ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଅଚାନକ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ପ୍ରଥମେ ତୃତୀୟ ଶ୍ରେଣୀ ପ୍ରବେଶ କରି ଛାତ୍ରଛାତ୍ରୀମାନଙ୍କୁ ଯୋଗ, ବିୟୋଗ ଓ ଗୁଣନ ସମ୍ବନ୍ଧୀୟ ସରଳ ପ୍ରଶ୍ନମାନ ପଚାରିଥିଲେ ଏବଂ ସେମାନଙ୍କ ଠାରୁ ସଠିକ୍ ଉତ୍ତର ପାଇ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ଦ୍ୱିତୀୟ ଶ୍ରେଣୀକୁ ଯାଇ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଦ୍ୱିତୀୟ ଶ୍ରେଣୀର ଜଣେ ଛାତ୍ରୀ ଜାତୀୟ ସଙ୍ଗୀତ ସଠିକ୍ ଗାନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପରେ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହା ପରେ ଦଶମ…
Read MoreYear: 2024
ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ସରକାର ମାନିଲେ ୧୨ଦଫା ଦାବି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିଅନ୍ସ ସମନ୍ଵୟ କମିଟିର ୧୩ ଦଫା ଦାବିରୁ ୧୨ଦଫା ଦାବି ମାନିନେଲେ। ଆଲୋଚନାରେ ଡେପୁଟୀ କଲେକ୍ଟର ଅକ୍ଷୟ କୁମାର ବେହେରା, ନୟାଗଡ଼ ଟାଉନ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଚିତ୍ତରଂଜନ ରାଉତ ଓ ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଦୋଳନରେ ସମନ୍ବୟ କମିଟିର ସଭାପତି ଶୂନ୍ଯଜୟୀ ମିଶ୍ର, ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି, ଆବାହକ ପ୍ରମୋଦ କୁମାର ମହାରଣା, ଶ୍ରମିକ ନେତା ସମରେନ୍ଦ୍ର ଦାସ, ରଘୁନାଥ ମହାରଣା, ସବିତା ରାଣୀ ସାଥୁଆ, ପବିତ୍ର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ମନୋଜ ନାୟକ, ବସନ୍ତ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ।୨ଶହରୁ ଉର୍ଦ୍ଧ୍ବ ଶ୍ରମିକ ଯୋଗଦେଇଥିଲେ ।
Read Moreଶେଷ ହେଲା ପ୍ରୟୋଗ ତାଲିମ
ରଣପୁର,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ତଥା ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ବିଭାଗ ସବୁବେଳେ ପ୍ରୟାସ କରି ଚାଲିଛି। ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ‘ପ୍ରୟୋଗ’ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତା ବୃଦ୍ଧି କରିବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ। ଏଥିରେ ବିଭିନ୍ନ ଶିକ୍ଷଣ ଫଳାଫଳ, ଶିକ୍ଷାର ଲକ୍ଷ୍ୟ, ଗଣିତ ଶିକ୍ଷାଦାନର ବିଭିନ୍ନ ଉପକରଣ ବ୍ୟବହାର ଆଦି ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ମଝିଆଖଣ୍ଡ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲିମ ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମାନସ କୁମାର ପଟ୍ଟନାୟକ, ଅଶୋକ ସାମନ୍ତରାୟ, ସୁଶୀଲ କୁମାର ରଣା, ବିଶ୍ୱଭୂଷଣ ବେହେରା, ଦିନବନ୍ଧୁ ଜେନା ପ୍ରମୁଖ ତାଲିମ ପ୍ରଦାନ…
Read Moreକୋର୍ଟ ଫଇସଲା, ଇଂରାଜୀ ଭାଷାର ପ୍ରାଦେଶିକ ଭାଷାକୁ ଅନୁବାଦ କର୍ମଶାଳା ଓ ବିଚାର ଆଲୋଚନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ଵାବଧାନରେ କୋର୍ଟ ଫଇସଲାର ଇଂରାଜୀ ଭାଷାକୁ ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁବାଦ ଉପରେ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଅଛି । ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସ୍ବାଗତ, ଅତିଥି ପରିଚୟ ଏବଂ କର୍ମଶାଳାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ପରିବାର ଅଦାଲତ, ବିଚାରପତି ଶ୍ରୀ ସୁବ୍ରତ କୁମାର ପଟ୍ଟନାୟ କୋର୍ଟ ଫଇସଲାର ବିଭିନ୍ନ ପ୍ରାଦେଶିକ ଭାଷାକୁ ଅନୁବାଦ, ବିଡିଓ କନଫରେନ୍ସ ଆଇନ ଏବଂ ସାଧାରଣ ସମାଧାନ ଆଇନ ବିଷୟରେ ତର୍ଜମା କରିଥିଲେ । ଜନସାଧାରଣ ନିଜ ଭାଷା ମାଧ୍ୟମରେ ଆଇନର ବିଧିର ସରଳତା ଏବଂ ସୁଯୋଗ ପାଇଁ, ସୁପ୍ରିମ କୋର୍ଟଙ୍କ…
Read Moreକଙ୍ଗାରୁ କୋର୍ଟର କରୁଣ ପରିଣତି, ପୋଲିସର ଉପସ୍ଥିତରେ ଘର ଭାଙ୍ଗିବା ସହ ଆକ୍ରମଣ କଲେ ଗ୍ରାମବାସୀ
ରଣପୁର,(ନୟାଗଡ଼ ଦର୍ପଣ ): ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟର କରୁଣ ପରିଣତି। ପୁଲିସ ଉପସ୍ଥିତିରେ ଆଇନକୁ ହାତମୁଠାକୁ ନେଇଛନ୍ତି ଗ୍ରାମବାସୀ। ଗୋଟିଏ ଘର ଭାଙ୍ଗିବା ସହ ୫ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ରଣପୁର ଥାନା ରାଜ ସୁନାଖଳା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା। ରାଜ ସୁନାଖଳାର ହଡ଼ା ନଈ ଠାରେ ସରକାରୀ ଜାଗାରେ ଭୂମିହୀନ ରମେଶ ବରାଡ଼ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ଘରଟିଏ କରି ସପରିବାର ରହି ଆସୁଥିଲେ। ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ରୁ ରମାବିଲକୁ ଏକ ପ୍ରସ୍ତାବିତ ନୂତନ ରାସ୍ତା ସଂଯୋଗୀ କରଣ ହେବାପାଇଁ ହେଲେ ରମେଶଙ୍କ ଏଇ ଘରପାଖ ଦେଇ ଅତିକ୍ରମ କରିବ। ଏଥିପାଇଁ ସ୍ଥାନୀୟ ରମାବିଲ ଗ୍ରାମବାସୀ ଆମ…
Read Moreସାମାନ୍ୟ ବର୍ଷାରେ ନୟାଗଡ଼-ଓଡ଼ଗାଁ ରାସ୍ତା ବେହାଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସାମାନ୍ୟ ବର୍ଷା ହେଲେ ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଓଡ଼ଗାଁ ରାସ୍ତା ଜଳମଗ୍ନ ହେବା ସହିତ ଯାତାୟାତରେ ଘୋର ସମସ୍ୟା ଦେଖା ଦେଉଛି। ଏପରିକି ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବା ଘଟଣା ସାମନାକୁ ଆସୁଛି। ଏହି ୱାର୍ଡ ଅନ୍ତର୍ଗତ ପଣ୍ଡା କ୍ଲିନିକ ଠାରୁ ଲେଙ୍କୁଡ଼ିପଡା ଛକ ପର୍ଯ୍ୟନ୍ତ ଯାଇଥିବା ଏହି ରାଜ୍ୟ ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଏପରିକି ଏହି ରାସ୍ତା ଦେଇ…
Read Moreଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗତ ଗୀତା ହିଁ ବିଶ୍ୱର ଏକ ବିସ୍ମୟ ଗ୍ରନ୍ଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀମଦ୍ଭାଗବତ ଗୀତା ବିଦ୍ୟାଳୟ,ଓଡ଼ିଶା ଦ୍ବାରା ପ୍ରାୟୋଜିତ ତଥା ନୟାଗଡ଼ ଜିଲ୍ଲା ଗୀତାଗୋଷ୍ଠୀ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଚତୁର୍ଥ ସମ୍ମିଳନୀ ଏବଂ ଅଧିବେଶନ ନୟାଗଡ଼ ପୁରୁଣା ସହରସ୍ଥିତ ‘ଖାଙ୍କୀ ମଠ’ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ଆନ୍ଦୋଳନ ଓ ଜନ ଜାଗରଣ କାର୍ଯ୍ୟକ୍ରମରେ ସ୍ବାମୀ ଅଖଣ୍ଡାନନ୍ଦ ମୁଖ୍ଯ ଅତିଥି, ରାଜ୍ଯ ସଂଗଠନର ସମ୍ପାଦକ ବାସୁଦେବ ଭଟ୍ଟ, ପଣ୍ଡିତ ବ୍ରଜକିଶୋର ମହାନ୍ତି ଓ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଏବଂ ପଣ୍ଡିତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ମୁଖ୍ଯ ବକ୍ତା ରୂପେ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଶ୍ରୀମଦ୍ଭାଗବତ ଗୀତା ହିଁ ବିଶ୍ବର ଏକ ବିସ୍ମୟ ଗ୍ରନ୍ଥ; ଯାହାର ପଠନ, ଉଚ୍ଚାରଣ, ମନନ ପ୍ରତ୍ୟହ ପ୍ରତିଟି ଗୃହ ଓ ବିଦ୍ୟାଳୟରେ ଆରମ୍ଭ ହେବା ସର୍ବାଦୌ ଆବଶ୍ୟକ। ଏହା ଫଳରେ ଆଜିର ମନୁଷ୍ଯ ଭୌତିକ…
Read Moreରଣପୁର ଡ୍ରପଆଉଟ୍ ବିଦ୍ୟାର୍ଥୀଙ୍କର ଦଶମ ବୋର୍ଡ ପରୀକ୍ଷାରେ ୮୭% ସଫଳତା
ରଣପୁର, (ନୟାଗଡ଼ ଦର୍ପଣ): ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ୍ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ୍ ପାସରୁ ବଞ୍ଚିତ ହେଉଥିବା ବାଳିକା ଓ ମହିଳାମାନଙ୍କୁ ପତ୍ର ବିନିମୟ ଶିକ୍ଷା ମାଧ୍ୟମରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପାସ୍ କରିବାର ବ୍ୟବସ୍ଥା କରାଯାଇ ଆସୁଅଛି। ଏହି ସଂଗଠନ ତରଫରୁ ନୟାଗଡ଼ ଜିଲ୍ଳା ରଣପୁର ବ୍ଳକରେ ୨୦୨୩-୨୪ ଶିକ୍ଷା ବର୍ଷରେ ୮୭% ବିଦ୍ୟାର୍ଥୀ ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ରଣପୁର, ଯଦୁପୁର, ତାରିଆ, ରାଜ ଜଙ୍କିଆ, କେରାଣ୍ଡା ଟାଙ୍ଗୀ, କନ୍ଧ ନୟାଗଡ଼, ଅର୍ଜୁନପୁର, ବାରଙ୍ଗଗାଡିଆ, ଚାନ୍ଦପୁର ,ବୋକାଖାଇ ଓ ବୋରବରଝର ଆଦି ଗ୍ରାମରେ କ୍ଲଷ୍ଟର କ୍ଲାସ୍ କାରଯାଇ ୧୬୪ ରୁ ୧୪୩ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାଟ୍ରିକ୍…
Read Moreଉତ୍କଳ ସାହିତ୍ୟ ସମାଜ ନୟାଗଡ ଶାଖାର ଷଷ୍ଠ ବାର୍ଷିକ ଉତ୍ସବ
ନୟାଗଡ, (ନୟାଗଡ଼ ଦର୍ପଣ): ଉତ୍କଳ ସାହିତ୍ୟ ସମାଜ ନୟାଗଡ ଶାଖାର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଜେନା ଓ ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ସାହିତ୍ୟର ଅନ୍ଧକାରମୟ ଯୁଗ ସମୟରେ ଏହି ସାହିତ୍ୟ ସମାଜର ସୃଷ୍ଟି ” ଯେତେବେଳେ ଓଡ଼ିଆ ଭାଷା ଏକ ସ୍ବତନ୍ତ୍ର ଭାଷା ନୁହେଁ” ବୋଲି ସ୍ୱର ଉଠିଥିଲା ଠିକ୍ ସେହି ସମୟରେ ମଧୁସୂଦନ ରାଓ, ଫକିର ମୋହନ ସେନାପତି, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ ପ୍ରଭୃତି ପ୍ରତିଷ୍ଠିତ ସାହିତ୍ୟିକଗଣ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ଏହି ଅବସରରେ…
Read Moreପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତିର ସଂଶୋଧନ ଓ ପ୍ରତିମୂର୍ତ୍ତି ଉପରେ ଏକ ଛତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ପ୍ରବାଦ ପୁରୁଷ ବିସ୍ମୟ ସାଧକ ଦାସିଆ ଅଜାଙ୍କର ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖ ରେ ନୟାଗଡ଼ କଚେରୀ ବଜାର ଛକରେ ସ୍ଥାପନ କରାଯାଇଛି। ମାତ୍ର ପ୍ରତିମୂର୍ତ୍ତିର ନିର୍ମାଣ ସମୟର ଗଢଣ ଓ ସ୍ଥାପନ ସମୟରେ ଅସାବଧାନତା ଯୋଗୁଁ ପ୍ରତିମୂର୍ତ୍ତିର ମୁହଁ ତଳମୁହାଁ ହୋଇ ରହିଛି। ଏହାଦ୍ବାରା ପ୍ରତିମୂର୍ତ୍ତିଟି ଆକର୍ଷଣୀୟ ହୋଇ ନାହିଁ। ଏ ସମ୍ପର୍କରେ ପ୍ରତିମୂର୍ତ୍ତିର ଅନାବରଣ ଦିନ ମାନ୍ଯବର ସଂସ୍କୃତି ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ଏହାକୁ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାତ୍ର ଏହାରି ଭିତରେ ଦୀର୍ଘ ସାତବର୍ଷ ବିତିଯାଇଥିଲେ ମଧ୍ଯ ପ୍ରତିମୂର୍ତ୍ତିର ସଂଶୋଧନ କାର୍ଯ୍ୟ କରାଯାଇ ନାହିଁ। ଜନ ମାନସରେ ଏବଂ ବୁଦ୍ଧିଜୀବୀ ମହଲରେ ଏହା ସମସ୍ତଙ୍କୁ ମର୍ମାହତ…
Read More