ନୟାଗଡ଼ ବିଧାୟକ ମୋଟିଭେସନାଲ କ୍ଲାସ

ଖେଳ ପଡିଆ ଯିଏ ଦେଖିନି ତାକୁ ଡାକ୍ତରଖାନା ସ୍ୱାଗତ କରିବ : ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସ୍ଥ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ ମୋଟିଭେସନାଲ କ୍ଲାସ ମାଧ୍ୟମରେ ଅନେକ ଟିପ୍ସ ଦେଇଛନ୍ତି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ମୋଟିଭେସନାଲ କ୍ଲାସ କରିଛନ୍ତି । ସମାଜକୁ ସୁସ୍ଥ ରଖିବା ପାଇଁ ଯୁବକ ମାନଙ୍କର ଅବଦାନ ଅନେକ ରହିଛି । ଯୁବକ ମାନେ ନିଜକୁ ଗଢ଼ି ତୋଳିବା ପାଇଁ ଯେତିକି ଉଦ୍ୟମ କରିବା କଥା ସେତିକି ଉଦ୍ୟମ କରୁନାହାନ୍ତି । ଏଥି ପାଇଁ ଅଳସୁଆମୀ ମୁଖ୍ୟ କାରଣ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ପ୍ରତ୍ୟେକ ଯୁବକ ସଫଳତା ପାଇବା ପାଇଁ ସମୟ ଅନୁସାରେ କାର୍ଯ୍ୟ କରିବା ନିହାତି ଆବଶ୍ୟକ । ଠିକ ସମୟରେ ଠିକଣା ପଦକ୍ଷେପ ନେଲେ ଅନେକ କ୍ଷତି ଘଟିବ ବୋଲି ସେ ପ୍ରକାଶ କରିଥିଲେ ।

ସୂର୍ଯ୍ୟ ଯେପରି ଉଦୟ ଓ ଅସ୍ତରେ ଅବହେଳା କରୁନାହିଁ, ପଶୁପକ୍ଷୀ ମାନେ ସଠିକ ସମୟରେ ସେମାନଙ୍କର ନିଜ କାର୍ଯ୍ୟ କରୁଛନ୍ତି । ଯୁବକ ମାନେ କାହିଁକି ଅବହେଳା କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁ ବ୍ୟକ୍ତି ଖେଳ ପଡିଆର ବ୍ୟବହାର କରିନି ତାକୁ ମେଡିକାଲ ସ୍ୱାଗତ କରିବ । ଯୁବ ସମାଜ ଶାରୀରିକ ସୁସ୍ଥତା ପ୍ରତି ଗୁରୁତ୍ୱ ଦେବା ନିହାତି ଆବଶ୍ୟକ । ଶରୀର ସୁସ୍ଥ ରହିଲେ ନିଜ ପାଇଁ, ରାଜ୍ୟ ପାଇଁ, ଦେଶ ପାଇଁ ଓ ନିଜ ପରିବାର ପାଇଁ ବରଦାନ ସଦୃଶ ହେବ । ଯୁବ ସମାଜ ସଦାସର୍ବଦା ସତ କହିବା ଆବଶ୍ୟକ ରହିଛି । ଏଥି ସହିତ ସମାଜ ସେବା କରିବା ଯୁବ ସମାଜର ମୁଳ ମନ୍ତ୍ର ହେଉ । ପ୍ରତ୍ୟେକ ଦିନ ନିହାତି ୮ ଘଣ୍ଟା ଶୋଇବାର ଆବଶ୍ୟକତା ରହିଛି । ଯୁବ ସମାଜ ଆର୍ଥିକ ସ୍ୱଚ୍ଛଳ ହେବା ପାଇଁ ଅଧୀକ ପରିଶ୍ରମ କରିବା ନିହାତି ଆବଶ୍ୟକ ।

ନିଜ ପରିବାର ପୋଷଣ ପାଇଁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ସଦାସର୍ବଦା ଯୁବ ସମାଜ କର୍ମଠ ହେବା ଦରକାର । ଯେଉଁ ମାନେ ଅଳସୁଆ ସେମାନେ ପରମୁହୁର୍ତରେ ବହୁତ ପସ୍ତାଇବେ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ସତ କହିବା, ଶୃଙ୍ଖଳିତ ହେବା, ସମାଜ ସେବା କରିବା, ସମୟାନୁବର୍ତିତା ହେବା, ନିଶାଦ୍ରବ୍ୟ ଠାରୁ ଦୁରେଇ ରହିବା ଏବଂ ଅଧୀକ ପରିଶ୍ରମ କରିବା ପାଇଁ ଆହ୍ୱାନ ଦେଇଥିଲେ । ନିର୍ବାଚନ ବିଗୁଲ ବାଜିଲା ସମୟରେ ଅରୁଣଙ୍କର ଏହି ମୋଟିଭେସନାଲ କ୍ଲାସ ଯୁବ ସମାଜକୁ ଆହ୍ୱାନ ଦେଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Related posts