ନୟାଗଡ଼, (ନୟାଗଡ଼ ଦର୍ପଣ): ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ ଏକତା ଦୌଡ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅରିତିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନାୟକ ଓ ଉପ ଜିଲ୍ଲାପାଳ ଶ୍ରୀ ସମାଦାର ପଟେଲଙ୍କ ଜନ୍ମଜୟନ୍ତୀରେ ଦେଶ ପ୍ରତି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟାବଳି ସମ୍ବନ୍ଧରେ ନିଜ ନିଜର ମତ ରଖିଥିଲେ। ଏହି ମହାମାନବ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ଵକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ସେ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ। ପ୍ରାୟ ୫୬୦ରୁ ଉର୍ଦ୍ଧ ଗଡଜାତୀୟ ରାଜ୍ୟକୁ ଭାରତରେ ମିଶ୍ରଣ କରିବାରେ ତାଙ୍କର ବଳିଷ୍ଠ ଅବଦାନ ରହିଥିଲା। ଏହି ସମାରୋହରେ ଛାତ୍ରଛାତ୍ରୀ, ଅଭିଭାବକ, ବରିଷ୍ଠ ନାଗରିକ, ସାମ୍ବାଦିକ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଏକତା ଦୌଡ କାର୍ଯ୍ୟକ୍ରମଟି ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ ଠାରେ ସମାପନ ହୋଇଥିଲା। ସେଠାରେ ସମସ୍ତ ଗଣ ଦୌଡ଼ାଳୀଙ୍କ ନିମନ୍ତେ ଜଳପାନର ବ୍ୟବସ୍ତା କରାଯାଇଥିଲା। ଏହି କାର୍ଯ୍ୟକ୍ରମଟିକୁ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

