ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡରୁ ୩ଜଣ ପାଇବେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର-୨୦୨୬। ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ୍ୟ ବିବେଚିତ ୩୨ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ସାହୁ ଓ ଶରଣକୁଳ ମହାବିଦ୍ୟାଳୟର ଛାତ୍ର ମିଥୁନ ସାହୁ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ, ଆଡ଼କଟାର ଛାତ୍ର ବାପୁନୁ ବେହେରାଙ୍କ ନାଁ ରହିଛି। ଜିଲ୍ଲାର ୩ଗୋଟି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଏନ୍ଏସ୍ଏସର ପ୍ରୋଗ୍ରାମ ଅଫିସର ୩ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୟାଗଡରୁ ୩ ଜଣ ପାଇବେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର- ୨୦୨୬
