ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ “ସେବା ପକ୍ଷ- ୨୦୨୫” ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ ନିର୍ଦ୍ଦେଶ ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମାରାଥନର ଆୟୋଜନ କରାଯାଇଥିଲା। ଏ ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳାପାଳ ରୋଜିନା ଦାସ, ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡା ଅଧିକାରିଣୀ ସୁଜାତା ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ। ମାରାଥନ୍ ସକାଳ ୭.୦୦ଘଟିକା ରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ ଠାରେ ସମାପ୍ତ ହେଇଥିଲା।
