ନୟାଗଡ଼ରେ ବିଦ୍ୟୁତ ସମସ୍ୟା ଗୁରୁତର: ନିଘୋଡ଼ ନିଦରେ ଟାଟା ପାୱାର, ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ;୧୫ ଦିନ ମଧ୍ୟରେ ସୁଧାର ନଆସିଲେ ଆନ୍ଦୋଳନ ଚେତାବନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଅଘୋଷିତ ଓ ତୁହା କୁ ତୁହା ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ସମସ୍ୟା ଗ୍ରୀଷ୍ମର ପ୍ରକୋପକୁ ଦ୍ୱିଗୁଣିତ କରିଥିବା ବେଳେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ବିଲ୍‌ ଆଦାୟ ପାଇଁ ଟାଟା ପାୱାର କର୍ତ୍ତୃପକ୍ଷ ସଦାସର୍ବଦା ବ୍ୟସ୍ତ ବିବ୍ରତ ରହୁଥିବା ବେଳେ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳରେ ଶିଶୁ, ବୃଦ୍ଧ ଓ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅବହେଳା ଏଭଳି ସ୍ତରକୁ ଯାଇଛି ଯେ, ଗତକାଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମଧ୍ୟ ବିଦ୍ୟୁତ ବିଭାଗର କୌଣସି ଦାୟିତ୍ୱବାନ ଅଧିକାରୀ ଉପସ୍ଥିତ ନଥିଲେ। ଏହା ବିଭାଗର ବେପରୁଆ…

Read More

ନୟାଗଡରୁ ୩ ଜଣ ପାଇବେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର- ୨୦୨୬

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡରୁ ୩ଜଣ ପାଇବେ  ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର-୨୦୨୬। ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ୍ୟ ବିବେଚିତ ୩୨ଜଣ ଏନ୍‌ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ସାହୁ ଓ ଶରଣକୁଳ ମହାବିଦ୍ୟାଳୟର ଛାତ୍ର ମିଥୁନ ସାହୁ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, ଆଡ଼କଟାର ଛାତ୍ର ବାପୁନୁ ବେହେରାଙ୍କ ନାଁ ରହିଛି। ଜିଲ୍ଲାର ୩ଗୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଏନ୍ଏସ୍ଏସର ପ୍ରୋଗ୍ରାମ ଅଫିସର ୩ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More

ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଗୋପାଳପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜେପି ସଭାନେତ୍ରୀ ସୁବାସିନୀ ପୃଷ୍ଟି, ସମାଜ ସେବୀ ଏଲି ପାଢ଼ୀ, ବିଜେପି ନେତ୍ରୀ ଶସ୍ମିତା ପରିଡା, ଗୋପାଳପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ଼ ଜିଲ୍ଲାର ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ସାଧାରଣ ସମ୍ପାଦକ ଭାସ୍କର ନାୟକ, ଭରତ ରଣସିଂହ, ସୁବର୍ଣ୍ଣ…

Read More

ରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟରେ  ମିଶ୍ରଣ ପର୍ବ ଅନୁଷ୍ଠିତ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି। ଯେଉଁଥିରେ ରଣପୁର NACର ବିଜେଡିର ବରିଷ୍ଠ ନେତା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ପ୍ରତିନିଧି ସ୍ୱରାଜ କୁମାର ମହାନ୍ତି ଡମସାହି ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେଡ଼ି ନେତା ତଥା ରଣପୁର ବ୍ଲକର ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଓ ତାଙ୍କ ସହିତ ଶତାଧିକ ବିଜେଡ଼ି କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକପ୍ରିୟ ନେତ୍ରୀ ତଥା ବିଧାୟିକା ସୁରମା ପାଢ଼ୀ  ଏବଂ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ବିପିନ ପାଢ଼ୀ,…

Read More

ନୟାଗଡ ଜିଲ୍ଲା ଓଷ୍ଟାର ନୂତନ ନିର୍ବାଚିତ କର୍ମକର୍ତ୍ତା ଓ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଓଷ୍ଟାର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାର ମାଧ୍ୟମିକ ଶିକ୍ଷକ ସଂଗଠନର ସମସ୍ତ ପଞ୍ଜିକୃତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯଥା ୨୧୮ ଜଣ ଉପତ୍ସ୍ଥିତ ରହି ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଗ୍ରହଣ କରିଥିଲେ। ଦୁଇଟି ପ୍ୟାନେଲ ମଧ୍ୟରେ ନିର୍ବାଚନ ଲଢ଼େଇ ହୋଇଥିଲା ଫଳରେ ଗୋଟିଏ ପ୍ୟାନେଲର ୧୩ ଜଣ ପ୍ରାର୍ଥୀ ବିପୁଳ ସମର୍ଥନରେ ଵିଜୟୀ ଲାଭ କରିଥିଲା ।ନୟାଗଡ଼ ଜିଲ୍ଲା ଓଷ୍ଟାର ନୂତନ ଭାବରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ହେଲେ ସଭାପତି ଶ୍ରୀ ନିତ୍ୟାନନ୍ଦ ଦାସ(୧୩୪ ଖଣ୍ଡ ଭୋଟ), କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଭାକର ମିଶ୍ର(୧୩୦ଖଣ୍ଡ ଭୋଟ), ଉପ ସଭାପତି ଶ୍ରୀ ଶିବ ରାଉତ (୯୯ଖଣ୍ଡ ଭୋଟ), ଉପ ସଭାପତି ଶ୍ରୀ ନିରାକାର ସ୍ୱାଇଁ(୮୮ ଖଣ୍ଡ ଭୋଟ), ଉପ ସଭାପତି ଶ୍ରୀମତୀ…

Read More

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପର୍ଯ୍ୟବେକ୍ଷଣ: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଜିଲ୍ଲା ସାମ୍ବାଦିକ ସଂଘର ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚିକିତ୍ସାଳୟରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା ଓ ଅଚଳାବସ୍ଥାକୁ ନେଇ ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ଉଦବେଗ ପ୍ରକାଶ ପାଇବା ସହ ମେଡିକାଲ ପରିସରରେ ଧାରଣା ଦିଆଯାଇଥିଲା । ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଆଜି ହସ୍ପିଟାଲରେ ଅଚାନକ ପର୍ଯ୍ୟବେକ୍ଷଣ କରିବା ସମୟରେ ଅନେକ ସଂଘାତିକ ଚିତ୍ର ପଦାକୁ ଆସିଛି।୧ ଶହ ଶଯ୍ୟା ବିଶିଷ୍ଟ ଏହି ଆଧୁନିକ କୋଠାରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ଅତିକମରେ ୨ ଜଣ ଡାକ୍ତର ରହିବା କଥା, କିନ୍ତୁ ମାତ୍ର ଜଣେ ଡାକ୍ତର ଉପସ୍ଥିତ ଥିଲେ। ଫଳରେ ୨ ଶହରୁ ଊର୍ଦ୍ଧ୍ୱ ରୋଗୀ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି…

Read More

ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ତରଫରୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): କୃତିତ୍ୱ, ଶୃଙ୍ଖଳା ଏବଂ ସେବାପାଇଁ ଓଡିଶା ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ପୁରସ୍କାର ରେ ସମ୍ମାନିତ କରନ୍ତି ଏହି ସଂସ୍ଥାର ପୃଷ୍ଠପୋଷାକ  ମହାମହିମ ରାଜ୍ୟପାଳ ମହୋଦୟ। ଆଜି ଥିଲା ଓଡିଶା ଲୋକଭବନ ର ନୂତନ ଅଭିଷେକ ହଲରେ ରାଜ୍ୟପୁରସ୍କାର ସମାରୋହ ଉତ୍ସବ -୨୦୨୬। ଉକ୍ତ ଉତ୍ସବରେ ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ଼ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷାକ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କୁମ୍ଭମପାଟି, ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ଭାରତ ସ୍କାଉଟ ଗାଇଡର ଉପସଭାପତି ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡର କମିଶନର ଡ଼ଃ କାଳିପ୍ରସାଦ ମିଶ୍ର। ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ର ଛାତ୍ର ରାଜା…

Read More

ଅସୁରକ୍ଷିତ ପୋଲିସ, ୨୭ତାରିଖ ବୁଧବାର ନୟାଗଡ଼ ବନ୍ଦ କରିବ କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା କାର୍ଯ୍ୟରତ ଦଳିତ ପୋଲିସ ଅଧିକାରୀଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିବା, ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗରେ ପ୍ରମୁଖ ବିଜେପି ନେତା ମାନଙ୍କ ସମ୍ପୃକ୍ତି ଥିବା ଥାନା ସିସିଟିଭି ଯାଞ୍ଚ କରାଯାଇ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୁକ୍ତ ମାନଙ୍କୁ ୭ଦିନ ମଧ୍ୟରେ ଗିରଫ କରାନଗଲେ ଆଗାମୀ ୨୭ତାରିଖ ବୁଧବାର ନୟାଗଡ଼ ବନ୍ଦ କରିବ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲା କଂଗ୍ରେସ। ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆମ ସମସ୍ତଙ୍କର ସାମ୍ବିଧାନିକ ଅଧିକାର କିନ୍ତୁ ଆନ୍ଦୋଳନ ଆଳରେ କର୍ତ୍ତବ୍ୟରତ ପୋଲିସ ମାନଙ୍କୁ ବିଭିନ୍ନ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା, ବର୍ଦ୍ଦିରେ ଥିବା ଦଳିତ ପୋଲିସ ଅଧିକାରୀଙ୍କୁ ମାଡ ମାରିବା, ଆଇଆଇସି, ଏସଡ଼ିପିଓ ଙ୍କୁ ଅପମାନିତ କଲାଭଳି…

Read More

ମିଥ୍ୟା ମାମଲା କରି ଗଣମାଧ୍ୟମ କଂଣ୍ଠରୋଧ ଉଦ୍ୟମ ନ୍ୟାୟ ପାଇଁ ଏସ୍‌ପିଙ୍କୁ ଦାବି ଜଣାଇଲେ ସାମ୍ବାଦିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରି ଗଣମାଧ୍ୟମ କଂଣ୍ଠରୋଧ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଜି ଏହାକୁ ନେଇ ସଦରମହକୁମାର ବହୁ ସାମ୍ବାଦିକ ନୟାଗଡ଼ ଏସ୍‌ପି ଏସ୍ ସୁଶ୍ରୀଙ୍କୁ ଭେଟି ନ୍ୟାୟ ପାଇଁ ଦାବି ରଖିଛନ୍ତି । ଏହା ସହିତ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀଙ୍କ ଜରିଆରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲାରେ ବିଗତ କିଛି ଦିନ ହେବ ସାମ୍ବାଦିକମାନେ କିଛି ଅସାମାଜିକ ବ୍ୟକ୍ତି ପାଇଁ ଭୟ ଓ ଆଶଙ୍କା ମଧ୍ୟରେ କାଳାତିପାତ କରୁଛୁ। ଦୁଇ ଜଣ ସାଇବର ମାଫିଆ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ଦୈନିକ ‘ସକାଳ’ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ ଟାର୍ଗେଟ କରି ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଚରିତ୍ରସଂହାର କରି ଫେସବୁକରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଗତ ୩୦…

Read More

ଗଣିଆ ବ୍ଲକ ଟପର ହେଲେ ବିଷ୍ଣୁପ୍ରିୟା ବେହେରା

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ଡଃ. ଆର.ସି. ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରୀ ଵିଷ୍ଣୁପ୍ରୀୟା ବେହେରା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୬୫ନମ୍ବର ରଖି ଗଣିଆ ବ୍ଲକ ଟପ୍ପର ହୋଇଥିବା ବେଳେ ସୁଜାତା ବେହେରା କଳା ବିଭାଗରେ ୫୪୪ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ସମ୍ପାଦକ ଡ଼ .ଏଲ୍ଡାଡକାଇଣ୍ଡ  ସେଥ, ମ୍ୟାନେଜମେଣ୍ଟର ମୁଖ୍ୟ କବିଚନ୍ଦ୍ର ସାମନ୍ତରାୟ, ଓଡ଼ିଆ ଅଧ୍ୟାପକ ଜିତେନ୍ ପାଣିଗ୍ରାହୀଙ୍କ ସମେତ  ଅଂଚଳର ବୁଦ୍ଧିଜୀବୀ, ସ୍ବେଛାସେବୀମାନେ ଉଭୟ ଛାତ୍ରୀଙ୍କ ସମେତ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Read More