ସଚେତନତା ପାଇଁ ଝୋଟି ଓ ଦାସକାଠିଆ କାର୍ଯ୍ୟକ୍ରମ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ଅଭିଯାନ ଓଡ଼ିଶାରେ ଆରମ୍ଭ ହୋଇଛି। ଏନେଇ ନୟାଗଡ଼ ଜିଲ୍ଲାରେ ଗତ ୩୦ ମେ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର (BLO) ମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମହିଳା BLOମାନଙ୍କ ଦ୍ୱାରା ଆକର୍ଷଣୀୟ ଝୋଟି ପ୍ରଦର୍ଶନ କରାଯାଇଥିଲା। ସେହିପରି ଜନସାଧାରଣଙ୍କୁ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସଚେତନ କରିବା ପାଇଁ ଦାସକାଠିଆ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା…
Read MoreDay: June 10, 2026
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନାକରି ମା’ ଦକ୍ଷିଣକାଳୀ ପୀଠରେ ସମୂହ ଦୀପଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଯଥା ସର୍ବାଧିକ ୧୨ବର୍ଷ ଅର୍ଥାତ୍ ୪ହଜାର ୩୯୯ ଦିନ ଧରି ନିଜର ଦାୟିତ୍ୱ ତୁଲାଇ ଦେଶସେବାରେ ନିୟୋଜିତ ଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରନ୍ତର ଜନସେବା କାମନା କରି ନୟାଗଡ଼ର ଆରାଧ୍ୟା ଦେବୀ ମା’ ଦକ୍ଷିଣକାଳୀଙ୍କ ପୀଠରେ ଏକ ଭକ୍ତିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପୌରାଞ୍ଚଳ ମଣ୍ଡଳ ପ୍ରତିନିଧି ରଞ୍ଜନ ରଶ୍ମି ଜେନାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ନେତା, କର୍ମକର୍ତ୍ତା ଓ ସମର୍ଥକମାନେ ଏକତ୍ରିତ ହୋଇ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ୱାସ୍ଥ୍ୟ କାମନାରେ ୧୦୦୦ରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇ ସମୂହ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଭକ୍ତ ଓ କର୍ମକର୍ତ୍ତାମାନେ…
Read Moreବିଦ୍ୟୁତ ବିଭାଗର ମନମାନିକୁ ବିରୋଧ କରି ଦଶପଲ୍ଲା ଉପଭୋକ୍ତା ତାତିଲେ
ଟାକରା ନିର୍ମାଣଧୀନ ଗ୍ରୀଡ଼କୁ ଯୁଦ୍ଧ କାଳୀନ ଭିତ୍ତିରେ ଚାଲୁ କରିବା ପାଇଁ ଦାବୀ ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଞ୍ଚଳରେ ଟାଟା ପାୱାରର ମନଇଚ୍ଛା ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ଼ର ଦୂରୀ କରଣ, ସଂଗଠିତ ଭାବେ ପ୍ରତିବାଦ କରୁଥିବା ଉପଭୋକ୍ତାଙ୍କ ନାମରେ ଟିପିସିଓଡିଏଲର ମିଥ୍ୟା ମୋକଦ୍ଧମାକୁ ପ୍ରତ୍ୟାହାର କରିବା, ସ୍ମାଟ ମିଟର ଲଗାଇବା ବାହାନାରେ ଗ୍ରାହକମାନଙ୍କୁ ଜୁଲୁମ ବନ୍ଦ କରିବା ଏବଂ ଟାକରାର ଝୀଂଟିକାବାରି ଠାରେ ୪ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଗ୍ରୀଡ଼କୁ ଚାଲୁ ନ କରିବା ପ୍ରତିବାଦ ରେ ବୁଧବାର ଦିନ ସାହସ୍ରାଧିକ ଜନ ସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଭୁ ମହାବୀରଙ୍କ ପୀଠରୁ ଆସି ସହର ପରିକ୍ରମା ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୫ ତାରିଖ ଭିତରେ ଯଦି ୫ଗୋଟି ମୌଳିକ…
Read Moreଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ କରିବାରେ ପ୍ରଶାସନ କରୁଥିବା ଅବହେଳା ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଗତ ମେ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ୧୫ ତାରିଖରେ ବିଜେପିରେ ମିଶିଥିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ଯାହାକୁ ନେଇ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମେ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଆଜି ପର୍ଯ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ। ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଥିଲେ।…
Read Moreଭଞ୍ଜପୀଠ ମାଳିସାହିରେ ୧୪ରେ ହେବ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପବିତ୍ର ପୀଠ ମାଳିସାହି ଠାରେ ପାରମ୍ପରିକ ଭଞ୍ଜ ଜୟନ୍ତୀ ଉତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଞ୍ଜ ଜୟନ୍ତୀ କିପରି ସଫଳତାର ସହିତ ସମ୍ପାଦକ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯିବା ସହ ହାଇସ୍କୁଲ ସ୍ତରୀୟ ବକ୍ତ୍ରୁତା, ସଙ୍ଗୀତ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀ ଓ ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ଭଞ୍ଜ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାରମ୍ଭିକ ଭଞ୍ଜ ସଙ୍ଗୀତ ସହିତ ଓଡ଼ିଶାର ବିଶିଷ୍ଟ ସାହିତ୍ୟ ବିଶାରଦ ମାନେ ଏହି ସାରସ୍ବତ ସମାବେଶରେ ସମ୍ଭାଷଣ ରଖିବେ…
Read Moreବୃତଙ୍ଗ ଜଳସେଚନ ଯୋଜନା ବହୁବର୍ଷ ଆଗରୁ ହୋଇ ପାରିଥାନ୍ତା : କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ବୃତଙ୍ଗ ବୃହତ ଜଳସେଚନ ଯୋଜନା ୨0୧୨ ମସିହାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଅର୍ଥଶାସ୍ତ୍ରୀ ଡ଼. ମନମୋହନ ସିଂ ନେତୃତ୍ବାଧୀନ ୟୁପିଏ ସରକାର ଷ୍ଟେଜ ୱାନ ଜଙ୍ଗଲ ପରିବେଶ ମଞ୍ଜୁରୀ ଦେଲାପରେ ଷ୍ଟେଜ ଦୁଇ କ୍ଳିୟରାନ୍ସ ପାଇଁ ୧୪ ବର୍ଷ ଲାଗିଲା। ଯଦି ଆବଶ୍ୟକୀୟ ସର୍ତ୍ତାବଳୀ ବର୍ଷେ ଦୁଇବର୍ଷ ଭିତରେ ତତ୍କାଳୀନ ରାଜ୍ୟ ସରକାର ପୂରଣ କରିଥିଲେ ବୋଧହୁଏ ବହୁପ୍ରତକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ୧୪ ବର୍ଷ ତଳୁ ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରି ଥାନ୍ତା ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି। ଜିଲ୍ଲାର ହଜାରହଜାର ଚାଷୀଙ୍କ ସ୍ୱାର୍ଥବିରୋଧି ଏବଂ ଜୀବନଜୀବିକା ସହିତ ଷଡଯନ୍ତ୍ର ପାଇଁ ବାସ୍ତବରେ ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଡିସିସି ସଭାପତି ଶ୍ରୀ ଦାଶ। ଜିଲ୍ଲାର ୩୦୯ଗ୍ରାମର ୨୩୩୦୦ ହେକ୍ଟର ଆୟାକଟ ଚାଷଜମି…
Read Moreଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ ହେଲେ ପୂର୍ଣ୍ଣିମା ତ୍ରିପାଠୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ପୂର୍ଣ୍ଣିମା ତ୍ରିପାଠୀ ବୁଧବାର ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମାରୋହର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀମତୀ ତ୍ରିପାଠୀ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ସର୍ବାଙ୍ଗୀନ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମତୀ ତ୍ରିପାଠୀ ଏହା ପୂର୍ବରୁ ନୟାଗଡ଼ ସହରସ୍ଥିତ ମ୍ୟୁନିସିପାଲିଟି ଉଚ୍ଚବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ସଫଳତାର ସହ କାର୍ଯ୍ୟରତ…
Read Moreଅନାସ୍ଥା ପ୍ରସ୍ତାବ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି, ନହେଲେ ୧୭ରୁ ଅହୋରାତ୍ର ଧାରଣା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ପ୍ରସଙ୍ଗରେ ନୟାଗଡ଼ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ନୟାଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରୁ ଅହୋରାତ୍ର ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଓ ସମିତି ସଭ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ନିୟମାନୁସାରେ ଶୀଘ୍ର ବୈଠକ ଡାକିବାକୁ ଦାବି କରିଥିଲେ। ଜନପ୍ରତିନିଧିମାନଙ୍କ କହିବା ଅନୁଯାୟୀ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଗତ ଅନାସ୍ଥା ପ୍ରସ୍ତାବ…
Read Moreସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଡିପଡାରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ଗୋଡିପଡା, (ନୟାଗଡ଼ ଦର୍ପଣ): ଗୋଡିପଡା ସ୍ଥିତ ସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘନଶ୍ୟାମ ରାଉତ ନୂତନ ପ୍ରଧାନ ଶିକ୍ଷକଭାବେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋଡିପଡା ସିଆରସିସି ବିଜୟ କୁମାର ପୃଷ୍ଟି ଓ ଆଙ୍ଗିସିଙ୍ଗି ସିଆରସିସି ରାଜେଶ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ରାଉତ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଶିକ୍ଷକ,ଶିକ୍ଷା ମହଲରେ ସୁପରିଚିତ। ସେ ଦୀର୍ଘ ୨୨ ବର୍ଷ ଧରି ସାରସ୍ୱତ ଲୋକ ବିଦ୍ୟାପୀଠ, କଜଲାଇପଲ୍ଲୀରେ ବିଜ୍ଞାନ ଶିକ୍ଷକ ଭାବେ ସଫଳତାର ସହ ଶିକ୍ଷକତା କରିଆସିଛନ୍ତି। ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ ପରେ ନିଜ ପ୍ରତିକ୍ରିୟାରେ…
Read Moreସୋଲପଟା ସମବାୟ ସମିତିରେ ମହାଦୁର୍ନୀତି ଅଭିଯୋଗ, ଚାଷୀଙ୍କ ନାଁରେ ଋଣ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସମବାୟ ସମିତି (ସୋସାଇଟି)ରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିରୀହ ଚାଷୀମାନଙ୍କ ନାମରେ ସେମାନଙ୍କ ଅଜାଣତରେ ଋଣ ଉଠାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ଅନେକ ଚାଷୀ ନିଜ ନାମରେ ଋଣ ଉଠିଥିବା ସମ୍ପର୍କରେ କିଛି ଜାଣି ନଥିଲେ। ପରେ ବ୍ୟାଙ୍କ ଓ ସମବାୟ ସମିତିର ତଥ୍ୟ ଯାଞ୍ଚ କରିବା ପରେ ସେମାନଙ୍କ ନାମରେ ଋଣ ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଦୁଇ ଚାଷୀ ଥାନାରେ ଅଭିଯୋଗ କରିବାରୁ କିଛିଦିନ ତଳେ ସେହି ଚାଷୀଙ୍କ ଫେକ ଆକାଉଣ୍ଟରେ ଉଠାଯାଇଥିବା ଋଣ ଯଥା ଜଣଙ୍କର ୧ଲକ୍ଷ ଟଙ୍କା ଏବଂ ଅନ୍ୟ…
Read More