ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସାମନ୍ତ ମାର୍ଗ ସ୍ଥିତ ରୋଟାରୀ କ୍ଳବ୍ ପରିସରରେ ନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଳବର ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁଡିଏ ସମାଜମଙ୍ଗଳ କାର୍ଯ୍ୟକ୍ରମ ଚଳିତ ବର୍ଷ କରାଯିବା ପାଇଁ ସ୍ଥିର କରାଯାଇଛି। କ୍ଳବ୍ ପରିଚାଳନା କମିଟିର କାର୍ଯ୍ଯକାଳ ପୂରଣ ହୋଇ ଯାଇଥିବାରୁ ଏକ ନୂତନ ପରିଚାଳନା କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା। କ୍ଳବ୍ ପରିଚାଳନା କମିଟିର ଉପଦେଷ୍ଟା ଭାବେ ସୁବୋଧ କୁମାର ପଟ୍ଟନାୟକ, ଅରୁଣ କୁମାର ମହାନ୍ତି ଓ ରବିନ୍ଦ୍ର କୁମାର ସାହୁ ମନୋନୀତ ହୋଇଥିବା ବେଳେ ଅଧ୍ଯକ୍ଷ ଭାବେ ଅବଦୁଲ ଆରିଫ୍ ଖାନ୍, ଉପାଧ୍ୟକ୍ଷ ଭାବେ ଶରତଚନ୍ଦ୍ର ଆଚାର୍ଯ୍ୟ, ସଂପାଦକ ଭାବେ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ଭାବେ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ଓ କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ବସନ୍ତିଆ ମନୋନୀତ ହୋଇଛନ୍ତି। ସେହିପରି ପରିଚାଳନା କମିଟିର ସଦସ୍ଯ ଭାବେ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଅବିନାଶ ସାହୁ, ମିହିର ରଂଜନ ନାୟକ, ମଦନ ମୋହନ ମହାପାତ୍ର ଓ ରଜତ କୁମାର ମହାପାତ୍ର ମନୋନୀତ ହୋଇଛନ୍ତି। ନୂତନଭାବେ ଗଠନ ହୋଇଥିବା ପରିଚାଳନା କମିଟିର ସମସ୍ତ ସଦସ୍ଯମାନେ ନିଷ୍ଠାର ସହିତ କ୍ଳବ୍ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିଲେ। ପରିଶେଷରେ ବରିଷ୍ଠ ସଦସ୍ଯ ପ୍ରଶାନ୍ତ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ନୟାଗଡ଼ କ୍ଳବର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ
