୫ଦିନ ବ୍ୟାପି ଚାଲିବ ନୟାଗଡ଼ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥାର ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ପୁରୁଣା ସହରର ମା’ ଦକ୍ଷିଣକାଳୀଙ୍କ ଯାତ୍ରା ପଡ଼ିଆଠାରେ ଆସନ୍ତା ତା୦୫.୧୧.୨୦୨୪ରିଖ ଦିନ ସକାଳ ଘ୭.୩୦ମି. ସମୟରେ “ବୋଇତ ବନ୍ଦାଣ ଉତ୍ସବ” ପାଳନ କରାଯାଉଅଛି । ଉକ୍ତ ଉତ୍ସବକୁ ଲୋକାଭିମୁଖୀ କରିବା ପାଇଁ ଆସନ୍ତକାଲି ଅର୍ଥାତ ତା୦୧.୧୧.୨୦୨୫ରିଖ ଠାରୁ ତା୦୫. ୧୧. ୨୦୨୫ରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର, ପଲ୍ଲିଶ୍ରୀମେଳା ଓ ରାମ ଦୋଳିର ଆୟୋଜନ କରାଯାଇଅଛି । ୫ଦିନ ବ୍ୟାପି ହେବାକୁ ଥିବା ଏହି ଉତ୍ସବରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର ଆସନର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏନେଇ ବୋଇତ ବନ୍ଦାଣ ଉତ୍ସବ କମିଟି ଜନସାଧାରଣଙ୍କ ଉପସ୍ଥିତି, ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। କାର୍ଯ୍ୟସୂଚୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତା୦୧.୧୧.୨୦୨୫ରିଖ (ଶନିବାର) ସନ୍ଧ୍ୟା ୭ଟା ରେବୋଇତ ବନ୍ଦାଣ…

Read More

ଲୋକନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ,ନୟାଗଡ଼ରେ କାର୍ଯ୍ୟରତ ଲୋକନାଥ ସାହୁ, ଭଣ୍ଡାର ରକ୍ଷକ ଆଜି ତା.୩୧.୧୦.୨୦୨୫ରିଖରେ ଅବସର ନେଇଛନ୍ତି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରି ତାଙ୍କର ସୁସ୍ଥ, ନିରୋଗ ନିରାମୟ ଦୀର୍ଘଜୀବନ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ ସୁସ୍ଥ ନିରାମୟ ଦୀର୍ଘ ଜୀବନ କାମନା କରି ତାଙ୍କୁ ଏକ ମୁକ୍ତ ଆକାଶର ବିହଙ୍ଗ ବୋଲି କହିଥିଲେ ଏବଂ ଆଜିଠାରୁ ଆଉ ଏକ ନୂଆ ଜୀବନର…

Read More

ଶୂନ୍ୟ ମୃତ୍ୟୁ ପକ୍ଷ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରି ଦୁର୍ଘଟଣାର କାରଣ ଗୁଡିକ ଉପରେ ଗୁରୁତ୍ୱାରୋପ କରି ତାହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିରୋ ଫାଟାଲିଟି ଫୋର୍ଟ ନାଇଟ  ଯାହା ନଭେମ୍ବର ୧-୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦିନଗୁଡିକ କିପରି ସୂଚାରୁରୂପେ ପାଳନ କରାଯିବ ସେ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଜିଲ୍ଲାର ଦୁର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ଗାଡ଼ି ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିବା, ଆଲୋକ ବ୍ୟବସ୍ଥା, ମେଟ୍ରୋ ରିଫ୍ଲେକଟିଭ୍ ଟେପ, କ୍ୟାଟ୍ ଆଇଜି ଏବଂ ଯାଞ୍ଚ…

Read More

ଜିଲ୍ଲାପାଳଙ୍କ ଅଫିସରେ ରାଷ୍ଟ୍ରୀୟ ଏକତା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଉପ ଆରକ୍ଷୀ ଅଧୀକ୍ଷକ(ଦୁର୍ନୀତି ନିବାରଣ) ଅନିରୁଦ୍ଧ ନାୟକ, ଡେପୁଟୀ କଲେକ୍ଟର ତପତି ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ମାମୟୀ ଆଚାର୍ଯ୍ୟ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗଦେଇ ଶପଥ ପାଠ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।

Read More

ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ ଏକତା ଦୌଡ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅରିତିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନାୟକ ଓ ଉପ ଜିଲ୍ଲାପାଳ ଶ୍ରୀ ସମାଦାର ପଟେଲଙ୍କ ଜନ୍ମଜୟନ୍ତୀରେ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟାବଳି ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ। ଏହି ମହାମାନବ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ଵକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ସେ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ। ପ୍ରାୟ ୫୬୦ରୁ ଉର୍ଦ୍ଧ ଗଡଜାତୀୟ ରାଜ୍ୟକୁ ଭାରତରେ ମିଶ୍ରଣ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା।…

Read More

ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶିବିର  ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରା ଜଜ ତଥା ଆଇନସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତେକ୍ଷ୍ୟ ତତ୍ୱାବ ଧାନରେ ଜିଲ୍ଲା କୋର୍ଟ ପରିସରରେ ସମସ୍ତ ବିଭାଗର ବିଚାର ପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ, ଓକିଲ ସଙ୍ଘର ସମସ୍ତ ଆଇନଜୀବିମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତା ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରା ଜଜ ଆନନ୍ଦ ନାରାୟଣ ମହାରଣା ଉଦଘାଟନ କରି ଉପସ୍ଥିତ ସମବେତ ବିଚାର ପତି, କର୍ମଚାରୀମାନଙ୍କୁ ନାଗରିକ ମାନଙ୍କ ପାଇଁ ସାଧୁତାର ଶପଥ ପାଠ କରାଇବା ସହିତ ନିଜ ବକ୍ତବ୍ୟରେ କହିଥିଲେ, ଆମ୍ଭେ ବିଶ୍ୱାସ କରିବା ଯେ, ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ…

Read More

ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଲୌହ ମାନବଙ୍କ ଜୟନ୍ତୀ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧଵ ହୋଟେଲ ସମ୍ମିଳନୀ କକ୍ଷରେ ଲୌହ ମାନବ ତଥା ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଏବଂ ପୂଜ୍ୟପୂଜା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନୁଭବ କାର୍ଯ୍ୟକ୍ରମ ସିଭିଲ ସୋସାଇଟିର ଅଧକ୍ଷ ଗୋଦାବରୀ ସାହୁଙ୍କ ଅଧକ୍ଷ୍ୟତରେ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷାବିତ୍ତ ପ୍ରସନ୍ନ କୁମାର ବସନ୍ତିଆ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଅବସର ପ୍ରାପ୍ତ ସେନା ଅଧିକାରୀ ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ପଟେଲଜୀଙ୍କ ଭାରତର ଅଖଣ୍ଡତା ଏବଂ ରାଷ୍ଟ୍ରୀୟ ଏକତା ପାଇଁ ନେଇଥିବା ନିସ୍ଵାର୍ଥପର ମନୋଭାବର ଭୁୟସୀ ପ୍ରଂଶସା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିରଞ୍ଜନ ମିଶ୍ର, ନବକୃଷ୍ଣ ସାହୁ, ରଜନୀକାନ୍ତ ଭୂୟାଁ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂଜ୍ୟପୂଜା…

Read More