ରଣପୁର ଡ୍ରପଆଉଟ୍ ବିଦ୍ୟାର୍ଥୀଙ୍କର ଦଶମ ବୋର୍ଡ ପରୀକ୍ଷାରେ ୮୭% ସଫଳତା

ରଣପୁର, (ନୟାଗଡ଼ ଦର୍ପଣ): ସର୍ବଭାରତୀୟ ସ୍ତରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ ପ୍ରଥମ ଓଡ଼ିଶା ସେକେଣ୍ଡ ଚାନ୍ସ ପ୍ରୋଗ୍ରାମ୍ ତରଫରୁ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଅଞ୍ଚଳରେ ମାଟ୍ରିକ୍ ପାସରୁ ବଞ୍ଚିତ ହେଉଥିବା ବାଳିକା ଓ ମହିଳାମାନଙ୍କୁ ପତ୍ର ବିନିମୟ ଶିକ୍ଷା ମାଧ୍ୟମରେ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ମାଟ୍ରିକ ପାସ୍ କରିବାର ବ୍ୟବସ୍ଥା କରାଯାଇ ଆସୁଅଛି। ଏହି ସଂଗଠନ ତରଫରୁ ନୟାଗଡ଼ ଜିଲ୍ଳା ରଣପୁର ବ୍ଳକରେ ୨୦୨୩-୨୪ ଶିକ୍ଷା ବର୍ଷରେ ୮୭% ବିଦ୍ୟାର୍ଥୀ ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ରଣପୁର, ଯଦୁପୁର, ତାରିଆ, ରାଜ ଜଙ୍କିଆ, କେରାଣ୍ଡା ଟାଙ୍ଗୀ, କନ୍ଧ ନୟାଗଡ଼, ଅର୍ଜୁନପୁର, ବାରଙ୍ଗଗାଡିଆ, ଚାନ୍ଦପୁର ,ବୋକାଖାଇ ଓ ବୋରବରଝର ଆଦି ଗ୍ରାମରେ କ୍ଲଷ୍ଟର କ୍ଲାସ୍ କାରଯାଇ ୧୬୪ ରୁ ୧୪୩ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ମାଟ୍ରିକ୍ ପୂର୍ବରୁ ପାଠ ଛାଡ଼ିଦେଇଥିବା ବିଦ୍ୟାର୍ଥୀମାନଙ୍କୁ ପାସ୍ କରିବାର ଲକ୍ଷ୍ୟ ନେଇ କାଯ୍ୟରତ ଏହି ସ୍ଵେଚ୍ଛାସେବୀ ଶିକ୍ଷା ଅନୁଷ୍ଠାନ କାର୍ଯ୍ୟକ୍ରମକୁ ଅଭିଭାବକମାନେ ଭୂରୀଭୂରୀ ପ୍ରଂଶସା କରିଥିଲେ । ରଣପୁର ବ୍ଳକରେ ଶହ ଶହ ବାଳିକା ମାନେ ମାଟ୍ରିକ୍ ପୂର୍ବରୁ ପାଠ ଛାଡ଼ି ଦେଇଥିବାରୁ ପ୍ରଥମ ସେକେଣ୍ଡ୍ ଚାନ୍ସ ପ୍ରୋଗ୍ରାମ ମାଧ୍ୟମରେ ଶିକ୍ଷାଦାନ କରାଯାଇ ଗୋଟିଏ ବର୍ଷରେ ମାଟ୍ରିକ ପାସ୍ କରାଯିବାର ବ୍ୟବସ୍ଥା ଅଧିକ ସୂଦୃଢ କରିବାକୁ କହି ରଣପୁର ଶିକ୍ଷା ଗୋଷ୍ଠୀ ଓ ଅଭିଭାବକ ବୃନ୍ଦ ପ୍ରଥମ ଓଡ଼ିଶାର ରାଜ୍ୟ ସଂଯୋଜକ ଶ୍ରୀ ରାମ ପ୍ରସାଦ ମହାନ୍ତି ପରିଡା, ରାଜ୍ୟ ପ୍ରମୁଖ ଶ୍ରୀମତୀ ପୁଷ୍ପାଞ୍ଜଳି ପରିଡା ଏବଂ ରଣପୁର ସେକେଣ୍ଡ୍ ଚାନ୍ସର ସେଣ୍ଟର ଇନ ଚାର୍ଜ ଶ୍ରୀ ତ୍ରିପତୀ ବାଲାଜୀ ଶତପଥୀ ତଥା ଏସ. ଆର. ଜି. ପ୍ରଶାନ୍ତ କୁମାର ଦାଶ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ଉଷା ସାହୁ, ସାହିତ୍ୟ ଶିକ୍ଷୟିତ୍ରୀ ଦୀପ୍ତିମୟୀ ପ୍ରଧାନ ଓ ଶିକ୍ଷକ ସଞ୍ଜୟ ଦାଶ, ଇଂରାଜୀ ଶିକ୍ଷକ ବିଶ୍ୱ ନାଥ ଦଳ ବେହେରା, ସଂସ୍କୃତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମୁଖି, ଗଣିତ ଶିକ୍ଷକ ଭଜରାମ ବିଷୋୟୀ ଓ ପଞ୍ଚାନନ ପଢିଆରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Related posts