ଓଡ଼ିଆ ଫିଲ୍ମ “କୁଣ୍ଡଳୀ”ର ଶୁଭ ମହୁରତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା l କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ l ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଟକ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର…

Read More

ମା ଦକ୍ଷିଣକାଳୀଙ୍କ ପହିଲି ପ୍ରସାଦ ସେବନ କଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦକୁ ନୟାଗଡ଼ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ, ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।

Read More

ପ୍ରଥମ ଓଡ଼ିଆ ଗାନ୍ଧିବାଦୀ ଗୋବିନ୍ଦ ମିଶ୍ରଙ୍କ ୧୩୬ତମ ରାଜ୍ୟସ୍ଥରୀୟ ଜୟନ୍ତୀ ପାଳିତ

ଗୋବିନ୍ଦ ମିଶ୍ର ଥିଲେ ଓଡ଼ିଆ ଜାତିର ପ୍ରଥମ ପ୍ରତିବାଦର ସ୍ୱର- ଦାଶ୍ ବେନହୁର ଭୁବନେଶ୍ୱର, (ନୟାଗଡ଼ ଦର୍ପଣ):  ବିପ୍ଲବୀ ଗୋବିନ୍ଦ ମିଶ୍ର ହିଁ ଥିଲେ ପରାଧିନ ଓଡ଼ିଆ ଜାତିର ପ୍ରତିବାଦର ସ୍ୱର। ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାର ଜାତୀୟ ସ୍ୱର ଥିଲେ ଗୋବିନ୍ଦ ମିଶ୍ର।  ଗାନ୍ଧୀଙ୍କ ସହ ସାବରମତି ଆଶ୍ରମରେ ରହିବା ସହ, ଗାନ୍ଧୀଙ୍କୁ ଓଡ଼ିଶାର ଚରଖା ବୁଲାଇବା ଓ ଖଦି ଲୁଗା ପିନ୍ଧାଇବାରେ ଗୋବିନ୍ଦ ମିଶ୍ରଥିଲେ ପ୍ରଥମ ଓଡ଼ିଆ। କେଦାରନାଥ ଗବେଷଣା କେନ୍ଦ୍ର ଠାରେ ଓଡ଼ିଶାସାହିତ୍ୟ ଏକାଡେମୀ ଓ ସେବା ଉତ୍ସବ ସମିତି ପକ୍ଷରୁ  ଗାନ୍ଧିବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୬ ତମ ଜନ୍ମ ଜୟନ୍ତୀରେ ଯୋଗଦେଇ ଅତିଥି ମାନେ ଏହି ବକ୍ତବ୍ୟ ରଖିଥିଲେ ।  ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦାଶ୍…

Read More

ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋଦାବରିଶ୍ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ଶହ ଶହ ଲୋକ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ନୂଆଗାଁ, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା, ଭାପୁର, ଓଡ଼ଗାଁ ବ୍ଲକ ସମେତ ବାହାଡ଼ଝୋଲା ଓ ରଣପୁର ବ୍ଲକ ଶରଣକୁଳ ଅଞ୍ଚଳରୁ ଲୋକମାନେ ସାମିଲ ହୋଇଥିଲେ । ରାଜ୍ୟ ସରକାର ଘୋଷଣା ମୁତାବକ ତୁରନ୍ତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଘୋଷଣା କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି…

Read More

ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ରେ ନୟାଗଡ଼ ବ୍ଲକ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୩ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୧୧ ତାରିଖ ରବିବାର ଦିନ ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ ନେଇ  ପାରିବେ । ପ୍ରତିଯୋଗୀ ମାନେ ସକାଳ ସାଢେ଼ ୯ଟାରେ  ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ। ଏ ନେଇ ‘ସଙ୍ଗୀତଧାରା’ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମହର୍ଷି ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି ।  ନିଷ୍ପତ୍ତି…

Read More