ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଶିକ୍ଷା ଅମଲା ସଂଘ, ନୟାଗଡ଼ ଜିଲ୍ଲା ଶାଖାର ଚତୁର୍ଥ ଅଧିବେଶନ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରତିଷ୍ଠାନ ଅଧିକାରୀ ହାଡ଼ିବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅମଲା ସଂଘର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ଶ୍ରୀଧର କୁମାର ସାହୁ,ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ,କୋଷାଧ୍ୟକ୍ଷ ରଜତ କୁମାର ହରିଚନ୍ଦନ,ରାଜ୍ୟ ଶିକ୍ଷା ଅମଲା ସଂଘର ଯୁଗ୍ମ ସମ୍ପାଦକ ଋତୁରାଜ ସୋମନାଥ ସ୍ବାଇଁଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ୨୧ଜଣ ଅମଲା କର୍ମଚାରୀଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ସହିତ ନୂତନ ଏବଂ ପଦୋନ୍ନତି ପାଇଥିବା ଅମଲା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଶା ଶିକ୍ଷା ଅମଲା ସଂଘ ବିଗତ ଦିନରେ ସରକାରଙ୍କୁ ଦେଇଥିବା ଦାବି ଗୁଡିକ ଉପରେ ଆଲୋଚନା ହେବା ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
Related posts
-
ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ... -
ନୟାଗଡ଼ରେ ନୂଆ ଓଡ଼ିଶା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ନୂଆ ଓଡ଼ିଶା ତାଲିମ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ... -
ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀ
December 8, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ସେମିଫାଇନାଲ ଅନୁଷ୍ଠିତ, ଫାଇନାଲରେ ୧୦ଯୁବ କଣ୍ଠଶିଳ୍ପୀନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ର ସେମିଫାଇନାଲ ଅନୁଷ୍ଠିତ...