ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ଗୃହରେ ଜିଲ୍ଲା ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସ୍ତରୀୟ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ରଣସିଂ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କୃଷି ଅଧିକାରୀ ଓ ପ୍ଲାନିଙ୍ଗର ଉପ ନିର୍ଦ୍ଦେଶକ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ବର୍ଷ ଖରିଫ ଋତୁରେ ରାଜ୍ୟ ସରକାର ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣ କରିବେ। ମନୋନୀତ ସର୍ବେକ୍ଷଣ କାରୀମାନେ ଚାଷୀଙ୍କ ନାମ, ଆଧାର, ଚାଷ ଜମୀ ଓ ଫସଲ ସମ୍ବନ୍ଧୀୟ ସଠିକ ତଥ୍ୟ ସଂଗ୍ରହ କରିବେ । ଏହା ଦ୍ବାରା ଚାଷୀମାନେ ପ୍ରଚଳିତ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନାରେ ସାମିଲ ହେବା ସହ ବିଭିନ୍ନ ସୁବିଧାର ଉପଲବ୍ଧ କରିପାରିବେ। ଧାନ ଚାଷକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମ କରି ରାଜ୍ୟରେ ୪ଗୋଟି ଜିଲ୍ଲାକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି । କୃଷି ହେଉଛି ଆମର ମେରୁଦଣ୍ଡ । କୃଷିର ଉର୍ନତି ହେଲେ ସମାଜର ଉର୍ନତି ହେବ ବୋଲି ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ମତ ରଖିଥିଲେ । ନୟାଗଡ଼ ଜିଲ୍ଲାରେ ୮୪୦ଜଣ ସର୍ବେକ୍ଷଣ ଚିହ୍ନଟ ହୋଇଛନ୍ତି। କୃଷକ ସାଥୀ, ଉଦ୍ୟାନ ସାଥୀ, ଗ୍ରାମ୍ୟ ସାଥୀ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ। ମିଶନ ଶକ୍ତି ଓ ଏମବିକେମାନଙ୍କ ଏହିତ ଗ୍ରାମାଞ୍ଚଳରେ କିଛି ଯୁବକଙ୍କୁ ତାଲିମ ଦେଇ ଏହି ସର୍ବେକ୍ଷଣ କାର୍ଯ୍ୟ ଜାରି ରହିବ। ଆଜିର ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Related posts