ଗଛରେ ପିଟି ହୋଇ ଦୁଇ ମୃତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ବସ୍ ଖରାପ ଥିବା ଖବର ପାଇ ଏକ ବାଇକ୍‌ ଯୋଗେ ଯାଉଥିଲେ। ହେଲେ ବାଟରେ ଛକି ବସିଥିଲା ଯମ। ଏକ ଗଛରେ ପିଟି ହୋଇ ଘଟଣାସ୍ଥରେ ଆଖି ବୁଜିଛନ୍ତି ଲକ୍ଷ୍ମୀ ବସ୍ ମ୍ୟାନେଜର ଓ ସୁପରଭାଇଜର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଦଶପଲ୍ଲା ଘୁଗୁଡ଼ିପଡ଼ା ରାସ୍ତାର ନଛିପୁରସ୍ଥିତ ଏକ ରାଇସମିଲ୍ ନିକଟରେ ଅପରାହ୍ଣରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ଗାଁ ଥାନା ଅଧୀନସ୍ଥ ଦଲକ ଗ୍ରାମର ମ୍ୟାନେଜର ସୂର୍ଯ୍ୟକାନ୍ତ ବେହେରା (୨୭) ଏବଂ ମଧ୍ୟଖଣ୍ତ ଗ୍ରାମର ସୁପରଭାଇଜର ଜ୍ଞାନ ରଞ୍ଜନ ସାହୁ(୨୫)। ଖବରପାଇ ପୁଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରିଛି।

Related posts