ଶ୍ରମିକଙ୍କ ସ୍ବାର୍ଥପାଇଁ ଏକାଠିହେଲେ ନୟାଗଡର ସମସ୍ତ ଟ୍ରେଡ ୟୁନିୟନ୍

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡଜିଲ୍ଲା ଇଟାମାଟି ନିକଟସ୍ଥ ପ୍ରତାପ୍ରସାଦସ୍ଥିତ ମା´ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚଳିତମାସ ୭ ତାରିଖ ବୁଧବାରଦିନ ନୟାଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏବଂ ନେତୃତ୍ବମାନଙ୍କୁ ନେଇ “ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିୟନସ୍ ସମନ୍ବୟ କମିଟି” ନାମରେ ଏକ ସଂଘ ଗଠନ କରାଯାଇଛି। ଟ୍ରେଡ ୟୁନିୟନ ନେତା ପ୍ରମୋଦ ମହାରଣାଙ୍କ ଆାବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ନୟାଗଡ ଜିଲ୍ଲାର ଶ୍ରମିକମାନେ ସେମାନଙ୍କର ସମସ୍ତ ସହାୟତା ସୁବିଧାରେ ପାଇବା ଏବଂ ଶ୍ରମିକମାନଙ୍କର ସ୍ବାର୍ଥ ରଖ୍ୟାପାଇଁ ଶ୍ରମିକ ସଂଗଠନମାନେ ଯତ୍ନବାନହୋଇ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶ୍ରମ ବିଭାଗରେ ଯେଉଁସବୁ ସମସ୍ୟା ସ୍ରୁଷ୍ଟି ହେଉଛି ତାହାର ସମାଧାନ କରିବା ନିମନ୍ତେ ଏହି ଟ୍ରେଡୟୁନିୟନସ୍ ସମନ୍ବୟ କମିଟି ଦାଇତ୍ବନେଇ ଶ୍ରମିକମାନଙ୍କ ଅଧୀକାରପାଇବା ସହିତ ଶ୍ରମ…

Read More

ଜ୍ୟୋତିରଂଜନ ହେଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ମାନେ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଶ୍ରୀଯୁକ୍ତ ଦାଶ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଶିକ୍ଷକମାନେ ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପୁରୀ ଶ୍ରୀଗୁଣ୍ଡିଚା ଭକ୍ତନିବସରେ ଅନୁଷ୍ଠିତ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନ…

Read More

ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ନୟାଗଡ଼ ଶାଖା ପରିଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ପରିଦର୍ଶନ ଅବସରରେ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଅତିଥି ଭାବେ ଶ୍ରୀମତୀ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ। ଘର ପରିବାର ଦେଶ ପ୍ରଦେଶ ଓ ସମାଜର ଉନ୍ନତି ପାଇଁ ନାରୀ ମାନେ ସଶକ୍ତ ହେବା ଦରକାର। ବର୍ତ୍ତମାନ ଘାସ କାଟିବା ଠାରୁ ଘୋଡା ଚଢିବା ପର୍ଯ୍ୟନ୍ତ ସକଳ କ୍ଷେତ୍ର ରେ ନାରୀ ମାନେ ଅଗ୍ରଣୀ। ସମୟ ଆହ୍ବାନ କରୁଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ…

Read More

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ସମର୍ପଣ ବୃଦ୍ଧାଶ୍ରମକୁ ପରିଦର୍ଶନ କରିଛନ୍ତି ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ସିନିୟର ବିଭାଗ ବିଚାରପତି ଅଞ୍ଜଳୀ ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ ସମର୍ପଣ ପରିସର ବୁଲିବା ସହିତ ଅନ୍ତେବାସୀ ମାନଙ୍କ ରୁମ୍ ଗୁଡିକୁ ବୁଲି ଦେଖିଥିଲେ। ସେମାନଙ୍କର ଖାଇବା, ପିଇବା, ରହିବା, ଶୋଇବା, ମନୋରଞ୍ଜନ ଆଦି ସମସ୍ତ ପ୍ରକାର ବ୍ଯବସ୍ଥା ବିଷୟରେ ଟିକିନିଖି କରି ବୁଝିଥିଲେ। ଅନ୍ତେବାସୀ ମାନଙ୍କ ସହିତ ଏକ ଆଲୋଚନା ସଭା କରି ସେମାନଙ୍କୁ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ଉତ୍ତମ ପରାମର୍ଶ ଦେବା ସହିତ ଆଇନ୍ ଜନିତ ସମସ୍ତ ପ୍ରକାର ସେବା ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ଗୀତ ଗାଇ ଅନ୍ତେବାସୀ ମାନଙ୍କ ମଧ୍ଯରେ ନୂଆ ଉତ୍ସାହ ଉନ୍ମାଦନା…

Read More

ଗଲ୍ଫ ଓଡ଼ିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଗଲ୍ଫ ଓଡ଼ିଆ ଆସୋସିଏସନ (ଗୋଆ) ର ସପ୍ତମ ବାର୍ଷିକ ଉତ୍ସବ ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଗୋଆ ତରଫରୁ ଭୁବନେଶ୍ୱରଠାରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ମଧ୍ୟପ୍ରାଚ୍ୟସ୍ଥିତ ସାଉଦି ଆରବ, କାତାର, ଓମାନ, କୁଏତ, ବାହାରିନ, ୟୁଏଇ ଏବଂ ଆବୁଧାବିରେ ଅବସ୍ଥାପିତ ଶତାଧିକ ଗୋଆ ର ପ୍ରବାସୀ ଓଡ଼ିଆ ସଦସ୍ୟ ସେମାନଙ୍କର ପରିବାରବର୍ଗଙ୍କ ସହିତ ଆସି ଯୋଗ ଦେଇଥିଲେ। ପ୍ରତ୍ୟେକ ବର୍ଷ ବାସ୍ତବ ଢଙ୍ଗରେ ବାର୍ଷିକ ଉତ୍ସବ ମନାଯାଉଥିବାରୁ ଗୋଆର ସଦସ୍ୟ ଓ ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ, ଅଦମ୍ୟ ଉତ୍ସାହ, ଅନନ୍ୟ ଉଲ୍ଲାସ ଏବଂ ଅବିସ୍ମରଣୀୟ ଉନ୍ମାଦନା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ,ଏଥି ସହିତ ରାଜ୍ୟ ସାହିତ୍ୟ ଓ ସଂସ୍କୃତି…

Read More

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମୋଦନ କ୍ରମେ, ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ନୟାଗଡ଼ ଯଜଙ୍ଗୀସାହି ଠାରେ ଅଧିବାସୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସାମାଜିକ ଯୋଜନା ବର୍ଣ୍ଣନା କରିବା ସହିତ ଅଭିଯୋଗ ଶୁଣାଣି କରିଥିଲେ । ପୌର ପରିଷଦ କାର୍ଯ୍ୟନିବାହି ଅଧିକାରୀ, ଶ୍ରୀମତୀ ସ୍ନେହଲତା ଆଚାର୍ୟ ଉପସ୍ଥିତ ରହିଥିଲେ । ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧା ଶ୍ରମ ଅନ୍ତେବାସୀମାନଙ୍କ ସହିତ ସମୟ ଅତିବାହିତ କରି, ସେମାନଙ୍କ ଭଲମନ୍ଦ ବୁଝିବା ସହିତ ଗୀତ ଆସରରେ ସେମାନଙ୍କୁ ବିମୁଗ୍ଧ କରିଥିଲେ । ନୂଆଗାଁ ବ୍ଲକ ବଡଗୋଠ ପଞ୍ଚାୟତରେ କେନ୍ଦ୍ର ଓ…

Read More

ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ପରିସରରେ ଆସନ୍ତା ସ୍ୱାଧିନତା ଦିବସ ପରିପ୍ରେକ୍ଷୀରେ ପ୍ରଥମଶ୍ରେଣୀ ଠାରୁ ଯୁକ୍ତ ତିନି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଓଡ଼ିଆ ବକ୍ତୃତା, ଇଂରାଜୀ ବକ୍ତୃତା, ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ସରକାରୀ ଉ.ପ୍ରା.ବିଦ୍ୟାଳୟ, ମଶାବାରୀରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯଶୋବନ୍ତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସାଧନକେନ୍ଦ୍ର ଅନ୍ତର୍ଗତ ଷୋହଳଟି ବିଦ୍ୟାଳୟରୁ ବିଭିନ୍ନ ବିଭାଗରେ ୬୨ଜଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ସର୍ବକନିଷ୍ଠ ବିଭାଗରେ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀର ଆଦ୍ୟାଶା ପାଣିଗ୍ରାହୀ,କନିଷ୍ଠ ବିଭାଗରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାହାଡାପିଠାର ରିଧିମା ରିଜୁଲ୍ ଦାଶ ଓ ବରିଷ୍ଠ ବିଭାଗରେ ମଶାବାରୀ ଉଚ୍ଚ…

Read More

ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପୁନଃଗଠିତ, ଉମେଶ ସଭାପତି, ପରମାନନ୍ଦ ସମ୍ପାଦକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଂଘର ସାମ୍ବିଧାନିକ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉମେଶ ଚନ୍ଦ୍ର ସ୍ୱାଇଁ ସଭାପତି ଏବଂ ପରମାନନ୍ଦ ସ୍ୱାଇଁ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସମ୍ପାଦକ ଭାବେ ବସନ୍ତ କୁମାର ପରିଡ଼ା, ଉପସଭାପତି ସନ୍ତୋଷ କୁମାର ପଣ୍ଡା, ସହ ସମ୍ପାଦକ କାର୍ତ୍ତିକ ଜେନା ଏବଂ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିପରି ବିଭିନ୍ନ ବ୍ଳକ ସମ୍ପାଦକ ଭାବେ ଓଡ଼ଗାଁ ବ୍ଲକ ସମ୍ପାଦକ ଭାବେ ଜୟକୃଷ୍ଣ ପ୍ରଧାନ, ନୟାଗଡ଼ ବ୍ଳକ ସମ୍ପାଦକ ଭଗବାନ ପଣ୍ଡା, ନୂଆଗାଁ ବ୍ଲକ ସମ୍ପାଦକ ପ୍ରକାଶ ସାହୁ, ଖଣ୍ଡପଡ଼ା ବ୍ଲକ ସମ୍ପାଦକ ଦୀନବନ୍ଧୁ ପ୍ରଧାନ, ଭାପୁର ବ୍ଲକ ସମ୍ପାଦକ ନରେନ୍ଦ୍ର…

Read More

ରୋଟାରୀ ପକ୍ଷରୁ “ଓଡ଼ିଆ ସାମ୍ବାଦିକତା ଦିବସ” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ରୋଟାରୀକ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସାମ୍ବାଦିକତା ଦିବସରେ ସାମ୍ବାଦିକଙ୍କ କର୍ମମୟ ଜୀବନ, ସଂଘର୍ଷ ଓ ସରକାରଙ୍କ ଉଦାସୀନତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନେ ବକ୍ତବ୍ୟ ରଖିଥିଲେ । ସାମ୍ୱାଦିକମାନଙ୍କ ମଧ୍ୟରୁ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥ, ସୁବାସ ମହାପାତ୍ର, ଜୟେନ୍ଦ୍ର ବେହେରା, ରଜତ ପଟନାୟକ, ହୁସେନ ଖାନ, ନିର୍ମଳ ସୁରଦେଓ ପ୍ରମୁଖ ସାମ୍ବାଦିକତାକୁ ନେଇ ରହିଥ‌ିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା…

Read More

ନୟାଗଡ଼ ମୋର କର୍ମଭୂମି, ନୟାଗଡ଼ ର ବିକାଶ ମୋର ପ୍ରାଥମିକତା -ଡ଼ ଅରୁଣ କୁମାର ସାହୁ

ନୟାଗଡ଼, (ନୟାଗଡ଼ ଦର୍ପଣ): ମୋର ଜନ୍ମମାଟି ରାସଙ୍ଗ ହୋଇଥିଲେ ହେଁ ନୟାଗଡ଼ ସହର ମୋର କର୍ମଭୂମି। ନୟାଗଡ଼ର ସର୍ବାଙ୍ଗ ଉର୍ନତି ଏବଂ ଚରମବିକାଶ ମୋ ଜୀବନର ଲକ୍ଷ୍ୟ ଗଡଜାତ ମାଟିର ସଂଗ୍ରାମୀ ରକ୍ତ ମୋ ଦେହରେ ପ୍ରଭାହିତ। ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ଏବଂ ନୟାଗଡ଼ ସୋୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି ଯଥାର୍ଥ ଏବଂ ସମୟର ଆହ୍ୱାନ ବୋଲି କହିବା ସଙ୍ଗେସଙ୍ଗେ ଦାବି ପୂରଣ ଦିଗରେ ମୋର ଗୁରୁଦାୟିତ୍ୱକୁ ମୁଁ ସୁଚାର ରୂପେ ପାଳନ କରିବିବୋଲି ମାନ୍ୟବର ବିଧାୟକ ଡ଼. ସାହୁ ଆଗ୍ରହର ସହ ପ୍ରକାଶ କରିଛନ୍ତି। ଆଜି ସକାଳ ଆନ୍ଦୋଳନର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଅନ୍ୟତମ ସହଯୋଗୀ ଶ୍ରମିକ ନେତା ଶ୍ରୀକାନ୍ତ ପଟନାୟକ ବିଧାୟକଙ୍କୁ ତାଙ୍କ ନୟାଗଡ ସ୍ଥିତ ବାସଭବନରେ ଦାବି ସମ୍ପର୍କକିତ ସ୍ମାରକପତ୍ର ପ୍ରଦାନ କରିବା ସଙ୍ଗେସଙ୍ଗେ ପରବର୍ତ୍ତୀ…

Read More