, ବସୁନ୍ଧରା ଓ ନିର୍ମାଣ  ଆଦି ଏନଜିଓର କର୍ମକର୍ତ୍ତାମାନେ  ଉକ୍ତ ଗ୍ରାମରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ  ସଂଞ୍ଚାଳନ କରୁଛନ୍ତି।

Related posts