ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…
Read MoreYear: 2026
ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ,ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ। ଏହି ଅବସରରେ ଏକ କବିତା ପାଠୋତ୍ସବର…
Read Moreଆସୁଛି ଗ୍ରୀଷ୍ମ ଋତୁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ପାଇଁ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେଥିରେ ବିଭିନ୍ନ ବିଭାଗରେ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ କଣ୍ଟ୍ରୋଲ ରୁମ ଖୋଲିବା ସହିତ ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ଅଧିକ କ୍ରିୟାଶୀଳ କରିବା ସହିତ ଆବଶ୍ୟକତା ଅନୁସାରେ ଜଳ ଯୋଗାଇବା ଓ ଜଳ ଉତ୍ସଗୁଡ଼ିକୁ ନିୟମିତ ବିଶୋଧନ ସହ ଅଧିକ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଖ୍ୟତଃ ବିଡ଼ିଓ, ପୌର ଓ ଏନ୍.ଏ.ସି. ଅଧିକାରୀମାନଙ୍କୁ ପାନୀୟ ଜଳ ସେବା କେନ୍ଦ୍ର ବ୍ୟବସ୍ଥା କରିବା ସହିତ…
Read Moreନୟାଗଡ ଜିଲ୍ଲାରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ମହିଳା ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଉର୍ମିଳା ମହାପାତ୍ର, ଅଧ୍ୟକ୍ଷା, Odisha State Commission for Women ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବେ ମଧୁମିତା ରଥ, ଜିଲ୍ଲାପାଳ, ନୟାଗଡ, ପୁଷ୍ପଲତା ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପସ୍ଥିତ ଥିବାବେଳେ ମାନସି ପାଢ଼ୀ, ପୂର୍ବତନ CWC ସଦସ୍ୟ (ରିସୋର୍ସ ପର୍ସନ), ସୋମ୍ୟ ରଞ୍ଜନ ଦାଶ, ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜକ, ସୌଦାମିନୀ ପଣ୍ଡା, CDPO, ନୟାଗଡ ବ୍ଲକ ଏବଂ ସଞ୍ଜୁଲତା ପାଣିଗ୍ରାହୀ, ପ୍ରୋଗ୍ରାମ ଅଫିସର ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିମାନଙ୍କ ସମ୍ମୁଖରେ ସୌମ୍ୟରଞ୍ଜନ ଦାଶ ମଞ୍ଚ…
Read Moreନୟାଗଡ଼ରେ ବିଶ୍ଵ ମାତୃଭାଷା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ପ୍ରମୁଖ ଅନୁଷ୍ଠାନ ପରମ୍ପରା, ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ, ମା ଫାଉଣ୍ଡେସନ, ଆର୍ଟ ପଏଣ୍ଟ ଏବଂ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସ୍ମୃତି ସଂସଦ ତରଫରୁ ମୈତ୍ରୀ ଯୁବ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପରମ୍ପରାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଓ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ୍ ଅତିଥି ରୂପେ ଯୋଗଦେଇ ମାତୃଭାଷାର ଉନ୍ନତି ଓ ପ୍ରସାର ଦିଗରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅତିଥିମାନେ ପ୍ରକାଶ କରିଥିଲେ କି ମାତୃଭାଷାର ଉନ୍ନତି ବିନା ସଂସ୍କୃତି ବଞ୍ଚିବା ଅସମ୍ଭବ। ଏହି ଅବସରରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା। କବିତା…
Read Moreସମର୍ପଣ ବୃଦ୍ଧାଶ୍ରମର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସମର୍ପଣ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ଆୟୋଜିତ ସଭାକୁ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ସଂଯୋଜନା କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ତଥା ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ଶ୍ରୀମତୀ ରଥ କହିଥିଲେ, ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ ମାନଙ୍କର ପୂର୍ଣ୍ଣ…
Read Moreଉଦଯାପିତ ହେଲା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ବ୍ୟାପି ଚାଲିଥିବା ଜିଲ୍ଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ସନ୍ଧାନ’ ସୋମବାର ଦିନ ଉଦଯାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ନୟାଗଡ଼, ରାଜସୁନାଖଳା ତରଫରୁ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଉତ୍ତମ କାନ୍ତି ଜେନା ଯୋଗଦାନ କରି ପିଲାମାନଙ୍କୁ ବାସ୍ତବ ତଥ୍ୟ ସହିତ ପରିଚିତ କରାଇ ଶିକ୍ଷାଦାନ ପ୍ରଣାଳୀ ଆପଣେଇବାକୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶିକ୍ଷକ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୮ଟି ବ୍ଲକରୁ ୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ତାଲିମ ପାଇଥିଲେ। ପ୍ରଶିକ୍ଷକ ଦୀପକ…
Read Moreମଡେଲ ଡିଗ୍ରୀ କଲେଜରେ ଦିନିକିଆ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଯୁବ ରେଡକ୍ରସ ସଂସ୍ଥା ଓ ମଡେଲ ଡିଗ୍ରୀ କଲେଜ ଆନୁକୂଲ୍ୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରକ୍ତହୀନତା ପ୍ରଭାବ ଆକଳନ ନିମନ୍ତେ ହେମୋଗ୍ଲୋବିନର ମାତ୍ରା ନିର୍ଣ୍ଣୟ ଉଦ୍ଦେଶ୍ୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାର ୧୨ଗୋଟି ମହାବିଦ୍ୟାଳୟରୁ ପାଖାପାଖି ୩୫୦ଛାତ୍ରୀ ଅଂଶଗ୍ରହଣ କରି ନିଜ ରକ୍ତ ନମୁନା ପରୀକ୍ଷା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଓଡ଼ିଶା ରାଜ୍ୟ ରେଡକ୍ରସ ମୁଖ୍ୟ ଗଣେଶ ଚନ୍ଦ୍ର ପାତ୍ର ଉଦଘାଟନ କରିଥିବା ବେଳେ ପଦ୍ମଶ୍ରୀ ବିଜେତା ସାବରମତୀ ରକ୍ତହୀନତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ରାଜଧାନୀ ମହାବିଦ୍ୟାଳୟ, ଭୁବନେଶ୍ବରର ସହକାରୀ ପ୍ରଫେସର ଡକ୍ଟର ବନ୍ଦିତା ରଥ ବୈଷୟିକ ଅଧିବେଶନରେ ରକ୍ତହୀନତାର ବୈଜ୍ଞାନିକ କାରଣ ଏବଂ ଏହାର ନିରାକାରଣ ବିଷୟରେ ସବିଶେଷ ଆଲୋଚନା…
Read Moreରୋହିବାଙ୍କ ବିଦ୍ୟାଳୟରେ ଓଡିଶା ଶ୍ରୀ ଅନ୍ନ ଅଭିଯାନ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୃଷି ବିଭାଗ ତଥା ପ୍ରକଳ୍ପ ନିର୍ଦେଶକ “ଆତ୍ମା ” ଆନୁକୂଲ୍ୟରେ ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ ରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକ କୃଷି ବିଭାଗର ଯାନ୍ତ୍ରିକ ପରିଚାଳକ ଶରତ ଚନ୍ଦ୍ର ଚୌଧୁରୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଓ ମାତୃମଞ୍ଚ ସଭ୍ୟା ମାନଙ୍କୁ ନେଇ ଉଦଘାଟିତ ହୋଇସାରିଛି। ଏହି ଯୋଜନାରେ ଇକୋ ସଲ୍ୟୁସନ ବେସରକାରୀ ସଂସ୍ଥା ଉକ୍ତ ବିଦ୍ୟାଳୟର ୨୫୮ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ମାଣ୍ଡିଆରେ ପ୍ରସ୍ତୁତ ମାଣ୍ଡିଆ ଵାଲସା, ମାଣ୍ଡିଆ ଗଜା, ମାଣ୍ଡିଆ ସେଓ, ମାଣ୍ଡିଆ ଦହି ବୁନ୍ଦି ଭଳି ମାଣ୍ଡିଆରେ ପ୍ରସ୍ତୁତ ବିଭିର୍ଣ୍ଣ ଖାଦ୍ୟ ମାଗଣାରେ ବଣ୍ଟନ କରାଯାଇଥିଲା। ବର୍ତ୍ତମାନ ମନୁଷ୍ୟ ମାନଙ୍କର ଚାଓ ମିନ, ବରଗର, ପିଜ଼ା…
Read More+୨ ବୋର୍ଡ ପରୀକ୍ଷାର୍ଥୀଙ୍କୁ ଏବିଭିପିର ଶୁଭେଚ୍ଛା
ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖଣ୍ଡପଡ଼ା ନଗର ତରଫରୁ ପଠାଣି ସାମନ୍ତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ଜୀବନର ଏକ ମହତ୍ୱପୂର୍ଣ୍ଣ ପର୍ବ ହେଲେ ମଧ୍ୟ ଏହା ଭବିଷ୍ୟତର ସଫଳତାର ଏକମାତ୍ର ମାନଦଣ୍ଡ ନୁହେଁ। ଆତ୍ମବିଶ୍ୱାସ, ନିୟମିତ ପଢ଼ିବା ଓ ସକାରାତ୍ମକ ଚିନ୍ତାଧାରା ସହିତ ପରୀକ୍ଷା ଦେଲେ ନିଶ୍ଚୟ ଭଲ ଫଳାଫଳ ମିଳିବ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ଶ୍ରୀ ମଙ୍ଗୁଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସନ୍ତୋଷିନି ମନ୍ତ୍ରୀ, ଖଣ୍ଡପଡ଼ା ନଗର ସମ୍ପାଦକ ଶ୍ରୀ ଭାଗବତ ପ୍ରଧାନ ଓ ଭାବଗ୍ରାହୀ ପ୍ରଧାନ ଉପସ୍ଥିତ ଥିଲେ। ଶେଷରେ ଏବିଭିପି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରାଯାଇଛି ଏବଂ ଶାନ୍ତ ମନୋଭାବ ସହ…
Read More