ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୟାଗଡ ଜିଲ୍ଲାର ଆଶ୍ରମ ଓ ସେବାଶ୍ରମରେ କାର୍ଯ୍ୟରତ ସେବକ ଓ ସେବିକାମାନଙ୍କର ଏକ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ତା ୧୧.୦୯.୨୦୨୪ ରିଖ ଦିନ ଉଦଘାଟନ ହୋଇଯାଇଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ, ଭୁବନେଶ୍ବର ଏବଂ ଅନୂସୁଚିତ ଜନଜାତି, ଅନୂସୁଚିତ ଜାତି ଉନ୍ନୟନ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷା ଗବେଷକ ତଥା ଭାଷାବିତ୍ ଡ. ପରମାନନ୍ଦ ପଟେଲ, ବିଶିଷ୍ଠ ଅତିଥି ଭାବେ ଆଦିବାସୀ ଭାଷା ସଂକୃତି ଏକାଡେମିର ସହାୟିକା ଡ. ସଂଯୁକ୍ତା ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ବେହେରା ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାର ଡିମିନିଗିଆ ସେବାଶ୍ରମର ସହକାରୀ ଶିକ୍ଷକ ବାପୁଜୀ ପ୍ରଧାନ ଏବଂ ଡାକା ଆଶ୍ରମ ବିଦ୍ୟାଳୟର ଉଦ୍ଧବ କଅଁର ପ୍ରଶିକ୍ଷଣ ଦେଇଥିଲେ। ଡିମିରିପଲ୍ଲୀ ସରକାରି ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ କୁମାର ସାହୁଙ୍କ ଦ୍ବାରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।
Related posts
-
ନୟାଗଡ଼ରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ଅବସରରେ ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି... -
ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ... -
କବିତା ରଚନାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲେ କାହ୍ନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ କବିତା ରଚନାରେ...