ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ”, ଭାରତ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅଧିନସ୍ଥ “ସ୍ଵଚ୍ଛତା ହିଁ ସେବା – ୨୦୨୪” ନୟାଗଡ ରେଳ ଷ୍ଟେସନ ଠାରେ ପାଳନ କରାଯାଇଅଛି। ଏଥିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ସହ ଅନ୍ୟାନ୍ୟ ଅଳିଆ ଓ ବର୍ଜ୍ୟବସ୍ତୁକୁ ସଂଗ୍ରହ କରାଯାଇ ପ୍ଳାଟଫର୍ମ, ଏହାର ଚତୁର୍ପାର୍ଶ୍ୱ ଓ ଷ୍ଟେସନର ସମ୍ମୁଖ ଭାଗକୁ ସଫା କରାଯିବା ସହ “ସ୍ବଚ୍ଛତା ହିଁ ସେବା” ସମ୍ପର୍କରେ ଯାତ୍ରୀମାନଙ୍କୁ ସଚେତନ କରଯାଇଥିଲା। ଏଥିରେ ସୋହମ ସଙ୍ଗଠନର ଉପସଭାପତି ତଥା ବିଶିଷ୍ଠ ପରିବେଶବିତ ଓ ପରିବେଶ ମିତ୍ର ଅନାଦି ଚରଣ ମହାନ୍ତି, ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଉଦୟ ନାଥ ନାୟକ, ଦୁର୍ଜ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ନାୟକ, ରବୀନ୍ଦ୍ର କୁମାର ରାଉତ , ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ସୁଶାନ୍ତ କୁମାର ପରିଡା , ସାରସ୍ଵତ ବିଭୁପାଦ, ରବୀନ୍ଦ୍ର ନାୟକ, ଆଇନଜୀବୀ ରତିକାନ୍ତ ପଟ୍ଟନାୟକ ଓ ସମାଜସେବୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Related posts
-
ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ... -
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୫ତମ ଓ ଶାସ୍ତ୍ରୀଜୀଙ୍କ ୧୨୦... -
ବିଭିନ୍ନ ଶିଳ୍ପ ପରିଦର୍ଶନ କଲେ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିଦର୍ଶନରେ...