ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ ହେଲେ ପୂର୍ଣ୍ଣିମା ତ୍ରିପାଠୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ ଭାବେ ଶ୍ରୀମତୀ ପୂର୍ଣ୍ଣିମା ତ୍ରିପାଠୀ ବୁଧବାର ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ସମାରୋହର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୂତନ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଦାୟିତ୍ୱ ଗ୍ରହଣ ପରେ ଶ୍ରୀମତୀ ତ୍ରିପାଠୀ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା ଓ ସର୍ବାଙ୍ଗୀନ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମତୀ ତ୍ରିପାଠୀ ଏହା ପୂର୍ବରୁ ନୟାଗଡ଼ ସହରସ୍ଥିତ ମ୍ୟୁନିସିପାଲିଟି ଉଚ୍ଚବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ସଫଳତାର ସହ କାର୍ଯ୍ୟରତ ଥିଲେ। ତାଙ୍କର ଅଭିଜ୍ଞତା ଓ ନେତୃତ୍ୱରେ ଗୋବିନ୍ଦପୁର ହାଇସ୍କୁଲ ଆହୁରି ଉନ୍ନତି ପଥରେ ଆଗେଇବ ବୋଲି ଶିକ୍ଷକ ଓ ଅଭିଭାବକ ମହଳରେ ଆଶା ପ୍ରକାଶ ପାଇଛି।

Related posts