ରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟରେ  ମିଶ୍ରଣ ପର୍ବ ଅନୁଷ୍ଠିତ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବିଜେପି ପାର୍ଟି କାର୍ଯ୍ୟାଳୟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି। ଯେଉଁଥିରେ ରଣପୁର NACର ବିଜେଡିର ବରିଷ୍ଠ ନେତା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ପ୍ରତିନିଧି ସ୍ୱରାଜ କୁମାର ମହାନ୍ତି ଡମସାହି ଗ୍ରାମ ପଞ୍ଚାୟତର ବରିଷ୍ଠ ବିଜେଡ଼ି ନେତା ତଥା ରଣପୁର ବ୍ଲକର ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଓ ତାଙ୍କ ସହିତ ଶତାଧିକ ବିଜେଡ଼ି କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦାନ କରିଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକପ୍ରିୟ ନେତ୍ରୀ ତଥା ବିଧାୟିକା ସୁରମା ପାଢ଼ୀ  ଏବଂ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ବିପିନ ପାଢ଼ୀ, ଜିଲ୍ଲା ଉପ ସଭାପତି ପରେଶ ମିଶ୍ର, ଜିଲ୍ଲା ଉପସଭାପତି  ନିର୍ମଳ କୁମାର ମତ୍ତଗଜସିଂହ, ରଣପୁର ଗ୍ରାମୀଣ ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେହେରା, ଜିଲ୍ଲା ସମ୍ପାଦକ ଜୟନ୍ତ କୁମାର ନାୟକଙ୍କ ଉପସ୍ଥିତରେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଡମସାହି ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ଏମାନେ ସମସ୍ତେ ବିଜେପିରେ ଯୋଗଦାନ ପରେ ରଣପୁର ଏନଏସି ଓ ଡମସାହି ଗ୍ରା:ପ: ର ବିଜେପି ସଂଗଠନ ମଜବୁତ ହେବ ବୋଲି ବିପିନ ପାଢ଼ୀ, ପରେଶ ମିଶ୍ର ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।

Related posts