ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ୍ୱ ଯୁବକ ବିଜେଡିରେ ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଶକ୍ତିଶାଳୀ ହେବାରେ ଲାଗିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେପି ଛାଡି ବହୁ କର୍ମୀ ବିଜେଡ଼ିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ଚେଷ୍ଟା ଓ ପ୍ରଚେଷ୍ଟାରେ ଗାଁ ଗାଁରେ ଉର୍ନ୍ନତି ଛାପରେ ସନ୍ତୁଷ୍ଟ ହେଉଛନ୍ତି ସାଧାରଣ ଜନତା । ଯେଉଁଥି ପାଇଁ ନୟାଗଡ଼, ବିଜେଡି ଗଡ଼ ହେବାକୁ ଯାଉଛି । ଆଜି ନୟାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ଲାଠିପଡା ପଞ୍ଚାୟତର ବିଜେପି ଯୁବ ମୋର୍ଚ୍ଚାର ୨୫ରୁ ଉର୍ଦ୍ଧ ଯୁବକ ବିଜେଡ଼ିରେ ଯୋଗଦେଇଛନ୍ତି।

ଆଜିର ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ବିଜେଡି ନେତା ପ୍ରଭାତ ଷଡ଼ଙ୍ଗୀ, ଶିବଶଙ୍କର ମହାନ୍ତି, ନୟାଗଡ଼ ପୌରାଞ୍ଚଳର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବରିଷ୍ଠ ବିଜେଡ଼ି ନେତା ଶ୍ରୀକାନ୍ତ ଖଟେଇ, ନୟାଗଡ଼ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ବିଜେଡି ଜିଲ୍ଲା ସମ୍ପାଦକ ଗଗନ ବିହାରୀ ମିଶ୍ର, ଅମୁଲ୍ୟ ସାହୁ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜୁ ଶ୍ରମିକ ସମ୍ମୁଖ୍ୟ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ଓ ଛାତ୍ର ନେତା ଏସ.କେ.ଇବ୍ରାହିମ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳରେ ସେମାନେ ବିଜୁ ଜନତା ଦଳକୁ ଅଧୀକ ମଜବୁତ କରିବେ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ଗଡ଼ ଭାବେ ନିର୍ମାଣ କରିବା ପାଇଁ ପ୍ରକାଶ କରିଛନ୍ତି।

Related posts