ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନକୁ ମୁକ୍ତ, ସ୍ବଚ୍ଛ, ଅପରାଧମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ଆଇପିଏସ୍ ଅଧିକାରୀଙ୍କୁ ସମ୍ମାନିତ କରାଯିବ। ସେମାନଙ୍କୁ ‘ଡିଜିପି କମେଣ୍ଡେସନ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିର କରାଯାଇଛି। ନୟାଗଡ଼ ଏସ୍ପି ରାହୁଲ ଜୈନ ମଧ୍ୟ ଏହି ସମ୍ମାନ ଗ୍ରହଣ କରିବେ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ତାଲିକାରୁ ଜଣାପଡ଼ିଛି। ସାଧାରଣ ନିର୍ବାଚନ ପୂର୍ବରୁ ହେଉ ଅବା ପରେ ଏସ୍ପିଙ୍କ ନେତୃତ୍ଵରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସର ବାରମ୍ବାର ଫ୍ଲାଗମାର୍ଚ୍ଚ ସହ ନିଜେ ଏସ୍ପି ଗାଁ’ ଗାଁରେ ପହଞ୍ଚି ମୁରବୀମାନଙ୍କ ସହ ଆଲୋଚନା କରିଥିଲେ। ଗାଁରେ ଭାଇଚାରା ବଜାୟ ରଖିବା ପାଇଁ ଏସ୍ପି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ମଧ୍ୟ ଜୋରଦାର୍ କରାଯାଇଥିଲା। ତେଣୁ ନିର୍ବାଚନ ଅତ୍ୟନ୍ତ ସୁରୁଖୁରୁରେ ଶେଷ ହୋଇଥିଲା। ଫଳରେ ଏହିପରି ସମ୍ମାନ ପାଉଥିବାରୁ ଏସ୍ପି ଶ୍ରୀ ଜୈନଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...