ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁନିତା ମିଶ୍ର ଦୀପ ପ୍ରଜ୍ବଳନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଶ୍ରାବଣ ପୁର୍ଣିମା ତଥା ରକ୍ଷାବନ୍ଧନ ପର୍ବର ମହତ୍ୱ, ଗାୟତ୍ରୀ, ବଳଦେବଙ୍କ ଜନ୍ମ, ବିଶ୍ୱ ସଂସ୍କୃତ ଦିବସ, ଗହ୍ମାଡିଆଁ ଆଦି ପର୍ବ ବିଷୟରେ ଶିଶୁମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଏହି ରକ୍ଷା ବନ୍ଧନ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୦୦ରୁ ଉର୍ଦ୍ବ ଶିଶୁ ଉପସ୍ଥିତ ଥିଲେ। ଶେଷରେ ସେମାନଙ୍କ ମଧ୍ୟରେ ମିଷ୍ଠlନ୍ନ ବଣ୍ଟାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
Related posts
-
ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର... -
ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ... -
ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”
January 18, 2025 Jajati Comments Off on ସିରିୟସ୍ ଜୋନ୍ ଆୟୋଜିତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ଏବଂ କିଏ!”ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଚାଲିଥିବା ନାଟକ ମହୋତ୍ସବର ଦ୍ଵିତୀୟ ସଂଧ୍ୟାରେ ବାଗଦେବୀ ଲିଟରେଚର ଟ୍ରଷ୍ଟ, ଭୁବନେଶ୍ବରର...