ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ , ବିଜେଡି ଓ ଇଣ୍ଡି ମେଣ୍ଟ ର ବିରୋଧକୁ ନେଇ ଗୋପାଳପୁର ମହିଳା ମୋର୍ଚ୍ଚା ନେତୃତ୍ବରେ ବୁଧବାର ଦିନ ଅପରାହ୍ନ ସମୟରେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜେପି ସଭାନେତ୍ରୀ ସୁବାସିନୀ ପୃଷ୍ଟି, ସମାଜ ସେବୀ ଏଲି ପାଢ଼ୀ, ବିଜେପି ନେତ୍ରୀ ଶସ୍ମିତା ପରିଡା, ଗୋପାଳପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ଗୋପାଳପୁର ଜିଲ୍ଲାପରିଷଦ ସଦସ୍ୟା ଲକ୍ଷ୍ମୀ ପ୍ରିୟା ତରେଇ, ନୟାଗଡ଼ ଜିଲ୍ଲାର ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଗୋପାଳପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ସାଧାରଣ ସମ୍ପାଦକ ଭାସ୍କର ନାୟକ, ଭରତ ରଣସିଂହ, ସୁବର୍ଣ୍ଣ ସିଂ ଏବଂ ତାଙ୍କ ସହିତ ଗୋପାଳପୁର ମଣ୍ଡଳ ର ୮ ଟି ପଞ୍ଚାୟତ ବହୁ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ମହିଳା ମାନେ ହାତରେ ପ୍ଲାଗ କାର୍ଡ ଧରି, କଳା ଫିତା ପିନ୍ଧି ଗୋପାଳପୁର ମା ବଘେଇ ଙ୍କ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ କରି ଗୋପାଳପୁର ଗ୍ରାମ ଓ ବଜାର ପରିକ୍ରମା କରି ସାତ ଦୋଳ ପଡ଼ିଆ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ସମାପ୍ତ ହେବା ପରେ ଏକ ପ୍ରତିବାଦ୍ ସଭା ହୋଇଥଲା। ଏହି ପ୍ରତିବାଦ ସଭାରେ ମହିଳା ମାନେ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପ୍ରତିବାଦ କରି ପୁନଶ୍ଚ ମହିଳା ସଂରକ୍ଷଣ ବିଲକୁ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ କହିଥିଲେ । ଏଥି ସହିତ କଂଗ୍ରେସ ଦଳର ନେତା ରାହୁଲ୍ ଗାନ୍ଧୀ ଓ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Related posts