ନୟାଗଡ ମୁଖ୍ୟଚିକିତ୍ସାଳୟ ପରିସରରେ ଦେବଦୂତ ସେବା ପରିଷଦ ପକ୍ଷରୁ ଦହିପଣା ବଣ୍ଟନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟଚିକିତ୍ସାଳୟ ଦେଵଦୂତ ସେବା ପରିଷଦ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଫାଟକ ଠାରେ ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦେବଦୂତ ସେବା ପରିଷଦ ତରଫରୁ  ସ୍ଵେଚ୍ଛାସେବିମାନଙ୍କୁ ନେଇ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।  ଯେଉଁମାନେ ମେଡିକାଲ ଆସୁଥିଲେ ସେ ରୋଗି ହୁଅନ୍ତୁ କି ତାଙ୍କ ସମ୍ପକିୟ ହୁଅନ୍ତୁ ସମସ୍ତକୁ ସ୍ଵେଚ୍ଛାସେବିମାନଙ୍କ ସହାୟତାରେ ପଣା ବଣ୍ଟନ କରାଯାଇଥିଲା । ଡହ ଡହ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଏପରି ପଣା ପିଇବାକୁ ମିଳିଥିବାରୁ ଜନ ସାଧାରଣ ବେଶ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।  ଦେଵଦୂତ ସେବା ପରିଷଦର ମୁଖ୍ୟ ଉମାକାନ୍ତ ମହାପାତ୍ର, ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ସମେତ ଫାର୍ମାସିଷ୍ଟ ପ୍ରସିତ ପଟ୍ଟନାୟକ,  ସମାଜସେବୀ ପବିତ୍ର କୁମାର ସାହୁ, ସୁଧାଂଶୁ ଶେଖର ପଣ୍ଡା, ଅଖିଳ କୁମାର ନାୟକ, ସୌଭାଗ୍ୟ କୁମାର ରଥ ପରିଷଦର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related posts