
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ ଆନ୍ତର୍ଜାତୀୟ ମାନବାଧିକାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ ଓ ନୂଆଗାଁ ବ୍ଲକ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦଶପଲ୍ଲା ବିଧାୟକ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ, ସାଧାରଣ ଜନତାଙ୍କ ସମସ୍ଯା, ବୃଦ୍ଧ ବୃଦ୍ଧା, ଅସହାୟକଙ୍କ ପାଇଁ ହେବାକୁ ଥିବା ୧୦୦ଶଯ୍ୟା ବିଶିଷ୍ଟ ଘର ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କୃଷଚଦ୍ର ପୁର ଠାରେ ଏଭଳି ଅନୁଷ୍ଠାନ ହେଉଥୁବାରୁ ପୂର୍ଣ୍ଣ ସହଯୋଗ କରିବା ପାଈଁ ବିଧାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବୃଦ୍ଧାଶ୍ରମ ଓ ଅନାଥାଶ୍ରମର ଗୃହ କାଯ୍ୟ ଯଥାଶୀଘ୍ର ଆରମ୍ଭ କରିବା ପାଈଁ ଅନୁଷ୍ଠାନର ପ୍ରତିଷ୍ଠାତା ମୀନକେତନ ପଟ୍ଟନାୟକଙ୍କୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ନୟାଗଡ ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ଦାସ, ବ୍ଲକ ସଭାପତି ବିରଞ୍ଚିନାରାୟଣ ଦାସ, ସାଧାରଣ ସମ୍ପାଦକ ଦାଶରଥି ପ୍ରଧାନ, ସମ୍ପାଦକ ଚିନ୍ମୟ କୁମାର ପ୍ରଧାନ, ସମାଜସେବୀ ରତ୍ନାକର ପ୍ରଧାନ, ତତ ସହିତ ନୟାଗଡ଼ ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀଙ୍କ ସମସ୍ତ କାର୍ଯ୍ୟକାରିଣୀ କମିଟି ତଥା ସଭାପତି, ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ।