ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେଶନ(DYFI)ର ଦଶପଲ୍ଲା ବ୍ଲକ ସମ୍ମିଳନୀ ଆଜି ସ୍ଥାନୀୟ ଇଲେଭେନ୍ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ସଂଗଠନର ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କଲାପରେ ବ୍ଲକ ସମ୍ପାଦକ ବିପିନ୍ କୁମାର ବାଜୁ ରିପୋର୍ଟ ଉପସ୍ଥାପନ କରିଥିଲେ। ରିପୋର୍ଟ ଉପରେ ପ୍ରତିନିଧିମାନେ ଆଲୋଚନା କଲାପରେ ତାହା ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଅନ୍ୟତମ ଅତିଥି ଜିଲ୍ଲା କୋଷାଧ୍ୟକ୍ଷ ଧିରେନ୍ କୁମାର ପାତ୍ର ଉଦବୋଧନ ଦେବାପରେ ଆଗାମୀ ତିନି ବର୍ଷ ପାଇଁ ଏକ କମିଟି ନିର୍ବାଚିତ କରା ଯାଇଛି। ଏହି କମିଟିର ସଭାପତି ପ୍ରକାଶ ମଣ୍ଡଳ,ସମ୍ପାଦକ ସୁଧାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ନାୟକ ସମେତ ସାତ ଜଣିଆ କମିଟି ଗଠନ କରାଯାଇଛି। ଶେଷରେ ବିଶିଷ୍ଟ ବାମପନ୍ଥୀ ନେତା ଆଡଭୋକେଟ ଶରତ ଚନ୍ଦ୍ର ବେହେରା ଉଦଯାପନୀ ବକ୍ତବ୍ୟ ପ୍ରଦାନ କରି ଯୁବ ଶକ୍ତି ଦେଶର କଷ୍ଟ ଲବ୍ଧ ସ୍ଵାଧୀନତା, ଗଣତନ୍ତ୍ରର ସୁରକ୍ଷା ସହିତ ସମାଜବାଦ ଓ ଧର୍ମନିରପେକ୍ଷତା ନିମନ୍ତେ ଆହ୍ବାନ ଦେଇଥିଲେ। ଏହି ସମ୍ମିଳନୀକୁ ସୁଶାନ୍ତ ନାୟକ ପରିଚାଳନା କରିଥିଲେ।
ଦଶପଲ୍ଲାରେ DYFIର ଦଶପଲ୍ଲା ବ୍ଲକ ସମ୍ମିଳନୀ ଅନୁଷ୍ଠିତ
