ଜଗବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ):  ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଯୋଗ ଓ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରର ଲେଡି ଲୁଇସ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅକ୍ଟୋବର  ୨ତାରିଖ ଠାରୁ ୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ୧୭ବର୍ଷରୁ କମ ବାଳକ ବିଭାଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସମ୍ପଡା, ନବମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି। ଆସନ୍ତା ୧୮ତାରିଖରୁ ମହାରାଷ୍ଟ୍ରରେ ହେବାକୁଥିବା ଜାତୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେ ଜାତୀୟ ସ୍ତରରେ ଜଣେ କୃତି ପ୍ରତିଯୋଗୀ । ପୂର୍ବରୁ ସେ ୧୪ବର୍ଷରୁ କମ ବୟସ୍କ ଦଳରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଦିଲ୍ଲୀ, ଭୋପାଳ ଓ ରାଜସ୍ଥାନର ଜୟପୁର ଠାରେ ଅଂଶ ଗ୍ରହଣ କରିସାରିଛନ୍ତି। ଚିନ୍ତାମଣି ବିଦ୍ୟାପୀଠର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ାଙ୍କ ଠାରୁ ନିୟମିତ ଯୋଗ ଶିକ୍ଷା କରୁଛନ୍ତି। ସେ କୋଷାକଟା ଗ୍ରାମର ମାତା ସ୍ବର୍ଣ୍ଣଲତା ଓ ପିତା ଆନନ୍ଦ ସାମନ୍ତରାୟଙ୍କ ବଡ଼ ପୁଅ। ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଗବନ୍ଧୁଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

Related posts