ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ ହୋଇଯାଇଛି। ଏଥି ନିମନ୍ତେ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀଙ୍କୁ ନେଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍ମୀକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠୀ, ବରିଷ୍ଠ ଅଧ୍ୟାପକ ଅଖିଳ କୁମାର ହୋତା, ଅଶୋକ କୁମାର ମିଶ୍ର ଏବଂ ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଯୋଗଦାନ କରିଥିଲେ। ଏଥିରେ ସମସ୍ତେ ତାଙ୍କର ୩୨ବର୍ଷ ଚାକିରୀ ଜୀବନର ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା
