ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ। ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ହେଉଛନ୍ତି ସାମିଲ। ବିରୋଧୀ ଦଳର ଅନେକ ନେତା ବର୍ତ୍ତମାନ ଶଙ୍ଖନାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀମାନେ ବିଜେଡିରେ ହେଉଛନ୍ତି ସାମିଲ। ନୟାଗଡ଼ ବିକାଶର ସାରଥୀ ହେବାପାଇଁ ଆଗ୍ରହୀ ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଓ ନଡିଆଳି ଗ୍ରାମ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ୱ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ସେମାନେ ଶଙ୍ଖ ନାଦ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ, ବରିଷ୍ଠ ବିଜେଡି ନେତା ପ୍ରଭାତ ଷଡ଼ଙ୍ଗୀ ଓ ଶିବଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ପଥୁରିପଡା ଗ୍ରାମର ଗୌତମ ରାଉତ, ସିଲୁ ପ୍ରଧାନ, ମୁନା ପାତ୍ର, ରାମ ପ୍ରଧାନ, ଆଲୋକ ପ୍ରଧାନ, ସୁମନ ବେହେରା, ସୁରେନ୍ଦ୍ର ପ୍ରଧାନ, ଦିଲ୍ଲୀପ କୁମାର ପ୍ରଧାନ, ଶ୍ରୀଧର ରାଉତ, ନରୋତମ ରାଉତ, ମନୋରଞ୍ଜନ ରାଉତ, ବିକ୍ରମ ସାସମଲ, ପ୍ରଦୀପ ପ୍ରଧାନ, ରିଙ୍କୁ ମହାନ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି । ଏଥି ସହିତ ନଡିଆଳି ଗ୍ରାମ ପଞ୍ଚାୟତ ଉଦୟପୁର ଗ୍ରାମର ମାଧବ ବେହେରା, ଟୁଲୁ ବାଣ୍ଠ, ସଂଗ୍ରାମ ବେହେରା, ଭଗବାନ ବେହେରା, ପ୍ରଶନ୍ନ ନାୟକ ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି ।
Related posts
-
ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ
January 11, 2025 Jajati Comments Off on ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ... -
‘ଏଥୁ ଅନନ୍ତରେ’ର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ... -
ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧି କରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ...