ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ପକ୍ଷ ୨୦୧୪ ମସିହାରୁ ଅଦ୍ୟାବଧି ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରେ ପରିସମାପ୍ତି ହୁଏ । ଏହି ପକ୍ଷ ପାଳନର ୧୦ମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅତ୍ୟଧିକ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଚଳିତ ବର୍ଷର ଥିମ୍ “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି…
Read MoreMonth: September 2024
ସୀତାରାମ ୟେଚୁରୀଙ୍କ ବିୟୋଗରେ ଶୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ସି.ପି.ଆଇ.ଏମର ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ନୟାଗଡ଼ ଠାରେ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଭାରତବର୍ଷର ଏହି ମହାନ୍ ବାମପନ୍ଥୀ ନେତାଙ୍କ ଅକାଳ ବିୟୋଗରେ ଭାରତର କୋଟିକୋଟି ମେହେନତୀ ମଣିଷ, କୃଷକ, ସାଧାରଣ ବର୍ଗର ଲୋକେ ତାଙ୍କର ଜଣେ ବାସ୍ତବ ସାଥୀ, ବନ୍ଧୁ, ମାର୍ଗଦର୍ଶକ ସେନାପତିଙ୍କୁ ହରାଇଲେ ବୋଲି ସି.ପି.ଆଇ.ଏମ୍ ନେତା ପବିତ୍ର ଇନ୍ଦ୍ରଜିତ, ବିଭୁତି ପଟ୍ଟନାୟକ, କୁଳମଣି ପୃଷ୍ଟି, ମାନସ ମହାପାତ୍ର ପ୍ରମୁଖ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଦଶ ପଇସାର ରଜା ଦାସିଆ ଅଜାଙ୍କ ଶ୍ରାଦ୍ଧ ବାର୍ଷିକୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ। ସେହି ଚର୍ଚ୍ଚିତ ବିସ୍ମୟ ବ୍ଯକ୍ତିତ୍ବ ହେଉଛନ୍ତି ଓଡିଶା ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ପ୍ରଖ୍ୟାତ ସଂଗ୍ରହାକ ସାରସ୍ୱତ ସାଧକ ଐତିହାସିକ ଦାଶରଥି ପଟ୍ଟନାୟକ ଦଶ ପଇସାର ରଜା ଖୁଣ୍ଟାତଡା ରଜା ଦାସିଆ ଅଜା। ଦାସିଆ ଅଜା ଅତି ସାଧାରଣ ପରିବାର…
Read Moreଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,)ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ସୂଚନା…
Read Moreଗଜାନନଙ୍କ ଭସାଣି ଉତ୍ସବ, ନାଚ, ଗୀତରେ ଝୁମିଲେ ଭକ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟ ନାରାୟଣ କ୍ଳବ୍, ମା ବାଗଦେବୀ ଯୁବକ ସଂଘ ତରଫରୁ ଅଗ୍ରପୂଜ୍ୟଙ୍କ ଭସାଣି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଦସ୍ୟମାନେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିଙ୍କୁ ଘଣ୍ଟ, ମହୁରୀ ବଜାଇ ବାଜା, ବାଣ ଫୁଟାଇ, ନାଚ, ଗୀତ କରି ଗ୍ରାମ ପରିକ୍ରମା କରାଇ ନଦୀରେ ବିସର୍ଜନ କରିଥିଲେ।ଗଣପତି ବାବା ମୋରିଆ, ଘଣ୍ଟ ,ବାଜା ବାଣରେ ଗ୍ରାମ ପ୍ରକମ୍ପିତ ହୋଇଥିଲା। ନୂଆଗାଁ ଗଜାନନ କ୍ଳବ୍ , ନୂଆସାହି ବାପୁଜୀ ସଂଘ ତରଫରୁ ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଗଜାନନ କ୍ଳବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ଗଣେଶ ମୂର୍ତ୍ତିଙ୍କୁ ବିରାଟ ପଟୁଆରରେ ବାଜା, ବାଣ ଫୁଟାଇ ଗ୍ରାମ ଓ ବଜାର ପରିକ୍ରମା କରାଇ ଗଣେଶ ମୂର୍ତ୍ତିକୁ ନୂଆଗାଁ ଶିବ ମନ୍ଦିର…
Read Moreନୟାଗଡରେ ଜିଲ୍ଲାସ୍ତରୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ…
Read Moreବିଧାୟକ ନୁହଁ ଭାଇଟିଏ ହୋଇ ସୁଖ, ଦୁଃଖରେ ରହିବି: ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଥିବା କ୍ଳବ୍ ଦ୍ଵାରା ଜ୍ଞାନଦାତା, ଶକ୍ତିଦାତା, ସୁଖ ଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ରପୂଜ୍ୟଙ୍କ ପୂଜା ଉତ୍ସବ ଉପଲକ୍ଷେ ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମପଞ୍ଚାୟତ ଖାଲମଡା ଗ୍ରାମ ସତ୍ୟନାରାୟଣ ଯୁବକ ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଗ୍ରପୂଜ୍ୟଙ୍କ ଆଶ୍ରୀବାଦ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୂଜା ଉତ୍ସବ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ଦ୍ବାରା କିପରି ଭାଇଚାରା ସୃଷ୍ଟି ହୁଏ ଏବଂ ବିକାଶ ଧାରାକୁ ଆଗେଇ ନେବାପାଇଁ ମୋତେ ଦ୍ଵିତୀୟ ଥର ଆଶୀର୍ବାଦ…
Read Moreଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ସେମି ଫାଇନାଲ ଅନୁଷ୍ଠିତ, ଫାଇନାଲକୁ ଗଲେ ୧୦ ପ୍ରତିଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଗୋଲ୍ଡେନ ଜୁବୁଲି ହଲ୍ ରେ ଏହାର ସେମି ଫାଇନାଲ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ ଏବଂ ଅତିଥି ଭାବରେ ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ , ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ଯୋଗ ଦେଇଥିଲେ। ଅତିଥି ମାନେ ନୟାଗଡ଼ର ଛୋଟ ଛୋଟ ପିଲାଙ୍କର ନୃତ୍ୟ ପ୍ରତିଭା ର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନେ ଯେପରି ଏହି। ସୃଜନିକା ମାଧ୍ୟମରେ ରାଜ୍ୟରେ ଓ ଦେଶରେ ନାଁ କରନ୍ତୁ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ। ପରିଷଦର…
Read Moreନାରାୟଣ ଉଚ୍ଚ ବିଦ୍ୟାଳୟରେ କୌଶଳ ରଥ ପରିକ୍ରମା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କୁ ସଚେତନତା କରିବା ପାଇଁ ମୁଖ୍ୟମନ୍ତ୍ରୀ କୌଶଳ ରଥ ଶୁଭାରମ୍ଭ କରିଛନ୍ତି।କୌଶଳ ରଥ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କର ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ବିଭିନ୍ନ ଆଧୁନିକ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରିବାକୁ ପ୍ରେରଣା ଦେଇଛି।ଏଥିପାଇଁ ଉଦ୍ଧିଷ୍ଟ ପ୍ରଯୁକ୍ତି ବିଦ୍ୟାଳୟ,ବିଭିନ୍ନ ଯନ୍ତ୍ରପାତି ତଥା ଡ୍ରୋନ ଟେକ୍ନୋଲୋଜି, ଥ୍ରିଡି ପେଣ୍ଟିଂ ଆଦି ଉପରେ ସଚେତନତା କରାଯାଇଛି।ରଥ ଆଜି ଓଡ଼ଗାଁ ବ୍ଲକ ର ଶରଣକୁଳ ସ୍ଥିତ ନାରାୟଣ ହାଇ ସ୍କୁଲ ପରିକ୍ରମା କରିଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଛାତ୍ର ଛାତ୍ରୀ ମାନେ ରଥ କୁ…
Read Moreନୟାଗଡ଼ରେ ସୁଭଦ୍ରା ଯୋଜନା ସଚେତନତା ରଥ ଗଡ଼ିଲା
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ୪ଗୋଟି ସଚେତନତା ରଥକୁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ , ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଛନ୍ତି । ଏହି ୪ଗୋଟି ସଚେତନତା ରଥ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳର କୋଣଅନୁକୋଣ ବୁଲିବା ପାଇଁ ରୁଟ୍ ଚାର୍ଟ୍ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ବ୍ଲକର ନୋଡାଲ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ପ୍ରତ୍ୟେକ ରଥରେ ପ୍ରଚାର ପତ୍ର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଣ୍ଟନ ନିମନ୍ତେ ପଠାଯାଇଛି । ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଜିଲ୍ଲା ନୋଡାଲ ଅଧିକାରୀ ଦେବଦତ୍ତ ପଣ୍ଡା , ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର,…
Read More