ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…

Read More

ନୟାଗଡ଼ ବିଜେପି ପାଇଁ ମହଂଗା ସାବ୍ୟସ୍ତ ହେବ ରାୟ ଦମ୍ପତ୍ତିଙ୍କ ଇସ୍ତଫା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୬ହଜାରରୁ ୬୬ହଜାର ପଦ୍ମ ଫୁଟାଇଥିବା ରାୟ ଦମ୍ପତି ଚଳିତ ନିର୍ବାଚନରେ ବିଜେପି ପାଇଁ କାଳ ସାଜିବେ ବୋଲି ନୟାଗଡ଼ରେ ଚର୍ଚ୍ଚା। ନୟାଗଡ ଜିଲ୍ଲାରେ ପଦ୍ମ ଦଳର ସମ୍ପତ୍ତି କୁହାଯାଉଥ‌ିବା ଲାଲା ମନୋଜ ରାୟ ଓ ତାଙ୍କ ପତ୍ନୀ ଇରାନୀ ରାୟ ଏବେ ଦଳ ଛାଡ଼ିଛନ୍ତି । ଦଳ ଛାଡ଼ିବା ବେଳେ ରାୟ ଦମ୍ପତ୍ତି ଯେପରି ରାଜ୍ୟ ନେତୃତ୍ୱ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ତାହା ହିଁ ପଦ୍ମ ଦଳିଆ ରାଜ୍ୟ ତୁଙ୍ଗ ନେତାଙ୍କ ଶିରପୀଡ଼ା କରିଦେଇଛି। ଜଣେ ସଂଗ୍ରାମୀ ନେତ୍ରୀ ଭାବରେ ପରିଚିତ ଇରାନୀ ରାୟ ଗାଁ ଗାଁ ବୁଲି ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ। ୨୦୧୪ରୁ ୨୦୧୯ ମଧ୍ୟରେ ଦଳର ଭୋଟକୁ ନୟାଗଡ଼ରେ ୬ ହଜାରରୁ ୬୬ ହଜାରରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ…

Read More

ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ମେମୋରିଆ’ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ବଚପନ୍ ଓ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ମେମୋରିଆ (୨୦୨୩-୨୪)ବିଦ୍ଯାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବସିରନ୍ ବିବି, ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ଯକ୍ଷତା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ…

Read More

ରାଜସୁନାଖଳାକୁ ଏନ.ଏ.ସି. ଘୋଷଣା ପାଇଁ ଦାବୀ, ନହେଲେ ଆନ୍ଦୋଳନ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି. ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏଥିପାଇଁ ପ୍ରସ୍ତାବ ଅଛି ବୋଲି ଘୋଷଣା କରିଥିଲେ। କିନ୍ତୁ ଚଳିତ ବର୍ଷ ୨୦୨୪ରେ ନଗର ଉନ୍ନୟନ ବିଭାଗ ତରଫରୁ ଦୁଇଟି ପର୍ଯ୍ୟାୟରେ ଏନ.ଏ.ସି ଘୋଷଣା ହୋଇଥିବା ବେଳେ ରାଜସୁନାଖଳାକୁ ଏନ.ଏ.ସିରୁ ବାଦ ଦେବା ସମଗ୍ର ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରାମ ପଂଚାୟତବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯେହେତୁ ଏନ.ଏ.ସି ମାନ୍ୟତା ପାଇଁ ଭୌଗଳିକ, ଜନସଂଖ୍ୟା, ଗମନାଗମନ ଓ ବିଭିନ୍ନ ପାରିପାଶ୍ଵିକ ଦୃଷ୍ଟି କୋଣକୁ ଲକ୍ଷ୍ଯ କରି ନିଷ୍ପିତ ନିଆଯାଇଥାଏ। ଯେଉଁଥିପାଇଁ କି ରାଜସୁନାଖଳା ଅଞ୍ଚଳ ଯୋଗ୍ୟ ଅଟେ। କାରଣ ୨୦୧୧ଜନଗଣନା ଅନୁଯାୟୀ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଜନସଂଖ୍ୟା ୯୯୬୭ ହୋଇଥିବା ବେଳେ ଅଦ୍ୟବିଧି ଏହା ୧୫୦୦୦ରୁ ଉର୍ଦ୍ଧ ହେବେ ତତସହିତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତକୁ ଯୋଡି ଏହା କରାଯାଇଥିଲା।…

Read More

ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲିଫ୍ଟ ଇରିଗେଶନ ଅଫିସରେ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ କାବୁ କଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ନୟାଗଡ଼ ରଣପୁର ଅଂଚଳର ମନୋରଞ୍ଜନ ଦାସଙ୍କ ବୋରୱେଲ କରିଦେବା ପାଇଁ ଲିଫ୍ଟ ଇରିଗେଶନର କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତି ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ଭିତି କରି ମନୋରଞ୍ଜନ କାହାକୁ କିଛି ନ ଜଣାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମନୋରଞ୍ଜନଙ୍କ ଅଭିଯୋଗ ପାଇବାପରେ ଆଜି ଦିବା ୧୨ଟା ସମୟରେ ମନୋରଞ୍ଜନଙ୍କ ଠାରୁ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ୯ହଜାର ଟଙ୍କା ସହ ଦୁଇ ଜଣକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।

Read More

ନୟାଗଡ଼ରେ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ନେତ୍ରୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଘଡୁଆଳ ପେଟ୍ରୋଲପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତାଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ ଶୋଭାଯାତ୍ରାରେ ଶହ ଶହ ବାଇକରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଦଳୀୟ କର୍ମୀମାନେ ଡାକବାଜି ଯନ୍ତ୍ରରେ ବିଜେପି ନାରା ଦେଇ ଯାଉଥିବା ଦେଖାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ପ୍ରତ୍ୟୁଷା ଓ ସମ୍ବିତ ପାତ୍ର ନୟାଗଡ଼ ଜନସାଧାରଣଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା। ଏହି ଶୋଭାଯାତ୍ରାରେ ନୟାଗଡ଼ ବିଜେପିର ଆଗଧାଡ଼ିର ନେତୃବୃନ୍ଦ ଯୋଗଦେଇଥିଲେ।

Read More

ଜିଲ୍ଲା କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନ, ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପତ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରୀ ହେବା ପରେ ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ, ମୁନିସିପାଲିଟି, ଏନଏସି ସମେତ ବିଭିନ୍ନ ଯାନ୍ତ୍ରିକ ଲାଇନ ବିଭାଗ ଯଥା ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଡ୍ରେନେଜ ଇତ୍ୟାଦି ମୃତିକା ସଂରକ୍ଷଣ କାର୍ଯ୍ୟାଳୟ ରୁ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ରେଜିଷ୍ଟର ଯଥା ଈସୁ, ଡେସପାଚ, କାର୍ଯ୍ୟାଦେଶ, ଏଗ୍ରିମେଣ୍ଟ ନଥିପତ୍ର ଆଜି ତୁରନ୍ତ ଜବତ କରିବା ପାଇଁ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନୟାଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଯଦି ଏସବୁ…

Read More

ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୨ଶିକ୍ଷକଙ୍କ ଯୋଗଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋକେସନାଲ୍ ଏଜୁକେସନ୍ ଦ୍ବାରା ଜାତୀୟ ସ୍ତରରେ ଗତ ୫ ଦିନ ଧରି ଚାଲିଥିବା କାପାସିଟି ବଲଡିଙ୍ଗ ଅଫ ଟିଚର୍ସ ଫର୍ ଭୋକେସନାଲାଇଜେନ୍ ଅଫ୍ ଏଜୁକେସନ୍ ଟ୍ରେନିଂ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଷ୍ଟର ଟ୍ରେନର୍ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ଯୋଗଦାନ କରିଥିଲେ।ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରେକୃଷ୍ଣପୁରର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଶ୍ୟାମଘନପୁରର ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ମାଷ୍ଟର ଟ୍ରେନର ଭାବେ ଯୋଗଦାନ କରିଥିଲେ। ଶିକ୍ଷକତା ବୃତ୍ତିର ପ୍ରକୃତ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ରୋଜଗାରକ୍ଷମ କରେଇବା। ପିଲାମାନଙ୍କ…

Read More

ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି : ଅରୁଣ

ଉଦ୍‌ଘାଟିତ ହେଲା ନରସିଂହପ୍ରସାଦ ମେଡିକାଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ଗ୍ରାମ ପଞ୍ଚାୟତ ନରସିଂହପ୍ରସାଦ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ସାରା ଭାରତ ବର୍ଷରେ ମଡେଲ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧୀକ ଲୋକାର୍ଭିମୁଖି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ…

Read More

ବିରାଟ ବାଇକ୍ ରାଲି ମାଧ୍ୟମରେ ଉଦ୍‌ଘାଟିତ ହେଲା ଶଙ୍ଖେଇ ମେଡିକାଲ

ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ: ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ଶଙ୍ଖେଇ ଠାରେ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଏହି ଅବସରରେ ଡ. ସାହୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ମୁଲ୍ୟବାନ । ଅର୍ଥ ଅଭାବରୁ କେହି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ନବୀନ ସରକାରଙ୍କର ଏହା ହେଉଛି ଏକ ମାତ୍ର ଲକ୍ଷ । ସରକାରୀ ଓ ବେସରକାରୀ ମେଡିକାଲରେ ବିଏସକେୱାଇ ଓ ନବୀନ କାର୍ଡ ପ୍ରଚଳନ କରାଯାଇଛି। ପ୍ରତ୍ୟେକ ମହିଳା ମାନଙ୍କ ପାଇଁ ମାଗଣା ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା…

Read More