ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,)ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ସ୍ମୃତି କମିଟି ଅଧ୍ୟକ୍ଷ ସମାଜେସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଏବଂ ସଂସ୍କୃତି ଅଧିକାରୀ ସୁଜାତା ସାହୁଙ୍କ ସମେତ ରୋଟାରୀ କ୍ଳବ ସଭାପତି ଶ୍ରୀକାନ୍ତ ଖଟେଇ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,କମ୍ରେଡ ବିଶ୍ୱନାଥ ମହାପାତ୍ର,ସମାଜସେବୀ ଅରୁଣ କୁମାର ମହାନ୍ତି, ସାମ୍ବାଦିକ ଶୁଭେନ୍ଦୁ ଦାସ,ଲକ୍ଷ୍ମୀଧର ସାହୁ,ଗୋକୁଳ ଷଢ଼ଙ୍ଗୀ, ପ୍ରଶାନ୍ତ ପଟ୍ଟନାୟକ, ଦାମୋଦର ସାହୁ, ଲକ୍ଷ୍ମୀଧର ମହାପାତ୍ର, ଦୁର୍ଯ୍ୟୋଧନ ସାହୁ,ନିର୍ମଳ ଶୂରଦେଓ,ପ୍ରତାପ ନନ୍ଦ, ଶ୍ରୀଧର ସାହୁ, ଦିଲ୍ଲୀପ ମିଶ୍ର, ସୁରେନ୍ଦ୍ରନାଥ ମହାପାତ୍ର, ଗଜେନ୍ଦ୍ର ମହାରଣା,ପ୍ରଫୁଲ ନାୟକଙ୍କ ସମେତ ଭାରତ ବିକାଶ ପରିଷଦର ସଭାପତି,ସମ୍ପାଦକ ଏବଂ ସମସ୍ତ ସଦସ୍ୟମାନେଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର ପକ୍ଷରୁ ସ୍କାଉଟ ଛାତ୍ରଛାତ୍ରୀ ଏବଂ ଗୁରୁ ମା ମାନେ ସହଯୋଗ କରିଥିବା ବେଳେ ସମ୍ପାଦକ ଶ୍ରୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ସମସ୍ତଙ୍କ ପ୍ରିୟ ଦାସିଆ ଅଜା ଭାବେ ସମଗ୍ର ଜନମାନସରେ ପରିଚିତ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁରଠାରେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର, ୧୯୭୩ ମସିହାରେ ଶ୍ରୀଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ । ସେ ୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ ।

Related posts