ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ନୟାଗଡ଼ ପୌର ପରିଷଦ ପକ୍ଷରୁ ଏନ୍ଏସି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ସଙ୍ଗୀତ, ଓଡ଼ିଆ ବତ୍କୃତା, ଚିତ୍ରାଙ୍କନ ଓ ସାଧାରଣଜ୍ଞାନ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ସଙ୍ଗୀତ ପ୍ରତିଯୋଗିିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ନବ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ଯୁବ ସାମ୍ବାଦିକ ଉଦିତ ନାରାୟଣ ଦାଶ ଏବଂ କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଯୋଗଦେଇଥିଲେ। ସେହିଭଳି ବତ୍କୃତା ପ୍ରତିଯୋଗିତାେର ବିଚାରକ ଭାବେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏବଂ ଅଶୋକ ମଲ୍ଲ ଯୋଗଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ନିର୍ମଳଚନ୍ଦ୍ର ଶୂରଦେଓ, ସନ୍ତୋଷ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତାରେ କାଉନସିଲର କିଷାନ କୁମାର ଦାଶ, ଜାନକୀ ବଲ୍ଲଭ…
Read MoreYear: 2024
ପୋଖରୀରେ ବୁଡ଼ି ଜଣକ ମୃତ୍ୟୁ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାମିଟିପଙ୍ଗା ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ କାମିଟିପଙ୍ଗା ଗ୍ରାମରେ ପହଂଚି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ଚମ୍ପେଶ୍ୱର ଭୋଇ ୫୮ ବର୍ଷ ବୋଲି ଜଣାପଡିଛି।
Read Moreଭୁସୁଡିଲା ଘର, ଅଳ୍ପକେ ବର୍ତ୍ତିଲେ ଗୋଟେ ପରିବାର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଏହି ଭଙ୍ଗାଘର ମଧ୍ୟରେ ଫସି ଯାଇଥିବା ଶ୍ରୀକାନ୍ତଙ୍କ ରୋଗିଣା ମାଆ, ଆସନ୍ନପ୍ରସବା ସ୍ତ୍ରୀ ଫସି ରହିଥିଲେ । ଗ୍ରାମବାସୀଙ୍କ ଦୀର୍ଘ ୨ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଏଠି ପ୍ରକାଶ ଥାଉକି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସେ ଏକ ଚା – ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଆନ୍ତି । ତାଙ୍କର ବାସଗୃହଟି ଭାଙ୍ଗିଯିବା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ତେଣୁ ତାଙ୍କୁ ଖୁବଶୀଘ୍ର ସରକାରୀ…
Read Moreଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ଗୃହରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସ୍ତରୀୟ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ରଣସିଂ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କୃଷି ଅଧିକାରୀ ଓ ପ୍ଲାନିଙ୍ଗର ଉପ ନିର୍ଦ୍ଦେଶକ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ବର୍ଷ ଖରିଫ ଋତୁରେ ରାଜ୍ୟ ସରକାର ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଡିଜିଟାଲ ଫସଲ…
Read More‘ଡିଜିପି କମେଣ୍ଡେସନ’ ସମ୍ମାନ ପାଇବେ ନୟାଗଡ଼ ଏସପି ରାହୁଲ ଜୈନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନକୁ ମୁକ୍ତ, ସ୍ବଚ୍ଛ, ଅପରାଧମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ଆଇପିଏସ୍ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ସେମାନଙ୍କୁ ‘ଡିଜିପି କମେଣ୍ଡେସନ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିର କରାଯାଇଛି। ନୟାଗଡ଼ ଏସ୍ପି ରାହୁଲ ଜୈନ ମଧ୍ୟ ଏହି ସମ୍ମାନ ଗ୍ରହଣ କରିବେ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ତାଲିକାରୁ ଜଣାପଡ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ହେଉ ଅବା ପରେ ଏସ୍ପିଙ୍କ ନେତୃତ୍ଵରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସର ବାରମ୍ବାର ଫ୍ଲାଗମାର୍ଚ୍ଚ ସହ ନିଜେ ଏସ୍ପି ଗାଁ’ ଗାଁରେ ପହଞ୍ଚି ମୁରବୀମାନଙ୍କ ସହ ଆଲୋଚନା କରିଥିଲେ। ଗାଁରେ ଭାଇଚାରା ବଜାୟ ରଖିବା ପାଇଁ ଏସ୍ପି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ବିଭିନ୍ନ ଛକରେ ବ୍ଲକିଂ…
Read Moreନୟାଗଡ଼ ଜିଲ୍ଲାରୁ ୩ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜୀବ ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ସ୍କାଉଟ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀଙ୍କ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ରାଜ୍ୟରୁ ୩୩ଜଣ ଏନ୍.ଏସ୍.ଏସ୍ ସ୍ୱଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଥିମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ନେହାରାଣୀ ସାହୁ, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଓ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ଛାତ୍ର ବୃନ୍ଦାବନ ପ୍ରଧାନ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପୁରସ୍କାର…
Read Moreବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ଆରିଫ ଖାଁଙ୍କ ପରଲୋକ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ରୋଟାରିଆନ ଆରିଫ ଖାଁଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ଗତ ଦୁଇ ଦିନ ଧରି ସାମାନ୍ୟ ଜ୍ବରରେ ଆକ୍ରାନ୍ତ ଥିଲେ। ତେବେ ଆଜି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଖୋର୍ଦ୍ଧା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।ସୂଚନା ଯୋଗ୍ୟ ଯେ, ଗତ ବର୍ଷ ସେ ନୟାଗଡ଼ ରୋଟାରୀ କ୍ଲବର ସଭାପତି ଥିଲେ। ଗତ ଦୁଇଦିନ ତଳେ ସେ ନୟାଗଡ଼ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନୟାଗଡ଼ର ଜଣେ ବିଶିଷ୍ଟ ସମାଜସେବୀ ଭାବେ ସେ ବେଶ ଜଣାଶୁଣା ଥିଲେ। ସେ ନୟାଗଡ଼ର ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ଥିବାବେଳେ…
Read Moreଗଛକୁ ରାକ୍ଷୀ ବାନ୍ଧି ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ନୟାଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ମା ଫାଉଣ୍ଡେସନ’ର ସଦସ୍ୟ। ରକ୍ଷା ବନ୍ଧନ ପର୍ବ ହେଉଛି ପ୍ରେମ, ସ୍ନେହ, ସଂପର୍କର ପ୍ରତୀକ। ରକ୍ଷା କରିବାର ସଂକଳ୍ପର ଦିନ ମଧ୍ୟ ଏହି ପର୍ବ। ସାଂପ୍ରତିକ ସମୟରେ ପରିବେଶର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଆମ ମାନଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉପଲକ୍ଷେ ମା’ ଫାଉଣ୍ଡେସନ ସଂପାଦକ ରଂଜନ ରଶ୍ମୀ ଜେନା ଓ ସହ ସମ୍ପାଦକ ବିଜୟାନନ୍ଦ ମହାପାତ୍ରଙ୍କ ସଂଯୋଜନାରେ ସ୍ଥାନୀୟ ନାରାୟଣ ପାର୍କ ପରିସରରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ନିଆରା ଭାବେ ପାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଦାମ ସାର, ଡ଼. ଆଶୁତୋଷା ମିଶ୍ର,…
Read Moreନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ରୋଟାରୀ କ୍ଳବ୍ ପରିସରରେ ନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଳବର ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁଡିଏ ସମାଜମଙ୍ଗଳ କାର୍ଯ୍ୟକ୍ରମ ଚଳିତ ବର୍ଷ କରାଯିବା ପାଇଁ ସ୍ଥିର କରାଯାଇଛି। କ୍ଳବ୍ ପରିଚାଳନା କମିଟିର କାର୍ଯ୍ଯକାଳ ପୂରଣ ହୋଇ ଯାଇଥିବାରୁ ଏକ ନୂତନ ପରିଚାଳନା କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା। କ୍ଳବ୍ ପରିଚାଳନା କମିଟିର ଉପଦେଷ୍ଟା ଭାବେ ସୁବୋଧ କୁମାର ପଟ୍ଟନାୟକ, ଅରୁଣ କୁମାର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁ ମନୋନୀତ ହୋଇଥିବା ବେଳେ ଅଧ୍ଯକ୍ଷ ଭାବେ ଅବଦୁଲ ଆରିଫ୍ ଖାନ୍, ଉପାଧ୍ୟକ୍ଷ ଭାବେ ଶରତଚନ୍ଦ୍ର ଆଚାର୍ଯ୍ୟ, ସଂପାଦକ ଭାବେ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ଭାବେ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଓ କୋଷାଧ୍ୟକ୍ଷ…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁନିତା ମିଶ୍ର ଦୀପ ପ୍ରଜ୍ବଳନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଶ୍ରାବଣ ପୁର୍ଣିମା ତଥା ରକ୍ଷାବନ୍ଧନ ପର୍ବର ମହତ୍ୱ, ଗାୟତ୍ରୀ, ବଳଦେବଙ୍କ ଜନ୍ମ, ବିଶ୍ୱ ସଂସ୍କୃତ ଦିବସ, ଗହ୍ମାଡିଆଁ ଆଦି ପର୍ବ ବିଷୟରେ ଶିଶୁମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଏହି ରକ୍ଷା ବନ୍ଧନ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୦୦ରୁ ଉର୍ଦ୍ବ ଶିଶୁ ଉପସ୍ଥିତ ଥିଲେ। ଶେଷରେ ସେମାନଙ୍କ ମଧ୍ୟରେ ମିଷ୍ଠlନ୍ନ ବଣ୍ଟାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
Read More