୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡ, (ନୟାଗଡ଼ ଦର୍ପଣ): ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଏକ ଖେଳରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡକୁ ଏକ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଛି। ଆଜିର ଖେଳରେ ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ।ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ, ପ୍ରଶାନ୍ତ କୁମାର ବେହେରା, ନିଶିକାନ୍ତ ମହାନ୍ତି…

Read More

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମତିଥି, ଆଇନଜୀବୀ ଦିବସ ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ନ୍ୟାୟମୁର୍ତ୍ତି ମୁରାହାରି ଶ୍ରୀ ରମଣ ମୁଖ୍ୟଅତିଥିଭାବେ ଯୋଗଦେଇ ଆଇନ କେବଳ ପେଶା ନୁହେଁ ଏହା ଦାୟିତ୍ୱ ବୋଲି କହିଛନ୍ତି। ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପାଳ ମଧୁମିତା ରଥ, ପରିବାର ଅଦାଲତ ଜଜ ଡ଼. ଇନ୍ଦୁ ଶର୍ମା, ପୋକ୍ସ ସ୍ୱତନ୍ତ୍ର ଜଜ ଜାନକୀ ବିଶ୍ୱାଳ, ମୁଖ୍ୟବକ୍ତା ଡ଼. କୈଳାସ ଚନ୍ଦ୍ର ବାଣ୍ଠ ପ୍ରମୁଖ ଯୋଗଦେଇ ମଧୁ ବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ନୁହେଁ, ସେ ଥିଲେ ଓଡ଼ିଆ ଜାତିର ଆତ୍ମା, ଯେତେବେଳେ ଓଡ଼ିଆ ଜାତି ତାର ପରିଚୟ ହରାଇବାର ସମ୍ଭାବନା…

Read More

ନୟାଗଡ ଜିଲ୍ଲାର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଅନୂସୁଚିତ ଜନଜାତି ଓ ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ  ବିଭାଗ ଦ୍ବାରା ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ନୟାଗଡ଼ ଜିଲ୍ଲାର   ଦଶପଲ୍ଲା ବ୍ଲକର କଇଁଆ ଡିହ, ଗୋଡିବିଡା, କୁଲୁରୁକୁମ୍ପା ଖଣ୍ଡପଡ଼ା ବ୍ଲକର ଇଛାପୁର, ନୂଆଗାଁ ବ୍ଲକର ନୂଆପଲା, ଥୁଆବାରି, ଓଡ଼ଗାଁ ବ୍ଲକର କୈବଲ୍ୟପୁର ଏବଂ ନୟାଗଡ଼ ବ୍ଲକର ହାଟଦ୍ବାର ଅନ୍ତର୍ଭୁକ୍ତ ନିମନ୍ତେ ଜିଲ୍ଲାପାଳ, ନୟାଗଡ଼ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରକଳ୍ପର ଅନୁମୋଦନ ଲାଗି  କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ନିର୍ବାହି ଅଧିକାରୀ ତଥା ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଲଗ୍ନଜିତ ରାଉତ ଯୋଗଦେଇ ଥିଲେ। ଯୋଜନା ମାଧ୍ୟମରେ ଅନୂସୁଚିତ ଜାତି ବହୁଳ ଗ୍ରାମର ଉନ୍ନୟନ ସହ  ସାମାଜିକ ଓ ଆର୍ଥିକ ଭନ୍ନତି କରଣ ଲାଗି ଉଦିଷ୍ଟ ଯୋଜନା…

Read More

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ବାବୁ ଜୟନ୍ତୀ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ପକ୍ଷରୁ ପଗଡ଼ି ପୁରୁଷ ମଧୁ ବାବୁଙ୍କ ଜୟନ୍ତୀ ସ୍ଥାନୀୟ ନୀଳମାଧବ ହୋଟେଲ ପରିଷରରେ ପାଳିତ ହୋଇଯାଇଛ। ପୂଜ୍ୟ ପୂଜା କମିଟି ପକ୍ଷରୁ ଗୋଦାବରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ମଧୁବାବୁ କିଭଳି କୋଟି ଓଡ଼ିଆର ପ୍ରାଣ ବିନ୍ଦୁ ଥିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଆଦ୍ୟ ଉଦ୍ୟୋକ୍ତା ଥିଲେ, ଓଡ଼ିଆ ଜାତି, ମାଟି ମା ପାଇଁ ତାଙ୍କ ଜୀବନ କିଭଳି ଉତ୍ସର୍ଗୀକୃତ ଥିଲା ତାର ଅବତାରଣା କରିବାସହ କୁଳବୃଦ୍ଧ ମଧସୂଦନଙ୍କ ରଚିତ ଜାତୀୟତା ବାଦି କବିତାର ପଂକ୍ତି ଉଦ୍ଧାର କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କମିଟି ପକ୍ଷରୁ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ମନୋରଞ୍ଜନ…

Read More

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କର ବିଭିନ୍ନ ବହୁ ପ୍ରତୀକ୍ଷିତ ସମସ୍ୟାର ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରେରିତ ଏହି ସ୍ମାରକପତ୍ରରେ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନେଇ ୪ ଦଫା ଦାବି ଉପସ୍ଥାପନ କରାଯାଇଛି। ସଂଘ ପକ୍ଷରୁ ଦର୍ଶାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ସମ୍ମାନଜନକ ପେନସନ ପ୍ରଦାନ କରିବା, କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା,ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାରୀ ସ୍ୱୀକୃତି ପ୍ରଦାନ ପାଇଁ ଆକ୍ରିଡ଼ିଏସନ କମିଟି ଗଠନ କରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ସାମ୍ବାଦିକ ମାନଙ୍କୁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିବାରର…

Read More

ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ସ୍ବର୍ଣ୍ଣ, ୩ରୌପ୍ୟ ଏବଂ ୨ କାଂସ୍ୟ ପଦକ

ନୟାଗଡ, (ନୟାଗଡ଼ ଦର୍ପଣ): କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୩ୟ  ରାଜ୍ୟସ୍ତରୀୟ ଓପନ ଟାଇକୋଣ୍ଡ ଚମ୍ପିୟନସିପ ୨୦୨୬ ଚଳିତ ଏପ୍ରିଲ ମାସ ତା ୨୪ ଠାରୁ ତା ୨୬ ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ ମାର୍ଶାଲ ଆର୍ଟ ଆକାଡେମୀ, ନୂଆ ରାଜବାଟି, ନୟାଗଡର ମୋଟ ୭ଜଣ ଖେଳାଳି ତଥା ଟିମକୋଚ ଶିବାନନ୍ଦ ରାୟଗୁରୁ ତଥା ଟିମ ମ୍ୟାନେଜର ସୌମ୍ୟରଞ୍ଜନ ସାହୁ ଏବଂ ଜାତୀୟ ରେଫରୀ ଆସିସ ଓମ ପ୍ରକାଶ ଭାଗ ନେଇଥିଲେ। ସେଥିମଧ୍ୟରୁ କ୍ୟାଡେଟ ବିଭାଗରେ ସାସ୍ବତ ସମ୍ବିତ ପ୍ରଧାନ ସ୍ବର୍ଣ୍ଣପଦକ, ଅଜିତେସ ପ୍ରଧାନ ରୌପ୍ୟପଦକ,  ଶ୍ରୀୟାସି ସାହୁ ରୌପ୍ୟପଦକ ଏବଂ ଅଖିଳେଶ ମହାନ୍ତି କାଂସ୍ୟପଦକ ହାସଲ କରିଥିବା ବେଳେ  ସବ-ଜୁନିୟର ବିଭାଗରେ ପ୍ରିତମ ପିୟୁସ ମିଶ୍ର ସ୍ବର୍ଣ୍ଣପଦକ, ଏସ ମମରାଜ ସାହିବ ରୌପ୍ୟପଦକ ଏବଂ ଦେବାଶିଷ ପ୍ରଧାନ କାଂସ୍ୟପଦକ ହାସଲକରି ମୋଟ…

Read More

ଇଣ୍ଡି ମେଣ୍ଟର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଂସଦରେ ମହିଳା ବିଲ୍‌କୁ ବିରୋଧୀ ଦଳମାନେ ବାଧାପ୍ରାପ୍ତ କରିବା ପରେ, ସେମାନଙ୍କର ଅସଲ ଚେହେରା ଓ ମହିଳା ବିରୋଧୀ ମାନସିକତାକୁ ଜନସାଧାରଣଙ୍କ ସମ୍ମୁଖରେ ଉଜାଗର କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ନୟାଗଡ଼ ପୁରୁଣା ରାଜବାଟୀ ପରିସରରେ ନୟାଗଡ଼ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡିକୁ ବିରୋଧ କରି କଂଗ୍ରେସ ସମାଜବାଦୀ ପାର୍ଟି, ଟିଏମସି (TMC) ଏବଂ ଡିଏମକେ (DMK) ଦେଶର ଅଧା ଜନସଂଖ୍ୟାକୁ ବିଶ୍ବାସଘାତକତା କରିଛନ୍ତି ଏବଂ ସେମାନଙ୍କର ମହିଳା-ବିରୋଧୀ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ପଦାରେ ପକାଇଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା…

Read More

ନୟାଗଡ ମୁଖ୍ୟଚିକିତ୍ସାଳୟ ପରିସରରେ ଦେବଦୂତ ସେବା ପରିଷଦ ପକ୍ଷରୁ ଦହିପଣା ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟଚିକିତ୍ସାଳୟ ଦେଵଦୂତ ସେବା ପରିଷଦ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଫାଟକ ଠାରେ ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦେବଦୂତ ସେବା ପରିଷଦ ତରଫରୁ  ସ୍ଵେଚ୍ଛାସେବିମାନଙ୍କୁ ନେଇ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଯେଉଁମାନେ ମେଡିକାଲ ଆସୁଥିଲେ ସେ ରୋଗି ହୁଅନ୍ତୁ କି ତାଙ୍କ ସମ୍ପକିୟ ହୁଅନ୍ତୁ ସମସ୍ତକୁ ସ୍ଵେଚ୍ଛାସେବିମାନଙ୍କ ସହାୟତାରେ ପଣା ବଣ୍ଟନ କରାଯାଇଥିଲା । ଡହ ଡହ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଏପରି ପଣା ପିଇବାକୁ ମିଳିଥିବାରୁ ଜନ ସାଧାରଣ ବେଶ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।  ଦେଵଦୂତ ସେବା ପରିଷଦର ମୁଖ୍ୟ ଉମାକାନ୍ତ ମହାପାତ୍ର, ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ସମେତ ଫାର୍ମାସିଷ୍ଟ ପ୍ରସିତ ପଟ୍ଟନାୟକ,  ସମାଜସେବୀ ପବିତ୍ର…

Read More

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:୨-୦ ଗୋଲରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍.ସି ବାଇଗୁଣିଆ ବିଜୟୀ

ନୟାଗଡ, (ନୟାଗଡ଼ ଦର୍ପଣ): ତୃତୀୟ ଦିନର ଖେଳ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ.ସି ବାଇଗୁଣିଆ ଏବଂ ବାଈଗୁଣିଆ ଗାର୍ଲ୍ସ ଏଫ.ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।ଏହି ଖେଳରେ କୋପରେଟିଭ ହାଇସ୍କୁଲ୍ ଗାର୍ଲ୍ସ ଏଫ୍ସି ୨-୦ ଗୋଲରେ ବିଜୟୀ ହୋଇଛି। ଆଜିର ଖେଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ପ୍ରଦୀପ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ। ଆଜିର ଖେଳକୁ ମୂଖ୍ୟ ରେଫରି ଭାବେ ପ୍ରତାପ ମୁଦୁଲି, ସହାୟକ ରେଫରି ଭାଵେ ପ୍ରକାଶ ବିଶ୍ବାଳ, ସତ୍ୟବାନ ସାହୁ ଥିବାବେଳେ ଚତୁର୍ଥ ରେଫରି ଭାଵେ ଜ୍ୟୋତି ରଂଜନ କଳସ ଖେଳ ପରିଚାଳନା କରିଥିଲେ। ଫାଓ ଏବଂ ଜିଲ୍ଲା ଆଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନୟାଗଡ ଖେଳ…

Read More

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ରଥ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଡ଼. ସୁଶାନ୍ତ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼. ବନମାଳୀ ପ୍ରଧାନ ADPHO, (VBD), ଡିପିଏମ୍, ପ୍ରକାଶ ବାନାର୍ଜୀ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ, ଏବଂ ଅଗ୍ରଦୂତ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଉକ୍ତ ବୈଠକରେ ମ୍ୟାଲେରିଆ ରୋଗ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୦୧୬ ବର୍ଷ ଏହି ରୋଗର ପ୍ରକୋପ ଖୁବ ଅଧିକ ଥିଲା। ଜିଲ୍ଲାରେ…

Read More