ନୟାଗଡ଼ ଜିଲ୍ଲାରୁ ୩ଜଣଙ୍କୁ ମିଳିଲା ରାଜ୍ୟ ସ୍ତରୀୟ ପୁରସ୍କାର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜୀବ ଗାନ୍ଧୀ ଛାତ୍ର ଫୋରମ ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ମିଳିତ ଆନୁକୁଲ୍ୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ସ୍କାଉଟ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀଙ୍କ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ରାଜ୍ୟରୁ ୩୩ଜଣ ଏନ୍.ଏସ୍.ଏସ୍ ସ୍ୱଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏଥିମଧ୍ୟରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ନେହାରାଣୀ ସାହୁ, ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ଓ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ଛାତ୍ର ବୃନ୍ଦାବନ ପ୍ରଧାନ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପୁରସ୍କାର ପାଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏଥି ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, NSSର ପୋଗ୍ରାମ୍ ଅଫିସର, ତଥା ଅନ୍ୟାନ୍ୟ ବନ୍ଧୁ ବର୍ଗ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts