ନୟାଗଡ଼ ଛେନାପୋଡ଼କୁ GI Tag ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଛେନାପୋଡ଼ ଦିବସ ଅବସରରେ ନୟାଗଡ଼ର ଗର୍ବ ଓ ଗୌରବ ‘ଛେନାପୋଡ଼’ ପାଇଁ ଏକ ଶୁଭ ସୂଚନା ମିଳିଛି। ବିଶ୍ୱ ପ୍ରସିଦ୍ଧ ଏହି ମିଠାକୁ GI (Geographical Indication) ଟ୍ୟାଗ୍ ମାନ୍ୟତା ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ମାନ୍ୟବର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସାଂସଦଙ୍କ ଦାବିକୁ ଗମ୍ଭୀରତାର ସହ ଗ୍ରହଣ କରି ମାନ୍ୟବର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନୟାଗଡ଼ ଛେନାପୋଡ଼ାକୁ GI ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଯଥାଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆଯିବ। ଏନେଇ ଆସନ୍ତା ମେ ମାସ ୨୮ ଓ ୨୯ତାରିଖରେ ଏକ ବୈଠକ ବସିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମସ୍ତ ଓଡ଼ିଶାବାସୀଙ୍କୁ ‘ଛେନାପୋଡ଼ ଦିବସ’ର ଆନ୍ତରିକ ଶୁଭେଚ୍ଛା…

Read More

ଦଳିତ ବିରୋଧି ମନ୍ତବ୍ୟ ପ୍ରତିବାଦରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଡିସିସି ପକ୍ଷରୁ କଂଗ୍ରେସ ସଭାପତି ତଥା ଦେଶର ପ୍ରମୁଖ ଦଳିତ ନେତା ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଶାଳୀନ, ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଆସାମ ବିଜେପି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମାଙ୍କ କୁଶପୁତ୍ତଳିକା ନୟାଗଡ଼ କୋର୍ଟ ଛକରେ ଦାହ କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ,ସାଧାରଣ ସମ୍ପାଦକ ପୀତବାସ ଖୁଣ୍ଟିଆ,ନୟାଗଡ଼ ମୁନିସିପାଲିଟି କଂଗ୍ରେସ ସଭାପତି ରାଜକିଶୋର ଜେନା, ଡିସିସି ଦଳିତ କଂଗ୍ରେସ ସଭାପତି ଜିତେନ୍ଦ୍ର ଦଳେଇ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ଦେବାଶିଷ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ,ସରlଫତ ଖାଁ,ଙ୍କ ସମେତ ବହୁ ଯୁବ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗ ଦେଇ…

Read More

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ସଙ୍ଘ ସମ୍ମିଳନୀ କକ୍ଷ ଠାରେ ଧୂମଧାମରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଛି l ନୟାଗଡ଼ ଜିଲ୍ଲା ଜଜ ଅଜନ୍ତା ଷଡ଼ଙ୍ଗୀ ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ କାଟି ଛେନାପୋଡ଼ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତିସ୍ନିଗ୍ଧା ଦାଶ, ସବଜଜ ଏଲଆର ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲି ସରିତା, ଏସଡ଼ିଜେଏମ ସମାପିକା ସମଦର୍ଶିନୀ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଛେନାପୋଡ଼ କାଟି ଖୁସି ମୁହୂର୍ତ୍ତରେ ସାମିଲ ହୋଇଥିଲେ। ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ନୟାଗଡ଼…

Read More

ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ନୂଆଗାଁଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀଧର ସାହୁ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ସାଇପ୍ରସାଦ ଦାଶ,ଶକ୍ତିମାନ ସ୍ୱାଇଁ,ପ୍ରୀତିପ୍ରଜ୍ଞା ତ୍ରିପାଠୀ,ଲକ୍ଷ୍ମୀ ନାୟକ, ସୁଚିତ୍ରା ବେହେରା ଏବଂ ଲକ୍ଷ୍ମୀପ୍ରିୟା ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଚିନ୍ମୟ…

Read More