ନୟାଗଡ଼ରେ ସୁଭଦ୍ରା ଯୋଜନା ସଚେତନତା ରଥ ଗଡ଼ିଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ୪ଗୋଟି ସଚେତନତା ରଥକୁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ , ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ୪ଗୋଟି ସଚେତନତା ରଥ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳର କୋଣଅନୁକୋଣ ବୁଲିବା ପାଇଁ ରୁଟ୍ ଚାର୍ଟ୍ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ବ୍ଲକର ନୋଡାଲ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ପ୍ରତ୍ୟେକ ରଥରେ ପ୍ରଚାର ପତ୍ର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବଣ୍ଟନ ନିମନ୍ତେ ପଠାଯାଇଛି ।  ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଜିଲ୍ଲା ନୋଡାଲ ଅଧିକାରୀ ଦେବଦତ୍ତ ପଣ୍ଡା , ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କଅଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ପଂଚାୟତ ଅଧିକାରୀ ମଧୁସୂଦନ ମହାରଣା, ବିଭାଗୀୟ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Related posts