ଧାଡ଼ିକିଆ ଖବର, ତାରିଖ- ୧୦.୦୪.୨୪ (ବୁଧବାର)

⭕ନିର୍ବାଚନ ପାଇଁ ଟଙ୍କା ଚାଲାଣ ସନ୍ଦେହ: ପୁଣି ଫେରିଲା କଳା କାଚ ଯାଞ୍ଚ, ନିୟମ ନ ମାନିଲେ ୫ ହଜାର ଜୋରିମାନା। ⭕ଆନ୍ଧ୍ର-ଓଡିଶା ଗୋଟିଏ ଦିନରେ ଭୋଟ୍, ପ୍ରଶାସନ ପାଇଁ ଚିନ୍ତା କୋଟିଆ। ⭕ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି, ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ। ⭕ଗ୍ରୀଷ୍ମ ପ୍ରବାହ ମଧ୍ୟରେ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱ, ପ୍ରସ୍ତୁତ ରହିବାକୁ CEOଙ୍କ ନିର୍ଦ୍ଦେଶ। ⭕ଆଜି ବିଶ୍ଵ ହୋମିଓପାଥି ଦିବସ, ଚାହିଦା ଅଛି, ଭିତ୍ତିଭୂମି ନାହିଁ। ⭕ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା (୬ଟା ରୁ ରାତି ୧୦) ବନ୍ଦ ରହିବ ସାଧାରଣ ଦର୍ଶନ। ⭕ପାରାଦୀପ:୧୮ ଲକ୍ଷରେ ବିକ୍ରି ହେଲା ୧୭ଟି ତେଲିଆ ବୋରେଇ ମାଛ। ⭕ବିଜେପି ଟିକେଟରେ ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ। ⭕ଭୁବନେଶ୍ୱର:ସବୁଦଳ ପାଇଁ ଅଙ୍କ…

Read More

ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସହ-ପର୍ଯ୍ୟବେକ୍ଷକ ଇରାନୀ ରାୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେଡ଼ି ନେତ୍ରୀ ଇରାନୀ ରାୟ ନୟାଗଡ଼ ଜିଲ୍ଲା ପାଇଁ ବିଜୁ ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ପାଇଲେ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମତୀ ରାୟଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି। ଇରାନୀ ରାୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦଳ ପକ୍ଷରୁ ନୟାଗଡ଼ରେ ବିଧାୟିକା ପାର୍ଥୀନୀ ଭାବେ ଲଢେଇ କରି ପରାଜୟ ହୋଇଥିଲେ। ତେବେ ବିଜେପି ଦଳ ତାଙ୍କୁ କଣଠେସା କରିବା ସହ ମହିଳାଙ୍କୁ ସମ୍ମାନ ନଦେବାରୁ କିଛି ଦିନ ହେଲା ଇରାନୀ ବିଜେପି ଛାଡ଼ି ବିଜେଡ଼ି ଯୋଗ ଦେଇଥିଲେ। ମିଶ୍ରଣ ହେବା ଦିନ ଠାରୁ ବିଜେଡ଼ି ଯେଉଁ ଦାୟିତ୍ୱ ଦେଇଛି, ତାକୁ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦେଖି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ…

Read More

ନୟାଗଡ଼ ବିଧାୟକ ମୋଟିଭେସନାଲ କ୍ଲାସ

ଖେଳ ପଡିଆ ଯିଏ ଦେଖିନି ତାକୁ ଡାକ୍ତରଖାନା ସ୍ୱାଗତ କରିବ : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସ୍ଥ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ ମୋଟିଭେସନାଲ କ୍ଲାସ ମାଧ୍ୟମରେ ଅନେକ ଟିପ୍ସ ଦେଇଛନ୍ତି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ମୋଟିଭେସନାଲ କ୍ଲାସ କରିଛନ୍ତି । ସମାଜକୁ ସୁସ୍ଥ ରଖିବା ପାଇଁ…

Read More

ଏନଏସି ହାଇସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରବେଶ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅଧ୍ୟକ୍ଷତା କରି ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉତ୍ତମ ତଥା ଶୃଙ୍ଖଳିତ ବିଦ୍ୟାର୍ଥୀ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରେଣୀ ଶିକ୍ଷୟିତ୍ରୀ କାଦମ୍ବିନୀ କରଣ, ଅନସୂୟା ମିଶ୍ର, ସ୍ୱାଗତିକା ଦଳେଇ, ଲକ୍ଷ୍ମୀଧର ସାହୁ ଏବଂ ସହକାରୀ ଶିକ୍ଷକ ସୌଦାମିନୀ ପ୍ରଧାନ, ନବଜ୍ୟୋତି ମହାପାତ୍ର, ରୋଜାଲୀନ ମିଶ୍ର, ସୁଚିତ୍ରା ଦେବୀ, ଜ୍ୟୋତିର୍ମୟୀ ରଥ, ପ୍ରଦୀପ୍ତ ଡାକୁଆ ଏବଂ ଉମାକାନ୍ତ ମିଶ୍ର…

Read More

ନୟାଗଡ଼ରେ ବିରୋଧୀ ଛିନ ଛତର, ପ୍ରତ୍ୟେହ ଶଙ୍ଖନାଦ କରୁଛନ୍ତି ବିରୋଧୀ ଗୋଷ୍ଠୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ। ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ହେଉଛନ୍ତି ସାମିଲ। ବିରୋଧୀ ଦଳର ଅନେକ ନେତା ବର୍ତ୍ତମାନ ଶଙ୍ଖନାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀମାନେ ବିଜେଡିରେ ହେଉଛନ୍ତି ସାମିଲ। ନୟାଗଡ଼ ବିକାଶର ସାରଥୀ ହେବାପାଇଁ ଆଗ୍ରହୀ ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲକ୍ଷ୍ମୀପ୍ରସାଦ…

Read More

ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ୍ୱ ଯୁବକ ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଚେଷ୍ଟା ଓ ପ୍ରଚେଷ୍ଟାରେ ଗାଁ ଗାଁରେ ଉର୍ନ୍ନତି ଛାପରେ ସନ୍ତୁଷ୍ଟ ହେଉଛନ୍ତି ସାଧାରଣ ଜନତା । ଯେଉଁଥି ପାଇଁ ନୟାଗଡ଼, ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲାଠିପଡା ପଞ୍ଚାୟତର ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ ଯୁବକ ବିଜେଡ଼ିରେ ଯୋଗଦେଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ…

Read More

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏନଏସି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କୃତିତ୍ୱ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନଏସି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ‘ମୋ ସ୍ୱାସ୍ଥ୍ୟ ମୋ ଅଧିକାର’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସେହି ଶ୍ରେଣୀର ଛାତ୍ର ଆୟୁଷ୍ମନ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଏବଂ ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ଠାରୁ ଉଭୟେ ମାନପତ୍ର ଏବଂ ପୁରସ୍କାର ଗ୍ରହଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…

Read More

ସଦସ୍ୟଙ୍କ ସ୍ମୃତିରେ ସୋହମ୍ ସଙ୍ଗଠନର ରକ୍ତଦାନ ଶିବିର ଆୟୋଜନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ସଙ୍ଗଠନ ତରଫରୁ ଏହାର ସଦସ୍ୟ ତଥା ପାରାଢିପି ଉ.ପ୍ରା. ବିଦ୍ୟାଳୟର ଶିକ୍ଷକ ସ୍ୱର୍ଗତ ରମେଶ କୁମାର ବେହେରାଙ୍କ ସ୍ମୃତିରେ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଦୀର୍ଘ ପାଞ୍ଚ ବର୍ଷ ରକ୍ତ କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରି ଗତ ବର୍ଷ ଅପ୍ରେଲ ୭ ତାରିଖରେ ମୃତ୍ୟୁ ବରଣ କରିଥିଲେ । ସଙ୍ଗଠନର ଉପସଭାପତି ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି ଓ ଡାକ୍ତର ଦେବିଦତ୍ତ ଦିବ୍ୟରଞ୍ଜନ ମିଶ୍ର ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସୋହମ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା…

Read More

ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଗତ ବୁଧବାର ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଂଚାୟତ ର ତିଳାବାରୀ ଗ୍ରାମ ଓ ଡିହଗାଁ ପଂଚାୟତର ଡିଗିରି ଗ୍ରାମରେ ହୋଇଥିବା ଘରପୋଡିରେ କ୍ଷତିଗ୍ରସ୍ତ ହୋଇଥିବା ପାଞ୍ଚଟି ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି। ସେମାନେ ହେଲେ ତିଳାବାରୀ ଗ୍ରାମର ପଞ୍ଚାନନ ବେହେରା, ବିଶି ବେହେରା, ବିଷ୍ଣୁ ବେହେରା, ନାରାୟଣ ବେହେରା ଓ ଡିହଗାଁ ହରିଜନ ସାହିର ପ୍ରଶାନ୍ତ ନାୟକ। ସେମାନଙ୍କୁ ପଲିଥିନ, ଲୁଗା, ଚାଉଳ, ଚୁଡା, ଚିନି, ଲୁଣ, ବିସ୍କୁଟ, ମିକ୍ସଚର, ଆଳୁ ଓ ପିଆଜ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉକ୍ତ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଦଶପଲ୍ଲା ପଲ୍ଲୀ ବିକାଶର ଅଧ୍ୟକ୍ଷ ପ୍ରସନ୍ନ କୁମାର ପଣ୍ଡା ଓ ସମାଜସେବୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଭାରତ ବିକାଶ ପରିଷଦ ନୟାଗଡ ଶାଖାର ଅନାଦି…

Read More

ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣକାରୀ ଦୁଇ ବିହାରୀ ଯୁବକ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦କେଜି ୩୦୦ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥୁବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର। ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ଏବଂ ତାଙ୍କ ଟିମ୍ ନୟାଗଡ଼ ନୂଆବସ ଷ୍ଟାଣ୍ଡଠାରେ ଜଗି ରହିଥିଲେ । ଉଭୟ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କଠାରୁ ୧୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବାଇକକୁ ମଧ୍ୟ ଜବତ କରାଯାଇଛି ।…

Read More