ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଂଗୀତ ପ୍ରତିଭା ମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଷ୍ଟାର ଅଫ ନୟାଗଡ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫ ପ୍ରତିଯୋଗୀ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୧୮ ଜଣ ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀ ମାନେ ହେଲେ ସୁଚିସ୍ମିତା ଡୋରା, ଲିପ୍ସା ରାଣୀ ପଣ୍ଡା, ସେଖ୍ ତୌଫିକ ଅଲ୍ଲୀ, ଇପ୍ସିତା ପ୍ରିୟଦର୍ଶନୀ ଓ ଅମ୍ରିତା ରଥ । ସେହିପରି ଦ୍ବିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ, ଆଦିତ୍ୟ ଗୁମାନ ସିଂ, ଆଶୁତୋଷ ବେହେରା, ଅଂଶୁମାନ ମହାପାତ୍ର, ଗାୟତ୍ରୀ ଦଳବେହେରା, ପିଙ୍କିନା ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ଜଗନ ବେହେରା,ଗୁଡୁ ମହାନ୍ତି, ମିଲନ କୁମାର ସ୍ବାଇଁ, ବର୍ଷାରାଣୀ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ସୁଶ୍ରୀ ସୁଚରିତା ସାହୁ, ଶୁଭ ସ୍ମିତା ବେହେରା, ପ୍ରୀତି ପ୍ରଜ୍ଞା ସାହୁ, ସ୍ନେହା ପ୍ରିୟଦର୍ଶିନୀ ଓ ତପସ୍ଵିନୀ ବେହେରା, । ପ୍ରତିଯୋଗିତା ରେ ବିଚାରକ ଭାବେ ଧନେଶ୍ଵର ପ୍ରଧାନ ଓ ସସ୍ମିତା ପଟ୍ଟନାୟକ ଯୋଗଦେଇଥିଲେ । ପର୍ଯ୍ୟାୟକ୍ରମେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଡିସନ କରାଯିବ ବୋଲି ଏହି କାର୍ଯ୍ୟକ୍ରମ ର ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଇକରାୟ, ପ୍ରଦୀପ ବରାଡ, କାଜଲ ଡାକୁଆ, ବିଷ୍ଣୁପ୍ରିୟା ନାୟକ, ସୈ।ମ୍ୟ ଶୁଭମ ରଥ ଓ ଆଦିତ୍ୟ ପ୍ରସାଦ ସାହୁ ।
Related posts
-
ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ... -
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗାନ୍ଧୀଜୀଙ୍କ ୧୫୫ତମ ଓ ଶାସ୍ତ୍ରୀଜୀଙ୍କ ୧୨୦... -
ବିଭିନ୍ନ ଶିଳ୍ପ ପରିଦର୍ଶନ କଲେ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ଶିଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିଦର୍ଶନରେ...