୩୬ବର୍ଷ ନିରବଚ୍ଛିନ୍ନ, ନିଷ୍ଠାପର ଭାବେ ବିଦ୍ୟାଳୟରେ କାର୍ଯ୍ୟକରି ଆଜି ନେଲେ ଅବସର

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତରେ ଥିବା ଚିନ୍ତାମଣି ବିଦ୍ୟାପୀଠ, ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭୀମସେନ ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସି ଆର୍ ସି ସି କୈଳାଶ ନାୟକ, ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ, ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ରାୟଗୁରୁ, କ୍ରୀଡା ଶିକ୍ଷକ ପରମାନନ୍ଦ ପରିଡ଼ା,…

Read More

ସଂଗୀତ  ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଷ୍ଟାର ଅଫ ନୟାଗଡର ପ୍ରଥମ ଅଡିସନ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଂଗୀତ  ପ୍ରତିଭା ମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଷ୍ଟାର ଅଫ ନୟାଗଡ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫ ପ୍ରତିଯୋଗୀ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୧୮ ଜଣ ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀ ମାନେ ହେଲେ ସୁଚିସ୍ମିତା ଡୋରା, ଲିପ୍ସା ରାଣୀ ପଣ୍ଡା, ସେଖ୍ ତୌଫିକ ଅଲ୍ଲୀ, ଇପ୍ସିତା ପ୍ରିୟଦର୍ଶନୀ ଓ  ଅମ୍ରିତା ରଥ । ସେହିପରି ଦ୍ବିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ, ଆଦିତ୍ୟ ଗୁମାନ ସିଂ, ଆଶୁତୋଷ ବେହେରା, ଅଂଶୁମାନ ମହାପାତ୍ର, ଗାୟତ୍ରୀ ଦଳବେହେରା, ପିଙ୍କିନା ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ଜଗନ ବେହେରା,ଗୁଡୁ…

Read More

ଓଏସ୍ଇଏଫଡ଼ି ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚ଼ନା ଚ଼କ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘ ପକ୍ଷରୁ ଓଡ଼ିଶା‌ ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ସମ୍ମାନିତ ଅତିଥି ଭାବେ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା, ମୁଖ୍ୟବକ୍ତାଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ…

Read More

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, କିଏ କେଉଁଠିକି ଗଲେ

ହଟିଲେ ଭୁବନେଶ୍ବରର ଚର୍ଚ୍ଚିତ ଡିସିପି ପ୍ରତୀକ ସିଂହ, ପ୍ରମୋସନ ବଦଳରେ ମିଳିଲା ତଳ ପୋଷ୍ଟ ହେଲେ କଟକ ଗ୍ରାମାଞ୍ଚଳ ଏସପି ବଦଳିଲେ ପୋଲିସ କମିସନର ସଞ୍ଜୀବ ପଣ୍ଡା IPS ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିସନର ସଞ୍ଜୀବ ପଣ୍ଡା ହେଲେ ADG ଟ୍ରେନିଂ, BPSPA ନିର୍ଦ୍ଦେଶକ ଆର୍‌.ପି. କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ ଜେଲ୍‌ ଡିଜି ହେଲେ ଏ.କେ. ରାୟ କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର ଅରୁଣ ବୋଥ୍ରା ହେଲେ ରେଳବାଇ, ତଟସୁରକ୍ଷା ଏଡିଜି ଆର.କେ ଶର୍ମା ହେଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ହେଲେ ନିର୍ଦେଶକ ଏସଏଫଏସଏଲ ପାରୁଲ ଗୁପ୍ତା ହେଲେ DIG କମ୍ପ୍ୟୁଟର କେନ୍ଦ୍ରାଞ୍ଚଳ DIG ହେଲେ ଚରଣ ସିଂ ମୀନା ବ୍ରିଜେଶ କୁମାର ରାୟ ହେଲେ ପଶ୍ଚିମାଞ୍ଚଳ DIG ଅଖିଳେଶ ସିଂ ହେଲେ DIG ଅପରେସନ୍‌…

Read More

ଓଡ଼ିଶା ଶିକ୍ଷା ଅମଲା ସଂଘର ସାଧାରଣ ଅଧିବେଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଶିକ୍ଷା ଅମଲା ସଂଘ, ନୟାଗଡ଼ ଜିଲ୍ଲା ଶାଖାର ଚତୁର୍ଥ ଅଧିବେଶନ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ  ପ୍ରତିଷ୍ଠାନ ଅଧିକାରୀ ହାଡ଼ିବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅମଲା ସଂଘର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ଶ୍ରୀଧର କୁମାର ସାହୁ,ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ,କୋଷାଧ୍ୟକ୍ଷ ରଜତ କୁମାର ହରିଚନ୍ଦନ,ରାଜ୍ୟ ଶିକ୍ଷା ଅମଲା ସଂଘର ଯୁଗ୍ମ ସମ୍ପାଦକ ଋତୁରାଜ ସୋମନାଥ ସ୍ବାଇଁଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ୨୧ଜଣ ଅମଲା କର୍ମଚାରୀଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ସହିତ ନୂତନ ଏବଂ ପଦୋନ୍ନତି ପାଇଥିବା ଅମଲା…

Read More

ଅକ୍ଟୋବର ୬ରେ ଓଡ଼ଗାଁରେ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ତାରିଖରେ ଅନୁଷ୍ଠିତ ହେବ। ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରିପାରିବେ। ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।  ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର…

Read More

“ସୋହମ” ପକ୍ଷରୁ ନୟାଗଡ଼ ରେଳ ଷ୍ଟେସନ ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅଧିନସ୍ଥ  “ସ୍ଵଚ୍ଛତା ହିଁ ସେବା – ୨୦୨୪” ନୟାଗଡ ରେଳ ଷ୍ଟେସନ ଠାରେ ପାଳନ କରାଯାଇଅଛି। ଏଥିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସହ ଅନ୍ୟାନ୍ୟ ଅଳିଆ ଓ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ଳାଟଫର୍ମ, ଏହାର ଚତୁର୍ପାର୍ଶ୍ୱ  ଓ ଷ୍ଟେସନର ସମ୍ମୁଖ ଭାଗକୁ ସଫା କରାଯିବା ସହ “ସ୍ବଚ୍ଛତା ହିଁ ସେବା” ସମ୍ପର୍କରେ ଯାତ୍ରୀମାନଙ୍କୁ ସଚେତନ କରଯାଇଥିଲା। ଏଥିରେ ସୋହମ ସଙ୍ଗଠନର ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଉଦୟ ନାଥ ନାୟକ, ଦୁର୍ଜ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ନାୟକ,…

Read More

ଓଡ଼ଗାଁରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ

ଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳାଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ଯାଳୟଠାରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଓଡ଼ଗାଁ ବ୍ଲକ ସଭାପତି ଅଶୋକ ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘକୁ ଅଧିକ ସୁସଙ୍ଗଠିତ ଓ ମଜଭୁତ କରିବା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ କାର୍ଯ୍ଯକ୍ରମ ଉପରେ ଜିଲ୍ଲା ସଭାପତି ତଥ୍ୟ ରଖିଥିଲେ। ସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳା ଗତ କାର୍ଯ୍ଯଧାରା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ସଂଘର ପ୍ରତିବଦ୍ଧତା…

Read More

ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଗୃହ ନୟାଗଡ଼ ପୁରୁଣା ସହର ଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ, ଏମ. ଔରଙ୍ଗଜେବ, ଶୁଭେନ୍ଦୁ ଦାସ, ଲୋକନାଥ ମିଶ୍ର, ସନ୍ଦୀପ ଲେଙ୍କା, ପୁରୁଷୋତ୍ତମ ମହାପାତ୍ର, ଉଦିତ ଦାସ, ପ୍ରଦୀପ୍ତ ରଥ, ସୁରେନ୍ଦ୍ର ପ୍ରଧାନ, ଗୋକୁଳ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, ଯଯାତି କେଶରୀ ମହାପାତ୍ର, ପ୍ରଭାସିନୀ ନନ୍ଦ, ବିକ୍ରମ ସ୍ବାଇଁ, ବିଭୂତି ପଟ୍ଟନାୟକ, ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ,…

Read More

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଦୁରୁଦୁରା କ୍ଲଷ୍ଟର ସିଆରସିସି ରାକେଶ କୁମାର ଘଡେ଼ଇଙ୍କ ତତ୍ବାବଧାନରେ ଦୁରୁଦୁରା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଛି ଶିଶୁମାନଙ୍କ ଭିତରେ ଥିବା ପ୍ରତିଭାକୁ ବିକଶିତ କରିବା ବୋଲି ସିଆରସିସି କହିଥିଲେ। ଶିଶୁ ମହୋତ୍ସବ ସୁରଭିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ, ନୃତ୍ୟରେ ବିଚାରକ ଭାବେ ରକ୍ ଷ୍ଟାର ନୃତ୍ୟ ଏକାଡେମୀ କୋରିଓ ଗ୍ରାଫର ଅରବିନ୍ଦ ବାରିକ, ଶାବରୀ ପରମଗୁରୁ ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଚାହାଳି କ୍ଲଷ୍ଟର ସିଆରସିସି ବିଭୂତି ଭୂଷଣ ମିଶ୍ରଙ୍କ ତତ୍ବାବଧାନରେ ଜନଶକ୍ତି ହାଇସ୍କୁଲ୍ ଚାହାଳିରେ ,  ବିଜୟ କୁମାର ବେହେରାଙ୍କ ତତ୍ବାବଧାନରେ ନୀଳାଦ୍ରିପୁର କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଲାଦ୍ରିପୁର କ୍ଲଷ୍ଟରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ…

Read More