ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦେଶ ସମୁହ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ ୧୯୮୧ମସିହାରୁ ପାଳନ କରି ଆସୁଛନ୍ତି। ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବେ ନେଇ ଦୁଇହାତର ଓଲଟା ପାପୁଲିକୁ ସାଂକେତିକ ଚି଼ହ୍ନ ଭାବେ ଅନ୍ୟକୁ ପ୍ରଦର୍ଶିତ କରାନ୍ତି। ନୟାଗଡ ଜିଲ୍ଲା ତରଫରୁ ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡଗାଁ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇସାରିଛି। ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର ଦାଶ, ଜିଲ୍ଲା ତାଲିମ କମିଶନର ଲକ୍ଷ୍ମୀଧର ମହାପାତ୍ର, କାଜଳାଇପଲ୍ଲୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଘନଶ୍ୟାମ ରାଉତ, ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ର ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ, ଅନୁଷ୍ଠିତ ବିଦ୍ୟାଳୟର ସ୍କାଉଟ ମାଷ୍ଟର ପରମାନନ୍ଦ ଦଳେଇ, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ ମାଷ୍ଟର ସମରଜିତ ସାହୁ, ନୟାଗଡ଼ ହୋଲିଫ୍ୟାମିଲି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ର ସ୍କାଉଟ ମାଷ୍ଟର ଅରୁଣ କୁମାର ମିଶ୍ର, ଅନୁଷ୍ଠିତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ଦୁଇ ଉଚ୍ଚ ବିଦ୍ୟାଳୟର ୮୫ଜଣ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀଙ୍କୁ ସମ୍ପାଦକ ଶ୍ରୀ ଦାଶ ଓ କମିଶନର ଶ୍ରୀ ମହାପାତ୍ର ଦୁହେଁ କପୋତ ପକ୍ଷୀଭଳି ଶାନ୍ତିର ବାର୍ତ୍ତା ନେଇ ପ୍ରଥମେ ନିଜକୁ, ତାପରେ ନିଜ ସମାଜକୁ ଓ ନିଜ ଦେଶ ଶେଷରେ ସମଗ୍ର ବିଶ୍ୱର ଶାନ୍ତିର ଦୂତ ହୋଇ ଏକ ଏକ ବିନ୍ଧାଣି ରୂପେ ସମାଜରେ ଅହିଂସା, ପାରସ୍ପରିକ ବୁଝାବଣା ଦ୍ୱାରା ଯୁଦ୍ଧ ବନ୍ଦ ପାଇଁ ସଂକଳ୍ପ ନେବା, ସହିତ ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ଭଳି ପଦକ୍ଷେପ ନେବାକୁ କହିଥିଲେ। ଶେଷରେ ବିଦ୍ୟାଳୟ ହତା ଭିତରକୁ ସଫେଇ ସାଙ୍ଗକୁ ସ୍ୱଚ୍ଛତା ପାଇଁ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା।
ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ
