ଏନଏସି ହାଇସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରବେଶ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅଧ୍ୟକ୍ଷତା କରି ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉତ୍ତମ ତଥା ଶୃଙ୍ଖଳିତ ବିଦ୍ୟାର୍ଥୀ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରେଣୀ ଶିକ୍ଷୟିତ୍ରୀ କାଦମ୍ବିନୀ କରଣ, ଅନସୂୟା ମିଶ୍ର, ସ୍ୱାଗତିକା ଦଳେଇ, ଲକ୍ଷ୍ମୀଧର ସାହୁ ଏବଂ ସହକାରୀ ଶିକ୍ଷକ ସୌଦାମିନୀ ପ୍ରଧାନ, ନବଜ୍ୟୋତି ମହାପାତ୍ର, ରୋଜାଲୀନ ମିଶ୍ର, ସୁଚିତ୍ରା ଦେବୀ, ଜ୍ୟୋତିର୍ମୟୀ ରଥ, ପ୍ରଦୀପ୍ତ ଡାକୁଆ ଏବଂ ଉମାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଠ ପଢି ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ନୂତନ ଶିକ୍ଷାର୍ଥୀ ମାନଙ୍କ ସହିତ ଅଭିଭାବକ ମାନେ ଉପସ୍ଥିତ ଥିଲେ।

Related posts